Huge Boulder Falls From Hill: ପାହାଡ଼ରୁ ହଠାତ୍ ଖସିଲା ବିରାଟକାୟ ପଥର, ବଢ଼ିଲା ଭୟ ଓ ଆତଙ୍କ
ଗଭୀର ଅବପାତ ପ୍ରଭାବରେ ୧୬ ନମ୍ବର ଜାତୀୟ ରାଜପଥର ବଡ଼ ଘାଟିରେ ପାହାଡ଼ରୁ ଖସିଲା ବିରାଟକାୟ ପଥର। ବ୍ରହ୍ମପୁରରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଏହି ରାସ୍ତାରେ ହଠାତ୍ ପଥର ଖସିବା ପରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଥିସହିତ ପାହାଡ଼ରୁ ଆହୁରି ଭୂସ୍ଖଳନ ହେବାର ଆଶଙ୍କା ବଢ଼ିଯାଇଥିବାରୁ ଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।
ଖବର ପାଇବା କ୍ଷଣି ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ସହ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ରାସ୍ତା ସଫେଇ କାର୍ଯ୍ୟ ଜାରି ରଖିଛନ୍ତି। ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ୧୬ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି ଶହ ଶହ ଗାଡି । ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବର୍ତ୍ତମାନ NHAI କର୍ତ୍ତୃପକ୍ଷ ବଡ଼ଘାଟି ରେ ପହଞ୍ଚି ଖସିଥିବା ପଥରକୁ କୋକିଲ ସାହାଯ୍ୟରେ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି ।
ମାଲକାନଗିରି ଜିଲ୍ଲାର ବାୟାପଡ଼ା ଘାଟିରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ସହ ଗଛଗୁଡ଼ିକ ଉପୁଡ଼ି ପଡ଼ିଛି। ଫଳରେ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଗତକାଲିଠାରୁ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଥିବା ବେଳେ ଗତ ୨୪ ଘଣ୍ଟାରେ ଜିଲ୍ଲାରେ ମୋଟ ୬୧୩.୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ହାରାହାରି 94.75 ମିଲିମିଟର ବର୍ଷା ହୋଇଛି ।
ବର୍ଷା ଲାଗି ରହିଥିବାରୁ ଘାଟି ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି। ଏପଟେ ରାସ୍ତାରୁ ମାଟି ହଟାଇବା ସହ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକ କାଟି ରାସ୍ତା ସଫା କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜେସିବି ଓ ଫାୟାର୍ ଟିମ୍ ବାୟାପଡ଼ା ଘାଟି ଅଭିମୁଖେ ଯାଉଛନ୍ତି। ଖୁବଶୀଘ୍ର ରାସ୍ତା ସଫା କରାଯାଇ ଯାତାୟାତ ସ୍ୱାଭାବିକ କରାଯିବ ବୋଲି ପ୍ରଶାସନ କହିଛି।
ଖଲ୍ଲିକୋଟ ଘାଟିରେ ଖସିଲା ପଥର
ଖଲ୍ଲିକୋଟ ବଡ଼ ଘାଟିରେ ଖସିଲା ବିରାଟ ପଥର
ବ୍ରହ୍ମପୁର-ଭୁବନେଶ୍ୱରକୁ ଯାତାୟତ ବାଧାପ୍ରାପ୍ତ
ଏନ୍ ଏଚ୍ ୧୬ରେ ଅଟକି ରହିଛି ଶହ ଶହ ଗାଡ଼ି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।