Hirakud dam: ବନ୍ଦ ହେଲା ହୀରାକୁଦର ସବୁ ଗେଟ୍

Sep 10, 2026 - 05:44
Hirakud dam: ବନ୍ଦ ହେଲା ହୀରାକୁଦର ସବୁ ଗେଟ୍

"ସମ୍ବଲପୁର: ହୀରାକୁଦ ନଦୀବନ୍ଧର ସବୁ ଗେଟ୍‌ ବନ୍ଦ କରିଦିଆଯାଇଛି।

ବୁଧବାର ପୂର୍ବାହ୍ଣ ୧୧.୨୫ ମିନିଟ୍‌ରେ ଖୋଲାଥିବା ଗୋଟିଏ ଗେଟ୍‌ ବନ୍ଦ କରାଯାଇଛି।

ବୁଧବାର ସକାଳ ୬ଟା ବେଳକୁ ଜଳଭଣ୍ଡାରର ଜଳସ୍ତର ୬୨୮.୫୬ ଫୁଟ ଥିଲା।

ଏହି ସମୟରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୫୨ ହଜାର ୧୭୫ ଘନଫୁଟ ପାଣି ପ୍ରବେଶ କରୁଥିଲା ଏବଂ ବିଭିନ୍ନ ମାର୍ଗ ଦେଇ ହାରାହାରି ୨୬ ହଜାର ୭୬୫ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା।

Advertisment Lashkar-e-Taiba: ଲସ୍କର-ଏ-ତୋଏବାର ନୂଆ ଧମକ: "ଚାକିରି ଛାଡ଼ ନଚେତ୍‌ ମୃତ୍ୟୁ" ପାୱାର ଚ୍ୟାନେଲ ଦେଇ ୨୨ ହଜାର ୩୮୪ କ୍ୟୁସେକ୍, ଶିଳ୍ପସଂସ୍ଥା ପାଇଁ ୨୨୯ କ୍ୟୁସେକ୍, ବିଭିନ୍ନ କେନାଲକୁ ୪୧୫୨ କ୍ୟୁସେକ୍ ପାଣି ଛଡ଼ାଯାଉଥିଲା।

ସେହି ସମୟରେ ମହାନଦୀ ତଳମୁଣ୍ଡ ଗେଜ୍ ଷ୍ଟେସନ୍‌ଗୁଡ଼ିକ ମଧ୍ୟରୁ ବେଲଗାଁରେ ୧୧ ହଜାର ୬୦୦ କ୍ୟୁସେକ୍, ପର୍ଥଲାରେ ୨୨ ହଜାର ୩୮୯ କ୍ୟୁସେକ୍, ଖଇରମାଳରେ ୭୪ ହଜାର କ୍ୟୁସେକ୍, ବରମୂଳରେ ୮୩ ହଜାର କ୍ୟୁସେକ୍ ଓ ମୁଣ୍ଡଳିରେ ୧ ଲକ୍ଷ ୧୩ ହଜାର ୪୦୦ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୦.୯୬ ମିଲିମିଟରର ବର୍ଷା ରେକର୍ଡ କରାଯାଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

Horoscope 2026 September 10: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।