Horoscope 2026 September 15: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ନକାରାତ୍ମକ ଚିନ୍ତା ଆପଣଙ୍କ ମସ୍ତିଷ୍କରେ ଆସିବାକୁ ଦିଅନ୍ତୁ ନାହିଁ।
ଧନଲାଭର ସମ୍ଭାବନା।
ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ବ୍ୟାଙ୍କରେ କାମ କରୁଥିବା ଲୋକଙ୍କୁ ଭଲ ଖବର ମିଳିବ।
ପ୍ରେମ ଜୀବନ ଭଲ ରହିବ। Advertisment ବୃଷ: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।
ଶତ୍ରୁ ଆପଣଙ୍କ ଆଗରେ ନତମସ୍ତକ ହେବେ।
ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ।
ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ମିଥୁନ: ମହତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ହେବ।
ନୂଆ ବିଚାରକୁ ଖୋଲା ମନରେ ସ୍ବୀକାର କରନ୍ତୁ।
ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। ବସ୍ତ୍ର ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ।
କର୍କଟ: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ।
ଉଦରଜନିତ ପୀଡ଼ାରୁ ଆରାମ ପାଇବେ।
ଜମି ଦଲାଲ ବକେୟା ଅର୍ଥ ପାଇବେ।
ଘରକୁ ବନ୍ଧୁ ଆସିବେ। କାର ଚଳାଇବା ଶିଖିପାରନ୍ତି। ସିଂହ: ମନରେ ବହୁତ ସକାରାତ୍ମକ ଭାବନା ଆସିବ।
ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଚାହୁଛନ୍ତି ସେମାନଙ୍କ ଲାଗି ଉତ୍ତମ ସମୟ।
ଧନପ୍ରାପ୍ତି ଯୋଗ ରହିଛି। କନ୍ୟା: ଆପଣ ଯାହା ଚାହିବେ ତାହା ହାସଲ କରିପାରିବେ।
ପାରିବାରିକ ଜୀବନ ସୁଖକର ହେବ।
ବ୍ୟବସାୟରେ ସ୍ଥିରତା ବଜାୟ ରହିବ।
ରାଜନୀତି ଓ ସମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ।
ଆହୁରି ପଢ଼ନ୍ତୁ- Hemorrhoids symptoms: ଅର୍ଶ କ"ଣ ଓ ଏହା ଶରୀର ପ୍ରତି କେତେ ଗୁରୁତର ହୋଇଥାଏ, ଚାଲନ୍ତୁ ଜାଣିବା...
ତୁଳା: ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଜାଗାରେ ଚାକିରି ମିଳବ।
ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
ପରିବାରରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ବିଛା: ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ।
କିଛି ନୂଆ ଅନୁଭବ ପ୍ରାପ୍ତି କରିବେ।
ବ୍ୟବସାୟ ଆରମ୍ଭ କରିବା ଲାଗି ନୂଆ ଯୋଜନା ସଫଳ ରହିବ।
ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।
ଧନୁ: କର୍ମଜୀବୀ ମହିଳାଙ୍କ ଲାଗି କାମର ବୋଝ କମ୍ ରହିବ।
ରାଜନୀତିରେ ଆର୍ଥିକ ଲାଭ ହେବ।
ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଜାୟ ରହିବ।
ଛାତ୍ର କିଛି ନୂଆ ଶିଖିବାର ସୁଯୋଗ ପାଇବେ।
ମକର: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ହେବ।
ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
ପୂର୍ବ ଦାୟିତ୍ବକୁ ସଂପୂର୍ଣ୍ଣ କରିପାରିବେ।
ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
କୁମ୍ଭ: ପରିସ୍ଥିତି ଏଭଳି ହେବଯେ ପୂର୍ବ ଜିନିଷକୁ ଆପଣଙ୍କ ଆଗରେ ଆଣି ଛିଡ଼ା କରିଦେବ।
ଆପଣଙ୍କ ଚିନ୍ତା ବଢ଼ିପାରେ।
ବ୍ୟବସାୟ ଡିଲ୍ ଫାଇନାଲ କରିବେ।
ପାରିବାରିକ ଜୀବନ ଶାନ୍ତିମୟ ହେବ।
ମୀନ: ଆର୍ଥିକ ସ୍ଥିତିରେ ଉଠାଣ ଗଡ଼ାଣ ଲାଗି ରହିବ।
କୌଣସି ସମାଧାନ କରିବା ପୂର୍ବରୁ ବୁଝିସୁଝି କରନ୍ତୁ।
ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।
ଜୀବନସାଥୀଙ୍କଠାରୁ ଯଥେଷ୍ଟ ପ୍ରେମ ପାଇବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।