Horoscope 2026 August 31: ଜାଣନ୍ତୁ ଆଜିର ରାଶିଫଳ
"ମେଷ: ଚାକିରିରେ ଦୂରସ୍ଥାନକୁ ବଦଳି ହୋଇପାରନ୍ତି।
ଆପଣଙ୍କ ସମୟ ପରିଜନଙ୍କ ସହିତ କଟିବ।
କେହି ବନ୍ଧୁ ଆପଣଙ୍କ ସହିତ ମିଶିବା ଲାଗି ଆସିପାରନ୍ତି।
ସଡ଼କରେ ଯିବାବେଳେ ସତର୍କ ରୁହନ୍ତୁ। Advertisment ବୃଷ: ଆପଣଙ୍କ ସାକ୍ଷାତ ପୁରୁଣା ବନ୍ଧୁ ସହିତ ହେବ।
ବେପାରରେ ଅଚାନକ ଧନଲାଭ ହେବ।
ଓକିଲଙ୍କ ଲାଗି ଦିନଟି ଲାଭକାରୀ ରହିବ।
ଅସହାୟଙ୍କୁ ବସ୍ତ୍ର ଦାନ କରନ୍ତୁ।
ପାରିବାରିକ ଜୀବନ ସୁଖମୟ ରହିବ।
ମିଥୁନ: ଭାଗୀଦାର କାରବାରରେ ଲାଭ ପାଇବେ।
ବିବାଦଠୁ ଦୂରରେ ରୁହନ୍ତୁ।
ଜୀବନସାଥୀ ସହିତ ମନୋମାଳିନ୍ୟ ହୋଇପାରେ।
ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କର୍କଟ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ବିଚାର ଚାଲିବାର ରହିବ।
ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି।
କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିବେ।
ପ୍ରସାଧନ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ।
ସିଂହ: ବନ୍ଧୁ ସହିତ ଅଧିକ ସମୟ ବିତାଇବେ।
ଉତ୍ତମ ସ୍ବାସ୍ଥ୍ୟ ପାଇଁ ମିଷ୍ଟାନ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ।
ଭାଗୀଦାରି ସହିତ ରାତ୍ରିଭୋଜନ କରିବେ।
କନ୍ୟା: ଆପଣଙ୍କ ମନ ରଚାନାତ୍ମକ କାର୍ଯ୍ୟରେ ରହିବ।
ପାଖ ଲୋକ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି।
ବିଗିଡ଼ି ଥିବା ସ୍ଥିତିରେ ସୁଧାର ଆସିବ।
ବେପାରରେ ଯଥେଷ୍ଟ ଲାଭ ହେ।
ପ୍ରେମୀ ଯୁଗଳ ସମ୍ବନ୍ଧରେ ମିଷ୍ଟତା ଭରିବେ।
ତୁଳା: କୌଣସି ଶୁଭ ଖବର ପାଇବେ।
ସନ୍ଧ୍ୟାରେ ପିଲାଙ୍କ ସହିତ ସମୟ କଟିବ।
ଅଫିସରେ ଧୈର୍ଯ୍ୟଧରି କାମ କରନ୍ତୁ।
କୋର୍ଟ କଚେରି ମାମଲାରେ ବିଜୟୀ ହେବେ।
ଧାର୍ମିକ ଯାତ୍ରା ଲାଗି ଯୋଜନା କରିବେ।
ବିଛା: କାମ ଧନ୍ଦାରେ ମନ ଲାଗିବ।
କୌଣସି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ପୂର୍ବରୁ ଯୋଜନା ପ୍ରସ୍ତୁତି କରି ଆଗକୁ ବଢ଼ନ୍ତୁ।
ଅଜଣା ବ୍ୟକ୍ତି ସହିତ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ।
ଧନୁ: ନୂଆ ବ୍ୟବସାୟରେ ପୁଞି ଲଗାନ୍ତୁ ଦିଗୁଣା ଲାଭ ହେବ।
ନୂଆ ଜମି କିଣିବାକୁ ଭାବୁଥିଲେ ଆଜି କିଣି ନିଅନ୍ତୁ।
ପୂର୍ବ କଂପାନିର ଅନୁଭବ ଆପଣଙ୍କ କାମରେ ଆସିବ।
ପ୍ରିୟଜନଙ୍କୁ ପାଇଁ ଭଲ ପୋଷାକ ଦେବେ।
ମକର: ସମୟର ସଦୁପଯୋଗ କରନ୍ତୁ।
କାରବାରରେ ଆଶାଠୁ ଅଧିକ ଲାଭ ପାଇବେ।
କଲେଜ ପ୍ରୋଜେକ୍ଟ ସିନିୟରଙ୍କ ସାହାଯ୍ୟରେ କରନ୍ତୁ।
ଜୀବନସାଥୀଙ୍କୁ ଏଭଳି ବଚନ ଦିଅନ୍ତୁ ଯାହା ପୂରା କରି ପାରିବେ।
କୁମ୍ଭ: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ।
ନୂଆ କାର୍ଯ୍ୟରେ ରୁଚି ବଢ଼ିବ।
ପିଲାର କ୍ୟାରିୟର ପାଇଁ କାହାରିଠୁ ଧାର ନେବେ।
ଆପଣ କିଛି ଲୋକଙ୍କ ସହିତ ମିଶି ସାମାଜିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତି ପାରନ୍ତି।
ମୀନ: ଆପଣଙ୍କ ସବୁ କାମ ମନମୁତାବକ ପୂରା ହେବ।
ଆପଣଙ୍କ ସକାରାତ୍ମକ ବିଚାରରେ କତୃପକ୍ଷ ଖୁସି ହୋଇ କୌଣସି ଉପଯୋଗୀ ବସ୍ତୁ ଉପହାର ଦେବେ।
ଛାତ୍ରଛାତ୍ରୀ ପାଠପଢ଼ାରେ ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।