Horoscope 2026 October 5: ଜାଣନ୍ତୁ ଆଜିର ରାଶିଫଳ

Oct 05, 2026 - 00:23
Horoscope 2026 October 5: ଜାଣନ୍ତୁ ଆଜିର ରାଶିଫଳ

"୫ ଅକ୍‌ଟୋବର ୨୦୨୬, ‌ସୋମବାର।

ତିଥି: ଆଶ୍ବିନ କୃଷ୍ଣ ଦଶମୀ।

ନକ୍ଷତ୍ର: ପୁ‌ଷ୍ୟା।

ଚନ୍ଦ୍ର: କର୍କଟ।

ଉପାଷ୍ଟକା ଶ୍ରାଦ୍ଧ, ପିତୃପକ୍ଷର ୧୦ମୀ ଶ୍ରାଦ୍ଧ।

ସୂର୍ଯ୍ୟୋଦୟ: ୫ଟା୪୧, ସୂର୍ଯ୍ୟାସ୍ତ: ୫ଟା୨୮।

ଘାତଚନ୍ଦ୍ର: ନାହିଁ।

ଘାତବାର: ମିଥୁନ।

ଶୁଭବେଳା: ପ୍ରାତଃ ୫ଟା୪୧ରୁ ୭ଟା୧୦, ଦିବା ୮ଟା୫୦ରୁ ୧୧ଟା୧୧, ରାତ୍ରି ୭ଟା୫୪ରୁ ୧୦ଟା୩, ରାତ୍ରି ୨ଟା୨୬ରୁ ୩ଟା୧୫ ପର୍ଯ୍ୟନ୍ତ।Advertisment ମେଷ: ସୃଜନଶୀଳତା ପ୍ରତି ଆପଣଙ୍କର ରୁଚି ରହିବ।

ପ୍ରେମୀଯୁଗଳ ସାଥୀ ହୋଇ ବାହାରକୁ ବୁଲି ଯିବାର ଯୋଜନା କରିବେ।

ନୂଆ ବାଇକ୍ କିଣିବା ଲାଗି ଦିନଟି ଶୁଭ।

ଭାବିଚିନ୍ତି ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ।

ବୃଷ: ମାଟି, ବାଲି ବ୍ୟବସାୟୀଙ୍କର ଭଲ ଲାଭ ହେବ।

ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ।

ପରିଶ୍ରମ ଓ ବ୍ୟବହାର କାରଣରୁ ଧନଲାଭ ହେବ।

ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ମିଥୁନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

କାମରେ ସଫଳତା ହାସଲ କରିବେ।

ବନ୍ଧୁ ସହିତ ମିଶି କୌଣସି ମନୋରଞ୍ଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ।

ଦାମ୍ପତ୍ୟ ଜୀବନ ରୋଚକ ଓ ସୁଖମୟ ରହିବ।

କର୍କଟ: କାର୍ଯ୍ୟକୁ ପୂରା କରିବା ପ୍ରୟାସରେ ସଫଳ ହେବେ।

ଆତ୍ମସମ୍ମାନରେ ବୃଦ୍ଧି ହେବ।

ଅଫିସରେ ସରଳ ଭାବରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ।

ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ।

ସିଂହ: ବେପାରରେ ଧନଲାଭ ହେବ।

ଜୀବନସାଥୀଙ୍କ ଠାରୁ ପ୍ରଚୁର ମାତ୍ରାରେ ପ୍ରେମ ପାଇବେ।

କୌଣସି ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ।

ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ।

କନ୍ୟା: ବେପାରେ କିଛି ପରିବର୍ତ୍ତନ କରିପାରନ୍ତି।

ଭାଗ୍ୟ ଆପଣଙ୍କୁ ସଂପୂର୍ଣ୍ଣରୂପେ ସାଥ ଦେବ।

ନିଜର ଦାମିକା ବସ୍ତୁକୁ ସମ୍ଭାଳି କରି ରଖନ୍ତୁ।

ଅଫିସରେ ଆପଣଙ୍କ ରଚନାତ୍ମକତା ପୂର୍ବ ଅପେକ୍ଷା ଭଲ ରହିବ।  ‌ ତୁଳା: କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି।

ବହୁରାଷ୍ଟ୍ରୀୟ କଂପାନିରୁ ଚାକିରିର ସୁଯୋଗ ଆସିପାରେ।

ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି।

ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ।

ମନୋରଞ୍ଜନ ପାଇଁ କରିଥିବା ଯୋଜନା ବାତିଲ ହୋଇପାରେ।

ବ୍ୟବସାୟରେ ଧନଲାଭ ହେବ।

ଯୋଜନା ପ୍ରସ୍ତୁତ କରିବାରେ ଜୀବନସାଥୀର ସାହାଯ୍ୟ ପାଇବେ।

ଧନୁ: ହଜିଥିବା ପୁରୁଣା ବସ୍ତୁ ପାଇବେ।

ନିବେଶ ମାମଲାରେ ଲାଭ ହେବ।

ଜୀବନସାଥୀଙ୍କଠାରୁ କିଛି ଉପହାର ପାଇବେ।

ନିଜ ଲୋକଙ୍କୁ ସାହାଯ୍ୟ କରିବେ।

ଆଇନ ମାମଲାରେ ଆପଣ ବିଜୟଲାଭ କରିବେ।

ମକର: କୌଣସି ବଡ଼ ମାମଲାରେ ସହମତି ଓ ସହଯୋଗ ପାଇଁ ପ୍ରସ୍ତୁତ ରହିବେ।

ନିବେଶ କରିବା ପୂର୍ବରୁ ଆପଣଙ୍କ ଠାରୁ ବଡ଼ଙ୍କର ମତ ନିଅନ୍ତୁ।

କିଛି ମହତ୍ତ୍ବପୂର୍ଣ୍ଣ କାମରେ ପରିବର୍ତ୍ତନ ହେବ।

କୁମ୍ଭ: ପ୍ରୋଜେକ୍ଟରେ ଜୀବନସାଥୀର ସହଯୋଗ ପାଇବେ।

ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ।

ପରିଶ୍ରମ ଆପଣଙ୍କ ଜୀବନରେ ଆନନ୍ଦ ଭରିଦେବ।

ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ମୀନ: ଅର୍ଥ ଦିଆନିଆ ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ।

ଅଜଣା ବ୍ୟକ୍ତିଙ୍କ ସହିତ ତର୍କବିତର୍କ କରନ୍ତୁ ନାହିଁ।

ଛାତ୍ରଛାତ୍ରୀ ସାକ୍ଷାତ୍‌କାର ପାଇଁ ଯାଇପାରନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।