House: ଘର ତିଆରି କରିବା ହୋଇପାରେ ମହଙ୍ଗା: ଅକ୍ଟୋବରରେ ବଢିପାରେ ଏତିକି ଟଙ୍କା
"ନୂଆଦିଲ୍ଲୀ: ଆପଣ ଘର ତିଆରି କିମ୍ବା ମରାମତି କରିବାକୁ ଯୋଜନା କରୁଛନ୍ତି କି?
ଯଦି ହଁ, ତେବେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ | ବାସ୍ତବରେ ଆଗାମୀ ଦିନରେ ଘର ନିର୍ମାଣ ଖର୍ଚ୍ଚ ଆହୁରି ବୃଦ୍ଧି ପାଇବାକୁ ଯାଉଛି।
ବ୍ରୋକରେଜ୍ ଫର୍ମ 'ସେଣ୍ଟ୍ରମ୍ ବ୍ରୋକିଂ'ର ନୂତନ ରିପୋର୍ଟ ଅନୁଯାୟୀ, ଚଳିତ ସେପ୍ଟେମ୍ବର ମାସରେ ସିମେଣ୍ଟ ଦର ବ୍ୟାଗ୍ ପିଛା ହାରାହାରି ୭ ଟଙ୍କା ବୃଦ୍ଧି ପାଇଥିବା ବେଳେ ଅକ୍ଟୋବର ମାସରେ ଏହା ଆହୁରି ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ।Advertisment ଆହୁରି ପଢନ୍ତୁ :CAFE-III : କାର୍ ପାଇଁ ୨୦୨୭ରୁ ଲାଗୁ ହେବ ନୂଆ ନିୟମ ସେପ୍ଟେମ୍ବରରେ ଦର ବୃଦ୍ଧିରିପୋର୍ଟ ଅନୁସାରେ, ସେପ୍ଟେମ୍ବର ମାସରେ ସାରା ଦେଶରେ ସିମେଣ୍ଟର ହାରାହାରି ଟ୍ରେଡ୍ ମୂଲ୍ୟ ବ୍ୟାଗ୍ ପିଛା ୭ ଟଙ୍କା ବଢ଼ି ପ୍ରାୟ ୩୫୬ ଟଙ୍କାରେ ପହଞ୍ଚିଛି।
ଜୁଲାଇ ଓ ଅଗଷ୍ଟ ମାସରେ ଦରରେ କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିନଥିଲା।
ତେବେ ସେପ୍ଟେମ୍ବରରେ ଦକ୍ଷିଣ ଭାରତରେ ସବୁଠାରୁ ଅଧିକ ବ୍ୟାଗ୍ ପିଛା ୧୧ ଟଙ୍କା ବୃଦ୍ଧି ପାଇଛି।
ସେହିପରି ପଶ୍ଚିମ ଭାରତରେ ୯ ଟଙ୍କା ଏବଂ ମଧ୍ୟ, ପୂର୍ବ ଓ ଉତ୍ତର ଭାରତରେ ବ୍ୟାଗ୍ ପିଛା ପ୍ରାୟ ୫ ଟଙ୍କା ଲେଖାଏଁ ଦର ବଢ଼ିଛି।
ଆହୁରି ପଢନ୍ତୁ :NLC India: ଏନ୍ଏଲ୍ସି ଇଣ୍ଡିଆର ରେକର୍ଡ ୩୬୭୯ କୋଟି ଲାଭ ଅକ୍ଟୋବରରେ କାହିଁକି ବଢ଼ିପାରେ ଦର?ଅକ୍ଟୋବର ମାସରେ ସିମେଣ୍ଟ କମ୍ପାନୀଗୁଡ଼ିକ ଦେଶର ବିଭିନ୍ନ ବଜାରରେ ସିମେଣ୍ଟ ଦର ପୁନର୍ବାର ବୃଦ୍ଧି କରିବାକୁ ପ୍ରୟାସ କରିପାରନ୍ତି।
ନିକଟ ସପ୍ତାହଗୁଡ଼ିକରେ ଇନ୍ଧନ ଦରରେ ତୀବ୍ର ବୃଦ୍ଧି ଘଟିଥିବାରୁ କମ୍ପାନୀଗୁଡ଼ିକର ଉତ୍ପାଦନ ଓ ପରିବହନ ଖର୍ଚ୍ଚ ବଢ଼ିଛି, ଯାହା ଦର ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି।
ତେବେ ଏହି ବର୍ଦ୍ଧିତ ଦର ବଜାରରେ କେତେ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିବ, ତାହା ନିର୍ମାଣ କାର୍ଯ୍ୟର ଚାହିଦା ଏବଂ ଡିଲରମାନଙ୍କ ସମ୍ମତି ଉପରେ ନିର୍ଭର କରିବ।
ନିକଟରେ ଅଧିକ ବର୍ଷା ଯୋଗୁଁ କେତେକ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ମାନ୍ଦା ରହିଥିବା ବେଳେ ଅନ୍ୟ ଅଞ୍ଚଳଗୁଡ଼ିକରେ କାମ ସୁଚାରୁରୂପେ ଚାଲିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।