Hungry stomach: ପେଟରେ ଭୋକ, ପାର୍ବଣ ଫିକା: ଅଦରକାରୀ ଜିନିଷ ସଂଗ୍ରହ କରି ପେଟ ପୋଷୁଛନ୍ତି ସୀମାଞ୍ଚଳ
"ମାଲକାନଗିରି: ଚାରିଆଡ଼େ ପାର୍ବଣର ମାହୋଲ୍।
ଶାରଦୀୟ ପର୍ବ ଓ ଦଶହରାର ଖୁସିରେ ମସ୍ଗୁଲ ସାରାସହର।
ନୂଆ ପୋଷାକ, ପିଠାପଣା, ବୁଲାବୁଲି ଓ ପୂଜାପାଠରେ ଭରିଉଠୁଛି ଲୋକଙ୍କ ଜୀବନ।
କିନ୍ତୁ ଏହି ଖୁସିର ଭିଡ଼ ଭିତରେ ଏମିତି ଜଣେ ମଣିଷ ଅଛନ୍ତି, ଯାହାଙ୍କ ପାଇଁ ପର୍ବର ଆନନ୍ଦଠାରୁ ପରିବାର ପ୍ରତିପୋଷଣର ଚିନ୍ତା ଅଧିକ ଗୁରୁତ୍ୱପୂର୍ଣ୍ଣ।
ସେ ହେଉଛନ୍ତି ସୀମାଞ୍ଚଳ ନାଇଡ଼ୁ।
ଆନ୍ଧ୍ରପ୍ରଦେଶର ସାଲୁରରୁ ଆସି ବହୁ ବର୍ଷ ହେଲା ମାଲକାନଗିରି ଜିଲ୍ଲାରେ ସପରିବାର ରହୁଛନ୍ତି ସୀମାଞ୍ଚଳ।
ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ ସେ ବାଛି ନେଇଛନ୍ତି କବାଡ଼ି ବୃତ୍ତିକୁ।
ପ୍ରତିଦିନ ଭୋରରୁ ସାଇକଲ ଧରି ବାହାରି ପଡ଼ନ୍ତି ସୀମାଞ୍ଚଳ।
ସହରର ଗଳିକନ୍ଦିଠାରୁ ଗାଁ ଗହଳି ପର୍ଯ୍ୟନ୍ତ ବୁଲି ବୁଲି ଘରେ ଥିବା ପୁରୁଣା ଲୁହା, ଭଙ୍ଗା ଜିନିଷ ଓ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀ ସଂଗ୍ରହ କରନ୍ତି।
ଦିନସାରା ଖରାରେ ସାଇକଲ୍ ଚଳାଇ ଯାହା ସଂଗ୍ରହ କରନ୍ତି, ତାହାକୁ କବାଡ଼ି ଦୋକାନରେ ବିକ୍ରି କରି ରୋଜଗାର ଅର୍ଥରେ ଘରପାଇଁ ରାସନ ଆଣିଲେ ସେଥିରେ ଚଳେ ତାଙ୍କ ପରିବାର।
Advertisment Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ଦିନକୁ ପ୍ରାୟ ୫ଶହରୁ ୭ଶହ ଟଙ୍କା ରୋଜଗାର ହେଉଥିବା ସୀମାଞ୍ଚଳ କହନ୍ତି।
ଦିନତମାମ ପରିଶ୍ରମ ନକଲେ ସେଦିନ ଚୁଲି ଜଳେନି।
ସୀମାଞ୍ଚଳଙ୍କ ଡାବାକି ଚଣା...
ଡାବାକି ଚଣା...
ଡାକ ଶୁଣିଲେ ଅନେକଙ୍କ ମନେ ପଡ଼ିଯାଏ ପିଲାଦିନର ସୁନ୍ଦର ସ୍ମୃତି।
ଘରେ ଥିବା ଭଙ୍ଗା ଲୁହା, ପୁରୁଣା ବାସନ କିମ୍ବା ଅଦରକାରୀ ଜିନିଷ, ଡବା, ପ୍ଲାଷ୍ଟିକ୍, ଲୁହା ବଦଳରେ ଚଣା ନେବାର ପରମ୍ପରା ଆଜି ବି ବଞ୍ଚି ରହିଛି।
ସୀମାଞ୍ଚଳ ନିଜ ସାଇକଲ୍ରେ ପୁରୁଣା ପେଡ଼ିଟିଏ ବାନ୍ଧି ଗାଁକୁ ଗାଁ ବୁଲନ୍ତି।
ଘରେ ଥିବା ପୁରୁଣା ଓ ଅଦରକାରୀ ଜିନିଷ ସଂଗ୍ରହ କରି ତାହା ବଦଳରେ ଚଣା ଦେଇଥାନ୍ତି।
ତାଙ୍କର ଏହି ବୃତ୍ତି କେବଳ ଜୀବିକା ନୁହେଁ, ବରଂ ପୁରୁଣା ଦିନର ଏକ ଲୋକପରମ୍ପରାକୁ ମଧ୍ୟ ଉଜ୍ଜୀବିତ କରିଛି।
ସମୟ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀ ବଦଳିଥିଲେ ମଧ୍ୟ ସୀମାଞ୍ଚଳ ପୁରୁଣା ବୃତ୍ତିକୁ ଅପଣାଇଛନ୍ତି।
ଅତ୍ୟନ୍ତ ଗରିବ ସୀମାଞ୍ଚଳ ଦଶହରା ଭଳି ପାର୍ବଣ ସମୟରେ ହସଖୁସି, ମଉଜ ଭୁଲି ଜୀବିକା ପାଇଁ ସଂଘର୍ଷ ଜାରି ରଖିଛନ୍ତି।
Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।