ICC Cricket World Cup 2027 Schedule: ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା, ଗୋଟିଏ ଗ୍ରୁପ୍ରେ ତିନି ବଡ଼ ଦଳ
୨୦୨୭ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପାଇଁ ପ୍ରାରମ୍ଭିକ ଗ୍ରୁପ୍ ଘୋଷଣା କରିଛି ଆଇସିସି। ଗ୍ରୁପ୍-Aରେ ଭାରତ ସହ ପାକିସ୍ତାନ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ସହ-ଆୟୋଜକ ଜିମ୍ବାୱେ ଏବଂ ଗୋଟିଏ କ୍ୱାଲିଫାୟର ଦଳ ରହିଛନ୍ତି।
ଗ୍ରୁପ୍-Bରେ ସହ-ଆୟୋଜକ ଦକ୍ଷିଣ ଆଫ୍ରିକା ସହ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଅନ୍ୟ ଏକ କ୍ୱାଲିଫାୟର ଦଳ ରହିଛି। ଦୁଇଟି ଗ୍ରୁପ୍ରୁ ମୋଟ ୭ଟି ଶ୍ରେଷ୍ଠ ଦଳ ସୁପର-ସେଭେନ୍ ପର୍ଯ୍ୟାୟକୁ ଯିବେ। ସେଠାରୁ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲ୍ରେ ପ୍ରବେଶ କରିବେ।
ବିଶେଷ କଥା ହେଉଛି, ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଓ ଅଷ୍ଟ୍ରେଲିଆ ପୁଣି ମୁହାଁମୁହିଁ ହେବେ। ୨୦୨୩ ବିଶ୍ୱକପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆ ଭାରତକୁ ହରାଇଥିଲା। ଏହାସହ ୨୦୦୩ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବିଶ୍ୱକପ୍ର ଫାଇନାଲ୍ରେ ମଧ୍ୟ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ।
ଗ୍ରୁପ୍-A: ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ଜିମ୍ବାୱେ, କ୍ୱାଲିଫାୟର-A
ଗ୍ରୁପ୍-B: ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, କ୍ୱାଲିଫାୟର-B
𝙈𝘼𝙍𝙆 𝙔𝙊𝙐𝙍 𝘾𝘼𝙇𝙀𝙉𝘿𝘼𝙍𝙎 🗓️
— ICC (@ICC) October 1, 2026
The ICC Men’s #CWC27 fixtures have been unveiled 🏆
Access the ticket ballot 🎫 https://t.co/MSLEQzcObbpic.twitter.com/dpTE4TEjO7
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।