Honeybee: ମହୁମାଛି କମିଲେ ମଣିଷକୁ ବିପଦ
"ଫୁଲ ଉପରେ ଗୁଣୁଗୁଣୁ ହୋଇ ଉଡୁଥିବା ମହୁମାଛିକୁ ଦେଖି ହୁଏତ ଆମେ ତା"ର ଗୁରୁତ୍ୱ ବୁଝିପାରୁନାହୁଁ।
କିନ୍ତୁ ଏହି ଛୋଟ କୀଟଟି ଯଦି ଦିନେ ପୃଥିବୀରୁ ଅଦୃଶ୍ୟ ହୋଇଯାଏ, ତେବେ ଏହାର ପ୍ରଭାବ କେବଳ ମହୁ ମିଳିବାରେ ସୀମିତ ରହିବ ନାହିଁ; ଫୁଲଠାରୁ ଫଳ, ଚାଷଜମିଠାରୁ ଖାଦ୍ୟ ଥାଳି ଏବଂ ପ୍ରକୃତିଠାରୁ ଅର୍ଥନୀତି ସବୁକିଛି ପ୍ରଭାବିତ ହୋଇପାରେ।Advertisment EPFO: ଇପିଏଫ୍ଓର ହ୍ବାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ: ହାତପାଆନ୍ତାରେ ମିଳିବ ସୂଚନା ମହୁମାଛି ପ୍ରକୃତିର ଜଣେ ଗୁରୁତ୍ୱପୂର୍ଣ୍ଣ ପରାଗସ୍ଥାପକ।
ଏମାନେ ଫୁଲରୁ ଫୁଲକୁ ପରାଗ ବହନ କରି ଉଦ୍ଭିଦର ପ୍ରଜନନରେ ସାହାଯ୍ୟ କରନ୍ତି।
ଏହି କାରଣରୁ ଅନେକ ଫଳ, ପନିପରିବା ଓ ଅନ୍ୟାନ୍ୟ ଫସଲ ଉତ୍ପାଦନରେ ମହୁମାଛିଙ୍କ ଭୂମିକା ରହିଛି।
ବିଶ୍ୱର ଖାଦ୍ୟ ଉତ୍ପାଦନର ପ୍ରାୟ ଏକ-ତୃତୀୟାଂଶ ପରାଗସ୍ଥାପକଙ୍କ ଉପରେ ନିର୍ଭରଶୀଳ।
କିନ୍ତୁ ଏବେ ଏହି ଛୋଟ ପରାଗସ୍ଥାପକଙ୍କ ଅସ୍ତିତ୍ୱ ବିପଦରେ।
୧୯୮୭ ପରଠାରୁ ପରାଗସ୍ଥାପକଙ୍କ ସଂଖ୍ୟା ପ୍ରାୟ ୨୫ ପ୍ରତିଶତ କମିଛି।
ଜଙ୍ଗଲ ଓ ତୃଣଭୂମି ନଷ୍ଟ ହେବା, ଏକପ୍ରକାର ଫସଲ ଉପରେ ଅଧିକ ନିର୍ଭରଶୀଳ ଚାଷ, କୀଟନାଶକର ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନ ଏହାର ପ୍ରମୁଖ କାରଣ।
ମହୁମାଛିଙ୍କ ସଂଖ୍ୟା କମିଲେ ଫଳ ଓ ପନିପରିବା ଉତ୍ପାଦନ ମଧ୍ୟ କମିପାରେ।
ଖାଦ୍ୟ ଉତ୍ପାଦନ ହ୍ରାସ ପାଇଲେ ଦର ବଢ଼ିବା ସହ ଖାଦ୍ୟ ସୁରକ୍ଷା ମଧ୍ୟ ବିପଦରେ ପଡ଼ିପାରେ।
ଏହାର ପ୍ରଭାବ କେବଳ ମଣିଷ ଉପରେ ନୁହେଁ, ଅନ୍ୟ ପ୍ରାଣୀଙ୍କ ଉପରେ ମଧ୍ୟ ପଡ଼ିବ।
ମହୁମାଛି ଉପରେ ନିର୍ଭର କରୁଥିବା ଉଦ୍ଭିଦ କମିଲେ, ସେହି ଉଦ୍ଭିଦକୁ ଖାଦ୍ୟ ଓ ଆଶ୍ରୟ ଭାବେ ବ୍ୟବହାର କରୁଥିବା ଅନେକ ପ୍ରାଣୀ ମଧ୍ୟ ସଙ୍କଟରେ ପଡ଼ିବେ।
ଏଭଳି ଭାବେ ପ୍ରକୃତିର ଖାଦ୍ୟଶୃଙ୍ଖଳା ଓ ଜୈବବିବିଧତା ପ୍ରଭାବିତ ହୋଇପାରେ।
Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ ଏହାର ଅର୍ଥନୈତିକ ପ୍ରଭାବ ମଧ୍ୟ କିଛି କମ୍ ନୁହେଁ।
ପ୍ରତିବର୍ଷ ପ୍ରାୟ ୫୭୭ ବିଲିୟନ୍ ଡଲାର ମୂଲ୍ୟର ବିଶ୍ୱ ଖାଦ୍ୟ ଉତ୍ପାଦନ ପରାଗସ୍ଥାପକଙ୍କ ସେବା ଉପରେ ନିର୍ଭର କରେ।
ମଣିଷ ହାତରେ ଏହି କାମ କରିବା ସମ୍ଭବ ହେଲେ ମଧ୍ୟ ଏହା ଅତ୍ୟନ୍ତ ଶ୍ରମସାଧ୍ୟ ଓ ମହଙ୍ଗା।
କେବଳ ମହୁମାଛି ନୁହେଁ, ପ୍ରଜାପତି, ଅନ୍ୟ କୀଟ, ପକ୍ଷୀ ଓ ବାଦୁଡ଼ି ମଧ୍ୟ ପରାଗସ୍ଥାପନରେ ସାହାଯ୍ୟ କରନ୍ତି।
ତଥାପି ମହୁମାଛିଙ୍କ ଭୂମିକାକୁ ସହଜରେ ପୂରଣ କରିବା ସମ୍ଭବ ନୁହେଁ।
ତେଣୁ ମହୁମାଛିକୁ ବଞ୍ଚାଇବା ମାନେ କେବଳ ଏକ ଛୋଟ କୀଟକୁ ସୁରକ୍ଷା ଦେବା ନୁହେଁ, ଅଧିକନ୍ତୁ ଏହା ଆମ ଖାଦ୍ୟ, ପ୍ରକୃତି, ଜୈବବିବିଧତା ଓ ଆଗାମୀ ପିଢ଼ିର ଭବିଷ୍ୟତକୁ ସୁରକ୍ଷିତ ରଖିବାର ଏକ ବଡ଼ ଦାୟିତ୍ୱ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।