Hidden Compartments and a Dog Food Can Reveal Cannabis: ଡଗ୍ ଫୁଡ୍ କ୍ୟାନ୍ ଭିତରେ ଗଞ୍ଜେଇ, ଭୁବନେଶ୍ୱର ବିମାନବନ୍ଦରରେ ବଡ଼ ଜବତ

Oct 17, 2026 - 14:50
Hidden Compartments and a Dog Food Can Reveal Cannabis: ଡଗ୍ ଫୁଡ୍ କ୍ୟାନ୍ ଭିତରେ ଗଞ୍ଜେଇ, ଭୁବନେଶ୍ୱର ବିମାନବନ୍ଦରରେ ବଡ଼ ଜବତ

ଭୁବନେଶ୍ୱର ବିମାନବନ୍ଦରରୁ ବିପୁଳ ପରିମାଣର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ। ୫ କେଜି ୨୯୧ ଗ୍ରାମ୍ ଗଞ୍ଜେଇ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଡିଆର୍ ଆଇ ଓ କଷ୍ଟମ୍ସ ବିଭାଗର ମିଳିତ ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ଅବୈଧ ବଜାର ମୂଲ୍ୟ ୧ କୋଟି ୮୫ ଲକ୍ଷ ଟଙ୍କା। ଏହି ଘଟଣାରେ ୪ ଜଣ ଯାତ୍ରୀଙ୍କୁ ଧରାଯାଇଛି।

ଆଜି ବ୍ୟାଙ୍କକ୍ ରୁ ଭୁବନେଶ୍ୱର ଆସିଥିବା ୪ ଜଣ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କ ବ୍ୟାଗ୍  ଯାଞ୍ଚ କରାଯାଇଥିଲା। ୩ ଜଣଙ୍କ ଚେକ୍ -ଇନ୍  ବ୍ୟାଗ୍ ରେ ଗୁପ୍ତ ଚାମ୍ବର କରି ଲୁଚାଯାଇଥିବା ୬ଟି ପ୍ୟାକେଟ୍ ରୁ ୪ କେଜି ୮୭୭ ଗ୍ରାମ୍  ସନ୍ଦିଗ୍ଧ ନିଶାଦ୍ରବ୍ୟ ମିଳିଥିଲା। ଅନ୍ୟ ଜଣେ ଯାତ୍ରୀଙ୍କ ବ୍ୟାଗ୍ ରୁ ‘ଡଗ୍  ଫୁଡ୍ ’ ଲେଖାଥିବା ଏକ କ୍ୟାନ୍ ମିଳିଥିଲା। କ୍ୟାନ୍ ଖୋଲିବା ପରେ ସେଥିରୁ ଆଉ ୪୧୪ ଗ୍ରାମ୍  ସନ୍ଦିଗ୍ଧ ନିଶାଦ୍ରବ୍ୟ ମିଳିଥିଲା।

ପରୀକ୍ଷା ପରେ ଜବତ ନିଶାଦ୍ରବ୍ୟ ଗଞ୍ଜେଇ ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇ ସହ ୪ ଜଣ ଯାତ୍ରୀଙ୍କୁ ଭୁବନେଶ୍ୱର କଷ୍ଟମ୍ସର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ କୁ ହସ୍ତାନ୍ତର କରାଯାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

୧.୮୫ କୋଟିର ଗଞ୍ଜେଇ ଜବତ, ୪ ଅଟକ
ଭୁବନେଶ୍ୱର ବିମାନବନ୍ଦରରୁ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
ବିମାନବନ୍ଦରରୁ ୫ କେଜି ୨୯୧ ଗ୍ରାମ୍ ଗଞ୍ଜେଇ ଜବତ 
ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ DRI ଓ କଷ୍ଟମ୍ସ ବିଭାଗର ମିଳିତ ଟିମ୍
୧ କୋଟି ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଯାତ୍ରୀ ଅଟକ
ବ୍ୟାଙ୍କକ୍ ରୁ ଆସିଥିବା ଯାତ୍ରୀଙ୍କ ବ୍ୟାଗ୍ ରୁ ମିଳିଲା ଗଞ୍ଜେଇ
ବ୍ୟାଗ୍ ର ଗୁପ୍ତ ଚାମ୍ବରରେ ଲୁଚାଇ ରଖିଥିଲେ ନିଶାଦ୍ରବ୍ୟ
‘ଡଗ୍  ଫୁଡ୍ ’ କ୍ୟାନ୍ ରୁ ମିଳିଲା ୪୧୪ ଗ୍ରାମ୍ ଗଞ୍ଜେଇ
୪ ଯାତ୍ରୀଙ୍କୁ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ କୁ ହସ୍ତାନ୍ତର
ଗଞ୍ଜେଇ ଚାଲାଣ ଘଟଣାରେ ଜାରି ରହିଛି ତଦନ୍ତ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।