Historic gold: ସୁଟିଂ, ରିଲେରୁ ଐତିହାସିକ ସ୍ବର୍ଣ୍ଣ: ଗୁଲବୀର, ବିଥ୍ୟାଙ୍କ ହ୍ୟାଟ୍ରିକ୍‌

Sep 30, 2026 - 06:47
Historic gold: ସୁଟିଂ, ରିଲେରୁ ଐତିହାସିକ ସ୍ବର୍ଣ୍ଣ: ଗୁଲବୀର, ବିଥ୍ୟାଙ୍କ ହ୍ୟାଟ୍ରିକ୍‌

"ନାଗୋୟା: ଚଳିତ ଏସୀୟ କ୍ରୀଡ଼ାର ଏକାଦଶ ଦିବସରେ ଭାରତ ସୁଟିଂରୁ ଆଉ ଗୋଟିଏ ସ୍ବର୍ଣ୍ଣ ପଦକ ଜିତିଛି।

ସେହିଭଳି ମହିଳା ୪ଗୁଣା ୪୦୦ ମିଟର "ରିଲେ"ରେ ମଧ୍ୟ ଭାରତୀୟ ଝିଅମାନେ ସ୍ବର୍ଣ୍ଣିମ ସଫଳତା ଲାଭ କରିଛନ୍ତି।

ଭାରତକୁ ମଙ୍ଗଳବାର ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ନୀରୁ ଧଣ୍ଡା।

ମହିଳା ବ୍ୟକ୍ତିଗତ ଟ୍ରାପ୍‌ ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ପଦକ ଜିତି ଭାରତୀୟ ସୁଟିଂର ନୂଆ ନାୟିକା ଭାବେ ଉଭା ହୋଇଛନ୍ତି ସେ।

ସେହିଭଳି ୪ଗୁଣା ୪୦୦ ମିଟର ରି‌ଲେ ଦଳ ପ୍ରଥମ ସ୍ଥାନରେ ରହି ଐତିହାସିକ ସଫଳତା ଲାଭ କରିଛି।

ଆଜି ଭାରତ ମୋଟ ୭ଟି ପଦକ ଜିତିଛି।

ସେଥିମଧ୍ୟରେ ରହିଛି ୨ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ୪ଟି କାଂସ୍ୟ।Advertisment Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ ନୀରୁ ନୂଆ "ସୁଟିଂ" ନାୟିକା ଭାରତକୁ ମଙ୍ଗଳବାର ବନ୍ଧୁକ ଚାଳନାରୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି।

ଏହି ସ୍ବର୍ଣ୍ଣିମ ସଫଳତା ଦେଇଛନ୍ତି ସୁଟର୍‌ ନୀରୁ ଧଣ୍ଡା।

ଏହା ମଧ୍ୟ ଏକ ଐତିହାସିକ ସଫଳତାର ଫର୍ଦ୍ଦ ଯୋଡ଼ିଛି।

ପ୍ରଥମ ଭାରତୀୟ ଭାବେ ନୀରୁ ଏସୀୟ କ୍ରୀଡ଼ାରେ ମହିଳା ବ୍ୟକ୍ତିଗତ ଟ୍ରାପ୍‌ ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଏହି ସଫଳତା ପଥରେ ସେ ମଧ୍ୟ ନୂଆ ମହାଦେଶୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ଫାଇନାଲ୍‌ରେ ନୀରୁ ସର୍ବାଧିକ ୨୮ ପଏଣ୍ଟ୍‌ ସ୍କୋର୍‌ କରି ଏହି କୀର୍ତ୍ତିମାନ କରିଛନ୍ତି।

ପୂର୍ବ ରେକର୍ଡ ୨୪ ପଏଣ୍ଟ୍‌ ଥିଲା।

ଏହି ସଫଳତା ପୂର୍ବରୁ ସେ ଭାରତୀୟ ଟ୍ରାପ୍‌ ଦଳର ରୌପ୍ୟ ପଦକ ବିଜୟରେ ବି ଅଂଶବିଶେଷ ଥିଲେ।

ଫଳରେ ବ୍ୟକ୍ତିଗତ ଭାବେ ଯୁଗଳ ପଦକ ସଫଳତା ପାଇଛନ୍ତି ନୀରୁ।

୨୬ ବର୍ଷୀୟା ଏହି ହରିୟାଣା ତରୁଣୀଙ୍କ ସଫଳତା ମଧ୍ୟ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ଦ୍ବିତୀୟ ସୁଟିଂ ସ୍ବର୍ଣ୍ଣ ପଦକ।

ତାଙ୍କ ପୂର୍ବରୁ ସୁରୁଚି ସିଂହ ଓ କମଲଜିତ୍‌ ୧୦ ମିଟର୍‌ ଏୟାର ପିସ୍ତଲ୍‌ ମିଶ୍ରିତ ଦଳଗତ ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ମଙ୍ଗଳବାର ମହିଳା ବ୍ୟକ୍ତିଗତ ଟ୍ରାପ୍‌ ଇଭେଣ୍ଟ୍‌ରେ ଚୀନର ସୁନ୍‌ ୟୁନୋଙ୍ଗ୍‌ (୨୬ ପଏଣ୍ଟ୍‌) ରୌପ୍ୟ ଏବଂ କୁଏତର ଅବଦୁଲ ମଲ୍ଲିକ ହାଜାର (୨୧) କାଂସ୍ୟ ପଦକ ଜିତିଥିଲେ।

ନୀରୁଙ୍କ ପୂର୍ବରୁ କୌଣିସି ଭାରତୀୟ ବ୍ୟକ୍ତିଗତ ମହିଳା ଟ୍ରାପ୍‌ ଇଭେଣ୍ଟ୍‌ରେ ପଦକ ଜିତିବାରେ ସକ୍ଷମ ‌ହୋଇ ନଥିଲେ।

୧୯୭୮ ମସିହାରେ ଭାରତ ପାଇଁ ପୁରୁଷ ବର୍ଗର ଟ୍ରାପ୍‌ ଇଭେଣ୍ଟ୍‌ରେ ଐତିହାସିକ (ରୌପ୍ୟ) ପଦକ ଜିତିଥିଲେ ରଣଧୀର ସିଂହ।

ସେହିଭଳି ୨୦୧୦ ମସିହାରେ ରଞ୍ଜନ ସୋଢ଼ୀ ଡବଲ୍‌ ଟ୍ରାପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ନୀରୁ ଯୋଗ୍ୟତା ପର୍ଯ୍ୟାୟରେ କତରର ରୟ ବସିଲଙ୍କ ସହ ସମାନ ୧୧୮ ପଏଣ୍ଟ୍‌ ପାଇ ଯୁଗ୍ମ ଶୀର୍ଷରେ ରହି ଫାଇନାଲକୁ ଆସିଥିଲେ।

ଭାରତ ପାଇଁ ମଙ୍ଗଳବାର ଦ୍ବିତୀୟ ସୁଟିଂ ପଦକଟି ଆସିଥିଲା ମହିଳା ଦଳଗତ ଟ୍ରାପ୍‌ରୁ।

ନୀରୁ (୧୧୮), ଅସୀମା ଆହଲୱତ (୧୦୬), ମନୀଷା କୌର୍‌ (୧୦୪) ମିଳିତ ଭାବେ ୩୨୮ ସ୍କୋର୍‌ କରି ଚୀନ (୩୪୬) ତଳକୁ ଦ୍ବିତୀୟ ସ୍ଥାନରେ ରହିଥିଲେ।

କୁଏତ ଦଳ ୩୨୫ ପଏଣ୍ଟ୍‌ ସହ କାଂସ୍ୟ ପଦକ ହାସଲ କରିଥିଲା।

ଏହି ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରୁ ଏବଂ ମଙ୍ଗଳବାର ଭାରତ ପାଇଁ ଦ୍ବିତୀୟ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ମହିଳା ରିଲେ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ଗୁଲବୀର, ବିଥ୍ୟାଙ୍କ ହ୍ୟାଟ୍ରିକ୍‌, ଦୁଇ ଡଜନ ପଦକ ସହ ଦୌଡ଼କୁଦ ଅଭିଯାନ ଶେଷ ଭାରତର ଦୌଡ଼କୁଦ ଅଭିଯାନ ଦୁଇ ଡଜନ ପଦକ ସହ ଶେଷ ହୋଇଛି।

ଭାରତୀୟ ୪ଗୁଣା ୪୦୦ ମିଟର ମହିଳା ରିଲେ ଦଳ ଦେଶପାଇଁ ଏହି କ୍ରୀଡ଼ାରେ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି।

ମହିଳା ହାଇଜମ୍ପ୍‌ରେ ପୂଜା ସିଂହ, ପୁରୁଷ ୫୦୦୦ ମିଟରରେ ଗୁଲବୀର ସିଂହ, ପୁରୁଷ ୪୦୦ ମିଟର ଓ ମିଶ୍ରିତ ୧୦୦ ମିଟର ରିଲେ ଦଳ କାଂସ୍ୟ ପାଇଥିଲେ।

କିରଣ, ଏମ୍‌ଆର୍‌ ପୂଭାମ୍ମା, ପ୍ରାଚୀ ଓ ବିଥ୍ୟା ରାମରାଜଙ୍କୁ ନେଇ ଗଠିତ ଭାରତୀୟ ରିଲେ ଦଳ ୩ ମିନିଟ୍‌ ୨୯.୬୯ ସେକେଣ୍ଡ୍‌ ସମୟ ସହ ପ୍ରଥମ ସ୍ଥାନରେ ରହିଥିଲା।

୪୦୦ ମିଟର ରିଲେରେ ଭାରତର ଏହା ସପ୍ତମ ଏସିଆଡ୍‌ ସ୍ବର୍ଣ୍ଣ ପଦକ।

ଶେଷ ଥର ଲାଗି ୨୦୧୮ରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା।

ଅନ୍ୟପକ୍ଷରେ ଭାରତୀୟ ଦଳରେ ଥିବା ବିଥ୍ୟା ଚଳିତ ଏସୀୟ କ୍ରୀଡ଼ାରେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି।

ପୂର୍ବରୁ ସେ ୪୦୦ ମିଟର ବାଧାଦୌଡ଼ରେ କାଂସ୍ୟ ଜିତିଥିଲା ବେଳେ ୪ଗୁଣା୪୦୦ ମିଟର ମିଶ୍ରିତ ରିଲେରେ ରୌପ୍ୟ ପାଇଥିଲେ।

ତେବେ ଗତ ସଂସ୍କରଣ ବିଜେତା ଭାରତୀୟ ୪ଗୁଣା୪୦୦ ମିଟର ପୁରୁଷ ଦଳ ସ୍ବର୍ଣ୍ଣ ବଜାୟ ରଖିବାରେ ବିଫଳ ହୋଇଥିଲେ ମଧ୍ୟ ଲଗାତାର ପୋଡିୟମ୍‌ ଫିନିସ୍‌ କରିଛି।

ବିଶାଲ ଟିକେ, ମନୁ ଟିଏସ୍‌, ଜୟ କୁମାର ଓ ଧରମବୀର ଚୌଧୁରୀଙ୍କୁ ନେଇ ଗଠିତ ଭାରତୀୟ ଦଳ ୩:୦୧.୬୧ ସେକେଣ୍ଡ୍‌ରେ ରେସ୍‌ ଶେଷ କରି କାଂସ୍ୟ ଜିତିଥିଲା।

ଜାପାନ (୩:୦୦.୭୫) ସ୍ବର୍ଣ୍ଣ ଓ କତର (୩:୦୦.୯୩) ରୌପ୍ୟ ପାଇଥିଲେ।

Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ ମହିଳା ହାଇଜମ୍ପ୍‌ରେ ପୂଜା ୧.୮୪ ମିଟର ଡେଇଁ କାଂସ୍ୟ ଜିତିଥିଲା ବେଳେ ଉଜ୍‌ବେକିସ୍ତାନର ବାର୍ନୋଖୋନ ସେଫୁଲାଏଭା (୧.୯୦ ମିଟର) ସ୍ବର୍ଣ୍ଣ ଓ କାଜାଖ୍‌ସ୍ତାନର କ୍ରିଷ୍ଟିନା ଓଭଚିନ୍ନିକୋଭା (୧.୮୭ ମିଟର) ରୌପ୍ୟ ପାଇଥିଲେ।

ଏହି ଇଭେଣ୍ଟ୍‌ରେ ଭାଗ ନେଇଥିବା ଆଉ ଜଣେ ଭାରତୀୟ ସୁପ୍ରିୟା ବାସବରାଜୁ (୧.୭୫ ମିଟର) ଦ୍ବାଦଶ ସ୍ଥାନରେ ରହିଥିଲେ।

ପୁରୁଷ ୫୦୦୦ ମିଟରରେ ଆହତ ଯୋଗୁଁ ଅବିନାଶ ସାବ୍‌ଲେ ଓହରି ଯାଇଥିଲା ବେଳେ ଗୁଲବୀର ସିଂହ (୧୩:୩୨.୭୫ ସେକେଣ୍ଡ) କାଂସ୍ୟ ଜିତିଥିଲେ।

ଏଥିସହ ଗୁଲବୀର ଚଳିତ ପ୍ରତିଯୋଗିତାରେ ହ୍ୟାଟ୍ରିକ୍‌ ପଦକ ଅର୍ଜନ କରିବାର ଗୌରବ ପାଇଥିଲେ।

ପୂର୍ବରୁ ସେ ୧୦୦୦୦ ଓ ୧୫୦୦ ମିଟରରେ ରୌପ୍ୟ ପାଇଥିଲେ।

୫୦୦୦ ମିଟରରେ ଗୁଲବୀରଙ୍କ ଆଗରେ ରହି ବାହାରିନ୍‌ର ବିର୍‌ହାନୁ ବାଲିଉ (୧୩:୩୦.୭୯) ଓ ଜାପାନର ତୋମୋନୋରି ୟାମାଗୁଚି (୧୩:୩୧.୪୩) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ କରାୟତ୍ତ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।