Husband Turns Violent, Killed Wife: ସୈତାନ ସାଜିଲା ସ୍ୱାମୀ! ସ୍ତ୍ରୀକୁ ମାରିଲା, ୩ ବର୍ଷର ଝିଅକୁ ବି ହାଣିଲା
ଅଭିଯୁକ୍ତ ଜୟକିଷାନ କରୁଆଁକୁ କାବୁ କଲେ ଲୋକେ ସୈତାନ ସାଜିଲା ସ୍ୱାମୀ । ଟାଙ୍ଗିଆରେ ସ୍ତ୍ରୀକୁ ହାଣିଲା, ତିନିବର୍ଷର ଝିଅକୁ ବି ଛାଡ଼ିଲାନି । ହତ୍ୟା ପରେ ନିଜେ କଲା ଆତ୍ମହତ୍ୟା ଉଦ୍ୟମ ।
ବଲାଙ୍ଗିର ବେଲପଡା ଥାନା ଭରୁଆପାଲି ଗାଁରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜୟକିଷାନ କରୁଆଁ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ରଂଜିତା କରୁଆଁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଏଥିସହ ନିଜ ତିନିବର୍ଷର ଝିଅ ଉପରେ ମଧ୍ୟ ଆକ୍ରମଣ କରିଛି ନୃଶଂସ ବାପା। ଆକ୍ରମଣରେ ଗୁରୁତର ଶିଶୁଟିକୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ତ୍ରୀକୁ ହତ୍ୟା ପରେ ଜୟକିଷାନ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ତାକୁ କାବୁ କରି ବାନ୍ଧି ରଖିଛନ୍ତି । ଜୟକିଷାନ ମଦ୍ୟପାନ କରି ଏଭଳି କାଣ୍ଡ ଘଟାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ଖବର ପାଇ ବେଲପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।