Hurricane Isaias: ଆମେରିକାରେ ଘୂର୍ଣ୍ଣିବାତ୍ୟା ‘ଇସାୟସ୍’ର ତାଣ୍ଡବ: ୪ ମୃତ, ଦକ୍ଷିଣ-ପୂର୍ବ ଅଞ୍ଚଳରେ ବନ୍ୟା ଆଶଙ୍କା
"ୱାସିଂଟନ: ଘୂର୍ଣ୍ଣିବାତ୍ୟା ଇସାୟସ୍ ଫ୍ଲୋରିଡା ଏବଂ ଆଲାବାମା ସମେତ ଅନେକ ଦକ୍ଷିଣ-ପୂର୍ବ ଆମେରିକୀୟ ରାଜ୍ୟରେ ତାଣ୍ଡବ ରଚିଛି।
ପ୍ରଭାବିତ ଅଞ୍ଚଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି।
ପ୍ରାୟ ୭୦୦,୦୦୦ ଘର ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଝଡ଼ ଯୋଗୁଁ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି।
ମୁଷଳଧାରା ବର୍ଷା ଯୋଗୁଁ ବନ୍ୟା ହେବାର ଆଶଙ୍କା ରହିଛି।
ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ, ଦକ୍ଷିଣ ଆପାଲାଚିଆନ୍ ପର୍ବତମାଳା ଅଞ୍ଚଳରେ ବନ୍ୟା ଆସିପାରେ।Advertisment ଶୁକ୍ରବାର ଫ୍ଲୋରିଡାର ଡେଷ୍ଟିନ୍ ନିକଟରେ ଘୂର୍ଣ୍ଣିବାତ୍ୟା ଇସାୟସ୍ ସ୍ଥଳଭାଗ ଛୁଇଁଥିଲା।
କେତେକ ସମୟରେ ଝଡ଼ ଚାଲିଯିବାର ଗୋଟିଏ କିମ୍ବା ଦୁଇ ଦିନ ପରେ ବନ୍ୟା ଆସିଥାଏ, ତେଣୁ ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ ବୋଲି ଫ୍ଲୋରିଡା ରାଜ୍ୟପାଳ ରନ୍ ଡିସାଣ୍ଟିସ୍ ଚେତାବନୀ ଦେଇଛନ୍ତି।
ଫ୍ଲୋରିଡାର ଏସକାମ୍ବିଆ କାଉଣ୍ଟିର ସେରିଫ୍ ଚିପ୍ ସିମନ୍ସ କହିଛନ୍ତି ଯେ, ଝଡ଼ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।
ବର୍ମିଂହାମ ସିଟି ଅଗ୍ନିଶମ ମୁଖ୍ୟ କୋରି ମୁନ୍ କହିଛନ୍ତି, ଘର ଉପରେ ଗଛ ପଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି।
ଘରୁ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା।
ବନ୍ୟା ହେବାର ଆଶଙ୍କା ଆଲାବାମା ଜରୁରୀକାଳୀନ ପରିଚାଳନା ଏଜେନ୍ସି ଅଧିକାରୀ ଜୋଶ ଜନସନ କହିଛନ୍ତି ଯେ ବାର୍ବୋର କାଉଣ୍ଟିରେ ଏକ ରାସ୍ତାରେ ଗଛ ପଡ଼ିଯିବା ଯୋଗୁଁ ହୋଇଥିବା ଯାନ ଦୁର୍ଘଟଣାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।
ଆଲାବାମାର ମେକ୍ସିକୋ ଉପସାଗର କୂଳରେ ଥିବା ଉପକୂଳବର୍ତ୍ତୀ ସହର ମୋବାଇଲର ଅଧିକାରୀମାନେ କହିଛନ୍ତି, ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାକୁ ଅବରୋଧ କରିଛି।
ସେହିପରି ବିଦ୍ୟୁତ୍ ସଂଯୋଗ ତାର ଛିଣ୍ଡି ଯାଇଛି।
ଜାତିସଂଘ ମାନବାଧିକାର ସଂସ୍ଥାର ଚିନ୍ତାକୁ ଖଣ୍ଡନ କହିଛି ଭାରତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।