IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

Oct 07, 2026 - 12:55
IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳଙ୍କ ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ଜିଲାର ଶୀର୍ଷ ପଦବୀରେ ନୂତନ ନିଯୁକ୍ତି ଦିଆଯାଇଛି। ନବରଙ୍ଗପୁର ଜିଲାପାଳ ଭାବେ ଅନନ୍ୟା ଦାସଙ୍କୁ ନିଯୁକ୍ତି ମିଳିଥିବାବେଳେ ମଧୁମିତା ରଥ ନୂଆପଡ଼ା ଜିଲାପାଳ ଦାୟିତ୍ୱ ନେଇଛନ୍ତି।

ସେହିପରି ପୂର୍ବରୁ ନବରଙ୍ଗପୁର ଜିଲାପାଳ ଥିବା ମହେଶ୍ୱର ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ହୋଇଛନ୍ତି।  ନୂଆପଡ଼ା ଜିଲାପାଳ ଥିବା ମଧୁସୂଦନ ଦାଶ  GA & PG ଅତିରିକ୍ତ ସଚିବ ହୋଇଛନ୍ତି।

ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଅତିରିକ୍ତ ସଚିବ ହୋଇଛନ୍ତି ପ୍ରଦୀପ ନାୟକ।  ସେହିପରି ଅଶ୍ୱିନୀ ଏ . ଏଲ୍‌ଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ ଦେଇଛନ୍ତି ଓଡ଼ିଶା ସରକାର।  କସ୍ତୁରୀ ସା’ଙ୍କୁ GA & PG ଡିପାର୍ଟମେଣ୍ଟ ଅନୁସଚିବ ଦାୟିତ୍ୱ ଦିଆଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।