Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ସିମେଣ୍ଟ ବ୍ୟବସାୟୀଙ୍କ ଲାଗି ଦିନଟି ଆରାମଦାୟକ ରହିବ।
ଚାକିରିଜୀବୀଙ୍କୁ ମନମୁତାବକ କାମ ମିଳିବା ଯୋଗୁଁ ପ୍ରସନ୍ନତା ହେବ।
କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। Advertisment ବୃଷ: ପୂଜାପାଠରେ ସମୟ ବିତିବ।
ଧର୍ମ ଚର୍ଚ୍ଚାରେ ଅଂଶଗ୍ରହଣ କରିବେ।
ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ।
ଆପଣଙ୍କ ସହିତ କୌଣସି ପ୍ରିୟ ବ୍ୟକ୍ତି ମିଶିବାକୁ ଆସିବେ।
ମିଥୁନ: ବିବାଦଠାରୁ ଦୂରରେ ରହନ୍ତୁ।
ନିଜର ସ୍ବଭାବ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ।
ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ।
ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
କର୍କଟ: ସକାରାତ୍ମକ ଭାବନାରେ ପରିପୂର୍ଣ୍ଣ ରହିବେ।
ନିଜର ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁନାହିଁ।
ବନ୍ଧୁ ଓ ଭାଇ ଦ୍ବାରା ଧନଲାଭର ସମ୍ଭାବନା ଅଛି।
ଜୀବନସାଥୀ ବ୍ୟବହାରରେ ପରିବର୍ତ୍ତନ ଆସିବ।
ସିଂହ: ବଡ଼ଙ୍କର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ।
ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।
ସରକାରୀ ଚାକିରିଆ ନିଜ କାମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।
ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।
କନ୍ୟା: ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାମ ସଂପୂର୍ଣ୍ଣ ହେବ।
ଆର୍ଥିକ ସ୍ଥିତି ଯଥେଷ୍ଟ ସୁଦୃଢ଼ ହେବ।
ଶତ୍ରୁ ଓ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ।
ଜୀବନସାଥୀଠାରୁ ଭଲ ଖବର ପାଇବେ।
ଆହୁରି ପଢ଼ନ୍ତୁ- Prakash Raj: ବିଜୟଙ୍କ ସରକାରକୁ ଅତିକମରେ ବର୍ଷେ ସମୟ ମିଳିବା ଦରକାର, ୧୨୦ ଦିନରେ ଆକଳନ କରିବା ଭୁଲ୍: ପ୍ରକାଶ ରାଜ ତୁଳା: ବ୍ୟବସାୟ କାମରେ ଯାତାୟାତ ଅଧିକ କରିବାକୁ ପଡ଼ିପାରେ।
ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ।
ଆପଣ କୌଣସି ଭଲଖବର ପାଇବେ।
ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।
ବିଛା: ବାପାଙ୍କ କହିବା ମାର୍ଗରେ ଆଗକୁ ବଢ଼ିଲେ ସଫଳତା ପାଇବେ।
ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିପାରେ।
ଭଲ ସାମାଜିକକର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ।
ବନ୍ଧୁ ଓ ପରିବାର ପାଇଁ ଖର୍ଚ୍ଚ କରିପାରନ୍ତି।
ଧନୁ: ଭାଗୀଦାରିରେ କୌଣସି କାରବାର ଆରମ୍ଭ କରିପାରନ୍ତି।
ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ।
ଭଲ ଲୋକଙ୍କ ସଙ୍ଗତିରେ କିଛି ଶିକ୍ଷାଲାଭ କରିବେ।
ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।
ମକର: ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇପାରିବେ।
ବେପାରୀଙ୍କ ଲାଗି ଦିନଟି ଭଲ।
ସୋସିଆଲ୍ ମିଡିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।
କୁମ୍ଭ: ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ନିୟନ୍ତ୍ରଣ କରିନେବେ।
ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।
ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।
ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ମୀନ: ଅଫିସରେ ଆପଣଙ୍କ ସଚ୍ଚୋଟତା ପାଇଁ କର୍ତୃପକ୍ଷ ଆପଣଙ୍କର ଦରମା ବୃଦ୍ଧି କରାଇବେ।
ଶତ୍ରୁ ଆପଣଙ୍କଠାରୁ ଦୂରରେ ରହିବେ।
ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।