Horror at Balasore School: ସ୍କୁଲ ପରିସରରେ ବୁଲା କୁକୁରର ଆତଙ୍କ, ଛାତ୍ରଙ୍କ ଆଙ୍ଗୁଠି ଛିଣ୍ଡିଲା
ସ୍କୁଲ କ୍ୟାମ୍ପସରେ ଜଣେ ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କଟକ ଏସିସିବିକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ସ୍କୁଲରେ ଦେଖା ଦେଇଛି ଚାପା ଉତ୍ତେଜନା। ସ୍କୁଲ ପରିସର ଭିତରକୁ କିଭଳି କୁକୁର ପଶୁଛନ୍ତି, ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍କୁଲ ଗେଟରେ ତାଲା ପକାଇଛନ୍ତି ଗ୍ରାମବାସୀ।
ବାଲେଶ୍ୱର ଖନ୍ତାପଡା ଥାନା ରସାଳପୁର ସ୍ଥିତ ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଉତ୍ତେଜନା। ଗତକାଲି ଜଣେ ଛାତ୍ର ସ୍କୁଲ ଶୌଚାଳୟକୁ ଯାଇଥିବା ସମୟରେ ବୁଲା କୁକୁର ଅତର୍କିତ ଆକ୍ରମଣ କରିଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଏସସିବିରେ ଭର୍ତ୍ତି କରାଯାଇଛି ।
ସ୍କୁଲ କ୍ୟାମ୍ପସରେ ଜଣେ ଛାତ୍ରଙ୍କ ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର
ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କଟକ ଏସିସିବିକୁ ସ୍ଥାନାନ୍ତର
ସ୍କୁଲରେ ଚାପା ଉତ୍ତେଜନା, ଗେଟରେ ତାଲା ପକାଇଲେ ଗ୍ରାମବାସୀ
ସ୍କୁଲ ହତା ଭିତରକୁ କେମିତି କୁକୁର ପ୍ରବେଶ କଲା କହି ତାତିଲେ
ବାଲେଶ୍ୱର ସତ୍ୟନାରାୟଣ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଘଟଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।