Holy Kartika Month Begins: ପବିତ୍ର କାର୍ତ୍ତିକ ମାସ ଆରମ୍ଭ, ଶ୍ରୀକ୍ଷେତ୍ର ପୁରୀରେ ଶତାଧିକ ହବିଷ୍ୟାଳୀଙ୍କ ଭିଡ଼

Oct 26, 2026 - 09:09
Holy Kartika Month Begins: ପବିତ୍ର କାର୍ତ୍ତିକ ମାସ ଆରମ୍ଭ, ଶ୍ରୀକ୍ଷେତ୍ର ପୁରୀରେ ଶତାଧିକ ହବିଷ୍ୟାଳୀଙ୍କ ଭିଡ଼

ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଧର୍ମମାସ କାର୍ତ୍ତିକ।

ହବିଷ ପାଳନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି ଶତାଧିକ ହବିଷ୍ୟାଳୀ ମାଆ।

ହବିଷ୍ୟାଳୀଙ୍କ ରହଣି, ଖାଦ୍ୟପେୟ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।

ପ୍ରାୟ ୨୪ ଶହ ହବିଷ୍ୟାଳୀଙ୍କୁ ଶିବିରରେ ବିଭିନ୍ନ ସୁବିଧା ଯୋଗାଇଦେବାକୁ ଚୟନ କରାଯାଇଛି।

Advertisment ହବିଷ୍ୟାଳୀ ମାଆମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନ ପାଇଁ ସ୍ୱତନ୍ତ୍ର ଲାଇନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସେହିପରି ତୀର୍ଥ ପୁଷ୍କରିଣୀରେ ସୁରକ୍ଷିତ ସ୍ନାନ ପାଇଁ ହୋଇଛି ବ୍ୟାରିକେଡ୍ ବ୍ୟବସ୍ଥା।

ଶିବିରରେ ରହୁଥିବା ମାଆମାନଙ୍କୁ ଆବଶ୍ୟକୀୟ ସହାୟତା ସହ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ।

କାର୍ତ୍ତିକ ମାସରେ ହବିଷ୍ୟାଳୀ ମାଆମାନଙ୍କ ସେବାକୁ ପବିତ୍ର କର୍ତ୍ତବ୍ୟ ଭାବେ ଗ୍ରହଣ କରି ସହଯୋଗ କରିବାକୁ ସ୍ୱେଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା।

ଅନ୍ୟପଟେ ହବିଷ୍ୟାଳୀଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କରାଯାଇଛି ବ୍ୟାପକ ବ୍ୟବସ୍ଥା।

ଶ୍ରୀକ୍ଷେତ୍ରରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।

ଆଜିଠାରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ହବିଷ ବ୍ରତ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।