Heroic Rescue Ends in Tragedy: ୨ ନାବାଳିକାଙ୍କୁ ବଞ୍ଚାଇଲେ ମହିଳା, କିନ୍ତୁ ନିଜେ ବୁଡ଼ି ପ୍ରାଣ ହରାଇଲେ

Sep 07, 2026 - 14:50
Heroic Rescue Ends in Tragedy: ୨ ନାବାଳିକାଙ୍କୁ ବଞ୍ଚାଇଲେ ମହିଳା, କିନ୍ତୁ ନିଜେ ବୁଡ଼ି ପ୍ରାଣ ହରାଇଲେ

ପାଣିରେ ବୁଡ଼ି ଯାଉଥିବା ୨ ଶିଶୁଙ୍କୁ ବଞ୍ଚାଇ ନିଜେ ବୁଡିଗଲେ ସମାଜସେବୀ। ବୁଡିଯାଉଥିବା ଦୁଇ ନାବାଳିକାଙ୍କ ଜୀବନ ବଞ୍ଚାଇ ନିଜେ ବୁଡ଼ି ପ୍ରାଣ ହରାଇଲେ ଜଣେ ମହିଳା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ। କପାସିଆ ଗାଁର ମଠ ପୋଖରୀରେ ଗାଧୋଉଥିବା ବେଳେ ଦୁଇ ନାବାଳିକା ବୁଡିଯାଉଥିବା ଦେଖିଥିଲେ ସମାଜସେବୀ ସସ୍ମିତା ବରାଡ।

ଏହାପରେ ସେମାନଙ୍କୁ ବଞ୍ଚାଇବାକୁ ପୋଖରୀକୁ ଡେଇଁପଡିଥିଲେ। ସସ୍ମିତା ଉଭୟ ନାବାଳିକାଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ ମଧ୍ୟ ନିଜେ ପାଣି ଭିତରୁ ବାହାରି ପାରିନଥିଲେ। ଉଦ୍ଧାର ପାଇଥିବା ପିଲାମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ପାଣିରୁ ବାହାର କରିବାକୁ ଚେଷ୍ଟା କରିଵାକୁ ଯାଇ ବିଫଳ ହୋଇଥିଲେ। 

ବୋଲଗଡ଼ ଅଗ୍ନିଶମ ବାହିନୀ ଆସି ସସ୍ମିତାଙ୍କୁ ପାଣିରୁ ବାହାର କରି ବୋଲଗଡ଼ ମେଡିକାଲକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପାଣିରେ ବୁଡ଼ି ଯାଉଥିବା ୨ ନାବାଳିକାଙ୍କୁ ବଞ୍ଚାଇଲେ ମହିଳା 
୨ ଜଣଙ୍କୁ ବଞ୍ଚାଇ ନିଜେ ଆରପାରିକୁ ଚାଲିଗଲେ  
ଖୋର୍ଦ୍ଧା ବୋଲଗଡ଼ କପାସିଆ ଗାଁ ଘଟଣା 
୨ ଶିଶୁ ପୋଖରୀରେ ବୁଡିଯାଉଥିବା ଦେଖିଥିଲେ 
ପୋଖରୀଙ୍କୁ ଡେଇଁ ସେମାନଙ୍କୁ ବଞ୍ଚାଇଥିଲେ
ଶେଷରେ ନିଜେ ପାଣିରେ ବୁଡ଼ି ପ୍ରାଣ ହରାଇଲେ ମହିଳା 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।