Homemade Rosemary Spray For Hair: ଆପଣଙ୍କ ଚୁଟି ପ୍ରବଳ ଝଡୁଛି କି? ଘରେ କିପରି ତିଆରି କରିବେ ରୋଜମେରୀ ସ୍ପ୍ରେ, ଜାଣନ୍ତୁ

Sep 19, 2026 - 17:58
Homemade Rosemary Spray For Hair: ଆପଣଙ୍କ ଚୁଟି ପ୍ରବଳ ଝଡୁଛି କି? ଘରେ କିପରି ତିଆରି କରିବେ ରୋଜମେରୀ ସ୍ପ୍ରେ, ଜାଣନ୍ତୁ

ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଋତୁ ପରିବର୍ତ୍ତନ, ଅଧିକ ଚାପ, ନିଦ୍ରାର ଅଭାବ, ଭୁଲ୍ ହେୟାର କେୟାର ରୁଟିନ୍ ଏବଂ ଖାଦ୍ୟରେ ପୋଷକତତ୍ତ୍ୱର ଅଭାବ ଭଳି କାରଣରୁ ହେୟାର ଫଲ୍ ବଢ଼ିପାରେ। ଏହି କାରଣରୁ ଅନେକ ଲୋକ ମହଙ୍ଗା ହେୟାର ପ୍ରୋଡକ୍ଟ୍ ବଦଳରେ ସହଜ ଘରୋଇ ବିକଳ୍ପ ଖୋଜନ୍ତି।

ଏପରି ହେୟାର କେୟାର ରୁଟିନ୍‌ରେ ରୋଜମେରୀ (Rosemary)ର ବ୍ୟବହାର ମଧ୍ୟ ବହୁତ ଲୋକପ୍ରିୟ। ରୋଜମେରୀରୁ ପ୍ରସ୍ତୁତ ଏକ ସରଳ ହେୟାର ସ୍ପ୍ରେକୁ ନିୟମିତ ସ୍କାଲ୍ପ କେୟାରର ଅଂଶ କରାଯାଇପାରେ। 

ଘରେ କିପରି ତିଆରି କରିବେ ରୋଜମେରୀ ସ୍ପ୍ରେ 

ଏଥିପାଇଁ ଆବଶ୍ୟକ—

  • ୧ କପ୍ ପାଣି 
  • ତାଜା କିମ୍ବା ଶୁଖିଲା ରୋଜମେରୀ ପତ୍ର 
  • ଏକ ସଫା ସ୍ପ୍ରେ ବୋତଲ 

ପ୍ରଥମେ ଗୋଟିଏ କପ୍ ପାଣିରେ ରୋଜମେରୀ ପତ୍ର ପକାଇ କିଛି ମିନିଟ୍ ଧୀର ଆଞ୍ଚରେ ଫୁଟାନ୍ତୁ। ପରେ ଏହାକୁ ପୂରା ଥଣ୍ଡା ହେବାକୁ ଦିଅନ୍ତୁ। ଥଣ୍ଡା ହେବା ପରେ ଛାଣି ଏକ ସଫା ସ୍ପ୍ରେ ବୋତଲରେ ଭରନ୍ତୁ। ଘରେ ପ୍ରସ୍ତୁତ ଏପରି ପାଣି ଆଧାରିତ ମିଶ୍ରଣରେ ସାଧାରଣତଃ ପ୍ରିଜର୍ଭେଟିଭ୍ ନଥାଏ। ତେଣୁ ଏହାକୁ ଦୀର୍ଘଦିନ ଘରର ତାପମାତ୍ରାରେ ରଖିବା ବଦଳରେ ଅଳ୍ପ ପରିମାଣରେ ପ୍ରସ୍ତୁତ କରି ଫ୍ରିଜ୍‌ରେ ରଖିବା ଭଲ।

କେଶରେ କିପରି ଲଗାଇବେ?

କେଶର ମୂଳ ଏବଂ ସ୍କାଲ୍ପ ଉପରେ ହାଲୁକା ଭାବେ ସ୍ପ୍ରେ କରନ୍ତୁ। ପରେ ଆଙ୍ଗୁଠିର ସାହାଯ୍ୟରେ କିଛି ସମୟ ଧୀରେ ମସାଜ୍ କରିପାରିବେ। ସ୍ପ୍ରେ’କୁ ଆଖି ସଂସ୍ପର୍ଶରୁ ଦୂରେ ରଖନ୍ତୁ। ପ୍ରଥମଥର ବ୍ୟବହାର କରୁଥିଲେ ଚର୍ମର ଏକ ଛୋଟ ଅଂଶରେ ପ୍ୟାଚ୍ ଟେଷ୍ଟ କରିବା ଭଲ। ଜ୍ୱଳନ, ଲାଲ୍ ହେବା କିମ୍ବା କୁଣ୍ଡେଇ ହେଲେ ବ୍ୟବହାର ବନ୍ଦ କରନ୍ତୁ।

କେଉଁ ଭୁଲ୍‌ରୁ ବଞ୍ଚିବେ?

ରୋଜମେରୀ ସ୍ପ୍ରେକୁ ବହୁତ ଅଧିକ ପରିମାଣରେ ବ୍ୟବହାର କରନ୍ତୁ ନାହିଁ। ସ୍କାଲ୍ପକୁ ଜୋରରେ ଘଷିବା କିମ୍ବା ଏକାଥରେ ଅନେକ ନୂଆ ହେୟାର ପ୍ରୋଡକ୍ଟ୍ ବ୍ୟବହାର କରିବାରୁ ମଧ୍ୟ ବଞ୍ଚନ୍ତୁ। ଭିଜା କେଶକୁ ଜୋରରେ ବାନ୍ଦିବା ଓ ଅତ୍ୟଧିକ ଟାଇଟ୍ ହେୟାରଷ୍ଟାଇଲ୍ କରିବା କେଶ ଭାଙ୍ଗିବାକୁ ବଢ଼ାଇପାରେ।

କେବେ ଡାକ୍ତରଙ୍କ ପରାମର୍ଶ ନେବେ?

ଯଦି ସାଧାରଣରୁ ଅଧିକ କେଶ ଝଡ଼ୁଛି, କେଶ ଦ୍ରୁତ ପତଳା ହେଉଛି କିମ୍ବା ସ୍କାଲ୍ପରେ ଜ୍ୱଳନ ହେଉଛି, ଲାଲିମା ପଡୁଛି କିମ୍ବା ଘା’ ଦେଖାଯାଉଛି, ତେବେ କେବଳ ଘରୋଇ ଉପାୟ ଉପରେ ନିର୍ଭର ନକରି ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।