Horoscope 2026 November 9: ଜାଣନ୍ତୁ ଆଜିର ରାଶିଫଳ

Nov 09, 2026 - 00:08
Horoscope 2026 November 9: ଜାଣନ୍ତୁ ଆଜିର ରାଶିଫଳ

ମେଷ: ବଡ଼ ଯୋଜନା ଉପରେ କାମ କରିବାର ମତ ଅଭିଭାବକଙ୍କ ଆଗରେ ରଖିବେ।

କାମ ପୂରା କରିବା ପାଇଁ ନୂଆ କୌଶଳର ସହାୟତା ନେବେ।

ରାଜନୀତି କ୍ଷେତ୍ରରେ ଥିବା ଲୋକ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି।

Advertisment ବୃଷ: ଅସହାୟଙ୍କୁ ସହାୟତା କରିବେ।

କୌଣସ ସାହାସିକ କାର୍ଯ୍ୟ କରି ପ୍ରଶଂସା ପାଇବେ।

ଖେଳାଳି ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ।

ସନ୍ଧ୍ୟାରେ ବନ୍ଧୁ ସହିତ ମଉଜମସ୍ତି କରିବେ।

ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମିଥୁନ: କୌଣସି ବଡ଼ ସଂସ୍ଥା ସହିତ ଯୋଡ଼ି କାମ କରିବାର ଭଲ ମଉକା ପାଇବେ।

ଜୀବନସାଥୀ ସହିତ ଭଲ ତାଳମେଳ ବଜାୟ ରହିବ।

ଆପଣଙ୍କ ବିବେକରେ କୌଣସି ଅଟକିଥିବା କାମ ପୂରା ହୋଇଯିବ।

କର୍କଟ: ଆପଣଙ୍କର କୌଣସି ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ ଯାହାଦ୍ବାରା ଦୁନିଆ ଦେଖିବାର ଆପଣଙ୍କ ଦୃଷ୍ଟିକୋଣ ବଦଳି ଯିବ।

ବ୍ୟବସାୟରେ ନୂଆ ଶାଖା ଖୋଲିବାକୁ ଚାହୁଁଥିଲେ ଘର ଲୋକଙ୍କ ସହିତ କଥା ହୁଅନ୍ତୁ।

ସିଂହ: କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି।

କାହାରି ସାହାଯ୍ୟରେ ସରକାରୀ କାମ ହୋଇଯିବ।

ଯେଉଁ ମହିଳା ଘରେ କୌଣସି କାମ କାମ କରିବାକୁ ଚାହୁଁଛନ୍ତି ତାଙ୍କୁ ପତିର ପୂରା ସହଯୋଗ ମିଳିବ।

କନ୍ୟା: ଜରୁରୀ କାମ ପୂରା କରିଦେବା ଯୋଗୁଁ ମନକୁ ଶାନ୍ତି ମିଳିବ।

ଆପଣ କାହାରିକୁ ମନର କଥା କହିବେ।

ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକ ପଦୋନ୍ନତିର ସୂଚନା ପାଇବେ।

ଛାତ୍ରଛାତ୍ରୀ କୌଣସି ସଂଶୟରୁ ମୁକ୍ତି ପାଇବେ।

ତୁଳା: ବେପାରରେ ଅଚାନକ ଧନଲାଭ ହେବ।

ଘରେ ସୁଖ ସୁବିଧା ବୃଦ୍ଧି ହେବ।

ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

କୌଣସି ଗୁରୁତ୍ବପୂର୍ଣ୍ଣ ବୈଠକରେ ଭାଗ ନେବେ।

ବିଛା: ବ୍ୟବସାୟରେ ବଢ଼ିଆ ଧନଲାଭର ସଂକେତ ମିଳିଛୁ।

ମହିଳା ବ୍ୟବସାୟୀଙ୍କୁ ଘର ଲୋକଙ୍କର ସହଯୋଗ ମିଳିବ।

ଘରୋଇ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତି ଉନ୍ନତିର ଅବସର ପାଇବେ।

ଧନୁ: ବ୍ୟବସାୟ ମାମଲାରେ ଭାବିଚନ୍ତି ନିର୍ଣ୍ଣୟ ନେବେ।

ଅଫିସରେ ନିର୍ଦ୍ଧାରିତ ସମୟରେ କାମ ପୂରା ହୋଇଯିବା ଯୋଗୁଁ ମନକୁ ଶାନ୍ତି ମିଳିବ।

ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।

ମକର: ରୋଜଗାରର ନୂଆ ଅବସର ପାଇବେ।

ସାକ୍ଷାତକାର ଦେବାକୁ ଯିବାର ଥିଲେ ସଫଳତା ପାଇବେ।

ଛାତ୍ରଛାତ୍ରୀ ନିଜର ପ୍ରୋଜେକ୍ଟ ପୂରା କରିବାରେ ସଫଳ ରହିବେ।

ବନ୍ଧୁଙ୍କୁ ଆର୍ଥିକ ସହାୟତା କରିବେ।

କୁମ୍ଭ: ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ।

ବ୍ୟସ୍ତ ବହୁଳ ଜୀବନରେ କିଛି ସମୟ ଈଶ୍ବରଙ୍କ ପାଇଁ ବାହାର କରନ୍ତୁ।

କାମରେ ଅଭିଭାବକଙ୍କ ସହଯୋଗ ମିଳିବା ଯୋଗୁଁ ଆପଣଙ୍କର ଉତ୍ସାହ ବଢ଼ିବ।

ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମୀନ: ଜୈବିକ ବ୍ୟବସାୟରେ ଲାଭ ପାଇବେ।

ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ଦିନଟି ବ୍ୟସ୍ତତାରେ କଟିବ।

ଦୀର୍ଘ ଦିନରୁ ଲାଗି ରହିଥିବା ପରିବାରରେ ଝଞଟ ସମାପ୍ତ ହେବ।

ଚାକିରିରେ ପଦୋନ୍ନତି ଯୋଗ ଅଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।