High Court Judgement: ‘ଲିଭ୍-ଇନ୍’ରେ ଥିବା ଯୁବକ-ଯୁବତୀଙ୍କ ଆବେଦନ ଓଡ଼ିଶା ହାଇକୋର୍ଟରେ ଖାରଜ
"କଟକ: ବିବାହ ନ କରି ଏକାଠି ରହୁଥିବା (ଲିଭ୍-ଇନ୍ ରିଲେସନସିପ୍) ୨୦ ବର୍ଷୀୟ ଯୁବକ ଓ ଯୁବତୀଙ୍କ ତରଫରୁ ସୁରକ୍ଷା ଯୋଗାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ପ୍ରଦାନ ପ୍ରସଂଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି।
ବିନା ଆଧାରରେ ଏହି ଆବେଦନ ଦାୟର ହୋଇଥିବା ସ୍ପଷ୍ଟ ହେବା ପରେ ହାଇକୋର୍ଟ ଏ ସଂପର୍କିତ ମାମଲାକୁ ଖାରଜ କରିଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାକୁ ଖାରଜ କରିଛନ୍ତି।
Advertisment ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଦୁଇ ଆବେଦନକାରୀଙ୍କ ମଧ୍ୟରୁ ଯୁବତୀ ଜଣକ ବିବାହ ବୟସରେ ପହଞ୍ଚି ସାରିଥିବା ବେଳେ ଯୁବକ ଜଣକଙ୍କ ବୟସ ଏକ ବର୍ଷ କମ ରହିଛି।
ଯୁବକଙ୍କୁ ଆଇନ ଅନୁସାରେ ବିବାହ ପାଇଁ ନିର୍ଦ୍ଧାରିତ ବୟସ ହୋଇ ନଥିବା ବେଳେ ଆବେଦନକାରୀମାନେ ଚତୁରତାର ସହ ଭ୍ରମାତ୍ମକ ଚିତ୍ର ଚିତ୍ର ଆବେଦନ ମାଧ୍ୟମରେ ଉପସ୍ଥାପନ କରିଥିଲେ।
ବିବାହ ବନ୍ଧନରେ ପ୍ରବେଶ ନ କରି ଦୁହେଁ ଏକତ୍ର ରହୁଥିବା (ଲିଭିଂ ଟୁଗେଦର)ର କାହାଣୀ ଉପସ୍ଥାପନ କରିଥିଲେ।
ନିଜେ ନିଷ୍ପତ୍ତି ନିଅନ୍ତୁ ସାବାଳକ: ହାଇକୋର୍ଟହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଉଭୟ ଆବେଦନକାରୀ ସାବାଳକ ହୋଇସାରିଛନ୍ତି ତେଣୁ ନିଜ ଜୀବନରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ବୁଦ୍ଧି ବା ଜ୍ଞାନ ରହିଛି।
ସେମାନେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି ଓ ପରିବାର ତରଫରୁ ଏପରି ସଂପର୍କକୁ ଗ୍ରହଣ କରାଯାଇ ନାହିଁ।
ଏଭଳି ସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବେ ସଂପର୍କ ଉପଭୋଗ କରିବା ବାଟରେ ଧମକ, ଜବରଦସ୍ତି କିମ୍ବା ଅନ୍ୟ କୌଣସି ବାହ୍ୟ କାରଣ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ଦର୍ଶାଯାଇଥିଲା। "ଠୋସ ତଥ୍ୟ ପ୍ରମାଣ"ର ଅଭାବ ଅନ୍ୟପକ୍ଷରେ ଆବେଦନରେ ଉଲ୍ଲେଖ ଅଭିଯୋଗ ସପକ୍ଷରେ କୌଣସି ଠୋସ ତଥ୍ୟ ପ୍ରମାଣ ନଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।
ଆଇନର ମୌଳିକ ନୀତି ଅନୁସାରେ ଆବେଦନରେ ଉଲ୍ଲେଖ ଅଭିଯୋଗ ସମର୍ଥନରେ ଉପସ୍ଥାପିତ ହୋଇଥିବା ବିଶ୍ୱାସଯୋଗ୍ୟ ଓ ପ୍ରଭାବଶାଳୀ ପ୍ରମାଣ ଆଧାରରେ ହିଁ କୋର୍ଟ ମାମଲାକୁ ବିଚାରକୁ ନିଅନ୍ତି ବା ଏଥିରେ ହସ୍ତକ୍ଷେପ କରନ୍ତି।
କୌଣସି ଦୃଢ଼ ପ୍ରମାଣ ନଥାଇ କେବଳ ଆଶଙ୍କା କିମ୍ବା ଧାରଣା ଉପରେ ଆଧାର କରି କୌଣସି ଆଦେଶ ଦିଆଯାଇପାରିବ ନାହିଁ।
High Court: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟନ ଓ ପରିବାର ବିରୋଧରେ ମାମଲା ରୁଜୁ କରିବାକୁ କେରଳମ୍ ପୁଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମନା କରିଦେଲେ ହାଇକୋର୍ଟଆବେଦନରେ କୌଣସି ପ୍ରକାରେ ଏପରି ସୂଚନା ବା ଉଲ୍ଲେଖ ନାହିଁ ଯେ ଉଭୟ ଆବେଦନକାରୀଙ୍କୁ ସେମାନଙ୍କ ପିତାମାତାଙ୍କ ଦ୍ୱାରା କୌଣସି ପ୍ରକାରର ଧମକ ଦିଆଯାଇଛି ବା ସେମାନଙ୍କ ଉପରେ ଶାରୀରିକ ଆକ୍ରମଣ କରାଯାଇଛି।
ଏଭଳି କୌଣସି ତଥ୍ୟ ପ୍ରମାଣର ଅନୁପସ୍ଥିତିରେ କେବଳ ଅନୁମାନ ଓ ସନ୍ଦେହ ଉପରେ ଆଧାରିତ ଏପରି ରିଟ୍ ଆବେଦନକୁଗ୍ରହଣ କରିବା ସମ୍ପୂର୍ଣ୍ଣ ସମୟ ନଷ୍ଟ ହେବ ବୋଲି ହାଇକୋର୍ଟ କହିବା ସହିତ ମାମଲାକୁ ଖାରଜ କରିଛନ୍ତି।
ମାମଲାରେ ରାଜ୍ୟ ଗୃହ ବିଭାଗ ସଚିବ, ପୁଲିସ ଡିଜି, ଆବେଦନକାରୀଙ୍କ ଅଭିଭାବକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।