Hundreds of Acres of Crops Submerged: ବୁଡିଗଲା ଶହଶହ ଏକର ଚାଷ ଜମି, ବ୍ୟାପକ ପନିପରିବା ଫସଲ ନଷ୍ଟ

Jul 07, 2026 - 10:19
Hundreds of Acres of Crops Submerged: ବୁଡିଗଲା ଶହଶହ ଏକର ଚାଷ ଜମି, ବ୍ୟାପକ ପନିପରିବା ଫସଲ ନଷ୍ଟ

ବୁଡିଗଲା ଶହଶହ ଏକର ଚାଷ ଜମି। ବ୍ୟାପକ ପନିପରିବା ଫସଲ ନଷ୍ଟ ପରେ ଚାଷୀ ହତାଶ। ଲଗାଣ ବର୍ଷାରେ କଟକ ଜିଲ୍ଲା ବଡମ୍ବାରେ ଶହଶହ ଏକର ପନିପରିବା ଫସଲ ନଷ୍ଟ ହୋଇଛି। ବାଙ୍ଗେରୀସିଙ୍ଗା, ଯୋଡୁମ, ତେଲେଣିଆ, ମୁଗ ଗହୀର, ଗୋପୀନାଥପୁର ଆଦି ଅଞ୍ଚଳରେ ଚାଷୀଙ୍କର ଭେଣ୍ଡି, ସାରୁ, କାକୁଡି, ମକା, କଲରା, ଫୁଲ କୋବି ଆଦି ଫସଲ ଏବେ ବି ବୁଡି ରହିଛି।  ବିଲରେ ଆଣ୍ଠୁଏ ପାଣି ରହିଥିବାରୁ ସାପ ଭୟରେ ଚାଷୀ ବିଲକୁ ମଧ୍ୟ ପଶି ପାରୁନି। 

ଫଳରେ ସେମାନେ ଅଭାବୀ ବିକ୍ରିର ଶିକାର ହେବା ଆଶଙ୍କା ରହିଛି। ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କି ପାଣି ମାଡିଥିବା କ୍ଷେତର କ୍ଷୟକ୍ଷତି ଆକଳନ ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି। ଅନ୍ୟପଟେ ବଡମ୍ବା ତହସିଲଦାରଙ୍କୁ ଚାଷୀଙ୍କ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା। ହେଲେ ସେ କ୍ୟାମେରା ଆଗରେ କିଛି କହିବାକୁ ସିଧା ମନା କରିଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।