IDBI Bank: ଆଇଡିବିଆଇ ବ୍ୟାଙ୍କରେ ବିଦେଶୀ ନିବେଶକୁ ବିରୋଧ: ଆଜି କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବ କର୍ମଚାରୀ ସଂଘ
ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କ ଥିବା ୬୦.୭୨% ଅଂଶଧନକୁ ଫେୟାରଫ୍ୟାକ୍ସ ଫାଇନାନ୍ସିଆଲ୍ ହୋଲ୍ଡିଂସ୍ ନାମକ କାନାଡାର ଏକ ସଂସ୍ଥାକୁ ବିକ୍ରି କରାଯିବା ପ୍ରସ୍ତାବ ବିରୋଧରେ ସ୍ବର ତେଜିଛି। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ଏହି ବିକ୍ରି ପ୍ରସ୍ତାବକୁ କ୍ୟାବିନେଟ୍ର ଅନୁମୋଦନ ପରେ ଆଇଡିବିଆଇ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ମଞ୍ଚ ବିରୋଧ କରିବା ସହ ଏହାର ପୁନଃସମୀକ୍ଷା ପାଇଁ ଦାବି କରିଛି। ସରକାର ‘ଆତ୍ମନିର୍ଭର ଭାରତ’ର କଥା କହୁଥିବା ବେଳେ ଜନସାଧାରଣଙ୍କ ବିପୁଳ ସଞ୍ଚୟ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କକୁ ଏକ ବିଦେଶୀ ସଂସ୍ଥାକୁ ବିକ୍ରି କରି ଦିଆଯିବା ଦୁର୍ଭାଗ୍ୟଜନକ ବୋଲି ୭ଟି ବ୍ୟାଙ୍କ ୟୁନିଅନ୍କୁ ନେଇ ଗଠିତ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ ପକ୍ଷରୁ ପ୍ରକାଶ କରାଯାଇଛି। ଏକ ବିବୃତ୍ତିରେ ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଏକ ଜାତୀୟ ସମ୍ପତ୍ତିକୁ ଅତ୍ୟନ୍ତ କମ୍ ମୂଲ୍ୟରେ ଏକ ବିଦେଶୀ ସଂସ୍ଥାକୁ ହସ୍ତାନ୍ତର କରିଦେବାକୁ ସରକାର ବସିଛନ୍ତି। ୟୁଏଫ୍ବିୟୁ କହିଛି ଯେ ଏହି ପଦକ୍ଷେପ କେବଳ ଘରୋଇକରଣ ନୁହେଁ, ବରଂ ଭାରତୀୟ ସଂପତ୍ତିର ବିଦେଶୀକରଣ। ପ୍ରତିବାଦକୁ ଜୋରଦାର କରିବା ସହ ଏହି ଫୋରମ୍ ନିଜ ସଦସ୍ୟମାନଙ୍କୁ ଆସନ୍ତାକାଲି କଳା ବ୍ୟାଜ୍ ପିନ୍ଧିବାକୁ ନିବେଦନ କରିଥିବା ଜଣାପଡ଼ିଛି।
Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା
ସେହିପରି ସର୍ବଭାରତୀୟ ବୀମା କର୍ମଚାରୀ ସଂଘ (ଏଆଇଆଇଇଏ) ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିଛି। ଆଇଡିବିଆଇ ବ୍ୟାଙ୍କ କ୍ରମାଗତ ଭାବେ ଲାଭଜନକ ରହିଆସିବା ସହ ଏହା ଆର୍ଥିକ ତଥା କାର୍ଯ୍ୟକ୍ଷମ ମାନଦଣ୍ଡଗୁଡ଼ିକରେ ଉଲ୍ଲେଖନୀୟ ଉନ୍ନତି ପ୍ରଦର୍ଶନ କରିଛି। ଏହା ସତ୍ତ୍ବେ ବିଦେଶୀ କଂପାନିଙ୍କ ହାତରେ ଏହାକୁ କାହିଁକି ଟେକି ଦିଆଯାଉଛି ବୋଲି ସଂଘ ପ୍ରଶ୍ନ କରିଛି। ସରକାର ପୂର୍ବରୁ ସଂସଦରେ ପ୍ରତିଶ୍ରୁତି ଦେଇଥିଲେ ଯେ ଆଇଡିବିଆଇ ବ୍ୟାଙ୍କରେ ଅତିକମ୍ରେ ୫୧% ସରକାରୀ ଅଂଶଧନ ରହିବ। ଏହାକୁ ସରକାର ପାଳନ କରୁ ନଥିବା ଏକ ମନ୍ଦ ଉଦ୍ଦେଶ୍ୟର ପ୍ରତିଫଳନ। କର୍ମଚାରୀ ସଂଘ ପକ୍ଷରୁ ଅସନ୍ତୋଷ ତୀବ୍ର ହେଉଛି। ଅନ୍ୟପକ୍ଷରେ ଅଧିକାରୀମାନେ କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କର କର୍ମଚାରୀମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ସରକାର ଏବଂ ଏଲ୍ଆଇସିର ମିଳିତ ଭାବେ ଏହି ବ୍ୟାଙ୍କରେ ୩୦%ରୁ ଅଧିକ ଅଂଶଧନ ବଜାୟ ରହିବ। ସୂଚନାଯୋଗ୍ୟ ଆଇଡିବିଆଇ ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କ ଥିବା ୩୦.୪% ଓ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ୩୦.୨୪% ଅଂଶଧନକୁ ବିକ୍ରି କରାଯିବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିରେ ପ୍ରସ୍ତାବ ମଞ୍ଜୁର ହୋଇଥିଲା। ଏହାକୁ ନେଇ ବ୍ୟାଙ୍କ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି।
Gyanesh Kumar: ନିଜ ନାଗରିକଙ୍କ ବିରୋଧରେ ମୋଦୀ, ଶାହ ଯୁଦ୍ଧ ଆରମ୍ଭ କରିଛନ୍ତି:ଅଭିଜିତ୍ ଦୀପକେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।