Horoscope 2026 October 13: ଜାଣନ୍ତୁ ଆଜିର ରାଶିଫଳ...

Oct 13, 2026 - 00:20
Horoscope 2026 October 13: ଜାଣନ୍ତୁ ଆଜିର ରାଶିଫଳ...

"‌ମେ‌ଷ: ପରିବାରରେ ସବୁ ଲୋକଙ୍କୁ ଆନନ୍ଦପ୍ରାପ୍ତି ହେବ।

ଅର୍ଡର୍‌ ସପ୍ଲାଇଙ୍କର ଉନ୍ନତି ହେବ।

କୋର୍ଟକଚେରିର ଫଇସଲା ଆପଣଙ୍କ ସପକ୍ଷରେ ଆସିବ।

ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ।  ‌ Advertisment ବୃଷ: ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାରକୁ ଗ୍ରହଣ କରିବେ।

ସାମାଜିକ କାର୍ଯ୍ୟରେ ଆପଣଙ୍କର ସକ୍ରିୟତା ବଢ଼ିପାରେ।

ଜୀବନସାଥୀ ଠାରୁ ଖୁସି ଖବର ପାଇବେ।

ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

ମିଥୁନ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବୃଦ୍ଧି ହେବ।

ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ।

ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତାକୁ ମଧୁରତାରେ ବଦଳାଇବା ଦିନଟି ଭଲ।

କର୍କଟ: ପରିଶ୍ରମର ଫଳ ନିଶ୍ଚୟ ପାଇବେ।

ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।

ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: ଚାକିରିଜୀବୀଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

ବନ୍ଧୁ ସହ ବିଶେଷ ବିଷୟରେ କଥା ହେବେ।

କୌଣସି ବାଦବିବାଦକୁ ପଶନ୍ତୁ ନାହିଁ।

ଶିକ୍ଷାର୍ଥୀଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ଅଛି।

କନ୍ୟା: ଆପଣଙ୍କ ମନ ଆଧ୍ୟାତ୍ମିକ ପ୍ରତି ଅଧିକ ରହିବ।

କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ କଥା ଆପଣଙ୍କ କ୍ୟାରିୟରର ଦିଶାକୁ ବଦଳାଇ ଦେବେ।

କୌଣସି ସହପାଠୀ ଆପଣଙ୍କୁ ନିଜର କଥା କହିବେ।

ଆହୁରି ପଢ଼ନ୍ତୁ- Chatting: ବିନା ଇଣ୍ଟରନେଟରେ ବି ଚାଟିଂ ହୋଇପାରୁଥିବା ଆପ୍ସ ଉପରେ ଲାଗିଲା କଟକଣା: ଭାରତୀୟ ଆପ୍ ଷ୍ଟୋରରୁ ହଟିଲା "ବିଟ୍‌ଚାଟ୍" ତୁଳା: ଚାକିରି ବିଷୟରେ ଆପଣ ଅଧିକ ବ୍ୟବହାରିକ ରହିବେ।

କାରବାରରେ ଯଥେଷ୍ଟ ଲାଭ ପାଇବେ।

ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ।

ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ବିଛା: କୌଣସି କାମ କରିବା ପୂର୍ବରୁ ଜୀବନସାଥୀ ସହ ପରାମର୍ଶ କରିନିଅନ୍ତୁ ଭଲ ହେବ।

କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ।

ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ।

ଧନୁ: ମନୋବଳସ୍ତର ଭଲ ରହିବ।

ବେପାର ବଢ଼ାଇବା ପାଇଁ କୌଣସି ନୂଆ ନିୟମ ଆପଣଙ୍କ ସମ୍ମୁଖକୁ ଆସିବ।

ଲାଗି ରହିଥିବା ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

ମକର: ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

ଭୂସଂପତ୍ତି କିଣିବା ଯୋଗ ଅଛି।

ପିଲାମାନଙ୍କ ଠାରୁ ଶୁଭଖବର ପାଇବେ।

ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: ଲାଗି ରହିଥିବା ମକଦ୍ଦମା ଜଟିଳ ଦିଗକୁ ଗତି କରିବ।

ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ମିଳିବ।

ଅଫିସରେ ଆପଣଙ୍କୁ କୌଣସି ବଡ଼ କାମର ଦାୟିତ୍ବ ଦିଆଯିବ।

ବେପାରରେ ଲାଭ ହେବ।

ମୀନ: ଆପଣଙ୍କୁ କିଛି ଏଭଳି ହାସଲ ହେବ ଯାହା ବହୁ ଦିନରୁ ସନ୍ଧାନରେ ଥିଲେ।

ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ।

ଅନ୍ତରଙ୍ଗ ବନ୍ଧୁ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।