Idol Immersion Safety Alert: ବିସର୍ଜନ ବେଳେ ସାବଧାନ! ଟିକିଏ ଅସାବଧାନତା ହୋଇପାରେ ଜୀବନଘାତୀ
ମୂର୍ତ୍ତି ବିସର୍ଜନ ଏକ ଆନନ୍ଦମୟ ସମୟ। କିନ୍ତୁ ଏହି ସମୟରେ ଟିକିଏ ଅସାବଧାନତା ବଡ଼ ବିପଦର କାରଣ ହୋଇପାରେ। ଯାହ ଘଟିଛି ଗତକାଲି। କ୍ଷଣିକରେ ଉଭାନ ହୋଇଯାଇଥିଲା ପାର୍ବଣର ଖୁସି। ରାଜ୍ୟର ବିଭିନ୍ନ ସ୍ଥାନରେ ମୂର୍ତ୍ତି ବିସର୍ଜନ ବେଳେ ୧୨ ଜଣଙ୍କ ସଲୀଳ ସମାଧୀ ହୋଇଛି। ଜଗତସିଂହପୁର ପଣ୍ଡୁଆ ଗୋପାଳପୁର ନିକଟରେ ଗଣେଶ ଭସାଣି ବେଳେ ନଦୀରେ ବୁଡିଯାଇଥିଲେ ୪ ଯୁବକ। ଭାସିଯାଇଥିବା ସମସ୍ତ ଯୁବକ ସ୍ଥାନୀୟ ଅରଡ଼ା ଗାଁର।
ସେହିପରି ସୁନ୍ଦରଗଡ଼ ବୀରମିତ୍ରପୁରରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଆସିକାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଗପହଣ୍ଡିରେ ଜଣକର ଜୀବନ ଯାଇଛି। ସେହିଭଳି ଭଦ୍ରକ ଚାନ୍ଦବାଲିରେ ମଧ୍ୟ ଜଣକର ମୃତ୍ୟୁ ହୋଇଛି। କୋରାପୁଟ ଦଶମନ୍ତପୁରରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୧୨ ଜଣଙ୍କର ମୃତ୍ୟୁ ଯୋଗୁ ଚାରିଆଡ଼େ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ବିସର୍ଜନ ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦିଆଯିବା ଉଚିତ୍?
ବିସର୍ଜନ ସମୟରେ ଭିଡ଼ ଓ ପାଣି ପାଖରେ ସତର୍କ ରୁହନ୍ତୁ
ଶିଶୁ ଓ ବୟସ୍କମାନଙ୍କୁ ବିଶେଷ ଧ୍ୟାନ ଦିଅନ୍ତୁ
ଗଭୀର ପାଣି ଭିତରକୁ ଯାଆନ୍ତୁ ନାହିଁ
ଶିଶୁମାନଙ୍କୁ ପାଣିଠାରୁ ଦୂରରେ ଏବଂ ନିଜ ନଜରରେ ରଖନ୍ତୁ
ପ୍ରଶାସନ ନିର୍ଦ୍ଦେଶିତ ବିସର୍ଜନ ସ୍ଥାନ ବ୍ୟବହାର କରନ୍ତୁ
ଲାଇଫଗାର୍ଡ/ସୁରକ୍ଷାକର୍ମୀଙ୍କ ନିର୍ଦ୍ଦେଶ ମାନନ୍ତୁ
ଅଧିକ ଭିଡ଼ ହେଲେ ସାବଧାନ ରୁହନ୍ତୁ
ବିଦ୍ୟୁତ୍ ତାର ଓ ଅସୁରକ୍ଷିତ ବିଦ୍ୟୁତ୍ ସଂଯୋଗଠାରୁ ଦୂରେଇ ରୁହନ୍ତୁ
ନଦୀ, ପୋଖରୀ କିମ୍ବା ଜଳାଶୟରେ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଆବର୍ଜନା ପକାନ୍ତୁ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।