Horoscope 2026 October 27: ଜାଣନ୍ତୁ ଆଜିର ରାଶିଫଳ
ମେଷ: ଆପଣଙ୍କର ସକାରାତ୍ମକ ମାନସତା ଆପଣଙ୍କୁ ଲାଭ ଦେବ।
ଚାକିରି ପାଇଁ ନୂଆ ଅବସର ପାଇବେ।
ଛୋଟଛୋଟ କଥାରେ ଖୁସିର ତଲାସ କରିବେ।
ଜୀବନସାଥୀ ସହ ମିଶିବାର ମଉକା ପାଇବେ। Advertisment ବୃଷ: ଦିନଟି ଆପଣଙ୍କ ଲାଗି ଭଲ ରହିବ।
ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ମିଳିବ।
ପାରିବାରିକ ସମସ୍ୟା ସମାଧାନ ହେବ।
ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ମିଥୁନ: ଧୈର୍ଯ୍ୟଧରି ରୁହନ୍ତୁ ଆଉ ସମୟ ସହିତ ଚାଲନ୍ତୁ।
ପ୍ରତିଟି କାମରେ ଭଲ ପରିଣାମ ପାଇବେ।
ଅଚାନକ ଧନଲାଭ ହେବ।
ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଜାଗାରେ ଚାକିରି ମିଳିବ। କର୍କଟ: ଆପଣଙ୍କୁ ମନ ଚାହୁଁଥିବା କାମରେ ସଫଳତା ମିଳିପାରେ।
ଅଫିସରେ ଅଧିକାରୀବର୍ଗ ଆପଣଙ୍କୁ ଅଧିକ ଦାୟିତ୍ବ ତୁଲାଇବାକୁ କହିପାରନ୍ତି।
ଶିକ୍ଷାର୍ଥୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ସିଂହ: ଧର୍ମକାର୍ଯ୍ୟରେ ମନ ଲାଗିବ।
ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
ବେପାରରେ ମନ ମୁତାବକ ଲାଭ ପାଇବେ।
ପ୍ରେମୀ ଯୁଗଳ ମନର କଥା ଜଣେ ଅନ୍ୟଜଣଙ୍କୁ କହିବେ। କନ୍ୟା: ଆପଣଙ୍କ ଜୀବନ ଜୀବିକା ପାଇଁ ଭଲ ଦିନଟିଏ।
ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ।
ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହେବ।
ବନ୍ଧୁ ସହ ଫୋନରେ ଭଲ କଥା ହେବେ।
ତୁଳା: କାମ ପାଇଁ କରି ଆସୁଥିବା ଚେଷ୍ଟାରେ ସଫଳ ହେବେ।
ସୋସିଆଲ ମିଡ଼ିଆରେ କାହାରି ସହିତ କଥା ହେବେ।
ଉପାର୍ଜନ ପାଇଁ ମନରେ ନୂଆ ନୂଆ ବିଚାର ଆସିବ।
ବିଛା: ଆପଣଙ୍କର ଆକର୍ଷକ ଓ ଚୁମ୍ବକୀୟ ବ୍ୟକ୍ତିତ୍ବ କିଛି ଲୋକଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଟାଣିବ।
ପରିଶ୍ରମ ବଳରେ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିନେବେ।
ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।
ଧନୁ: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା ଲାଗୁ କରନ୍ତୁ ଠିକ ରହିବ।
ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ।
ବେପାରରେ ଉନ୍ନତି ହେବ।
ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ଆସିବ।
ମକର: ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ।
ରାଜନୀତି କ୍ଷେତ୍ରରେ ସଫଳତା ପାଇବେ।
ବୈବାହିକ ଜୀବନରେ ଖୁସି ବୃଦ୍ଧି ହେବ।
ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବହୁତ ଭଲ ରହିବ।
କୁମ୍ଭ: ଆର୍ଥିକ ସ୍ଥିତି ଭଲ ରହିବ।
ବ୍ୟବସାୟରେ ଲାଭ ହେବାର ସମ୍ଭାବନା।
ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସଫଳତା ମିଳିବ।
ମୀନ: ଦୀର୍ଘ ଦିନର ଅଟକି ଥିବା ସରକାରୀ କାମ ସଂପୂର୍ଣ୍ଣ ହୋଇଯିବ।
ବ୍ୟବସାୟରେ ଉନ୍ନତି ହେବ।
ବନ୍ଧୁଙ୍କୁ ମନର ବ୍ୟଥା କହି ମନକୁ ଶାନ୍ତି ମିଳିବ।
ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।