iger Shroff: ଅଭିଯୁକ୍ତମାନଙ୍କର ପ୍ରକୃତ ଟାର୍ଗେଟ୍ ଟାଇଗର ନୁହେଁ ଥିଲେ ସଲମାନ

Oct 21, 2026 - 13:09
iger Shroff: ଅଭିଯୁକ୍ତମାନଙ୍କର ପ୍ରକୃତ ଟାର୍ଗେଟ୍ ଟାଇଗର ନୁହେଁ ଥିଲେ  ସଲମାନ

"ମୁମ୍ବାଇ: ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହା ସହିତ ଏହି ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

ଏବେ ଏହି ମାମଲାରେ ଆଉ ଏକ ବଡ଼ ଖୁଲାସା ହୋଇଛି।

ପୁଲିସକୁ ଜଣେ କ୍ୟାବ୍ ଡ୍ରାଇଭରଙ୍କ ଫୋନ୍ କଲ୍‌ରୁ ତିନି ଜଣ ଅଭିଯୁକ୍ତଙ୍କ ବିଷୟରେ ସୁରାକ୍ ମିଳିଥିବା କୁହାଯାଉଛି।Advertisment କେମିତି ଧରାପଡ଼ିଲେ ଟାଇଗରଙ୍କ ଉପରେ ଗୁଳିମାଡ଼ କରିଥିବା ଅଭିଯୁକ୍ତ?

ଘଟଣା ଘଟାଇବା ପରେ ତିନି ଜଣ ଅଭିଯୁକ୍ତ ସୁରଟ ଯିବା ପାଇଁ ଏକ କ୍ୟାବ୍ ବୁକ୍ କରିଥିଲେ।

କ୍ୟାବ୍ ଡ୍ରାଇଭର ବୁକିଂ ପାଇଁ ବ୍ୟବହୃତ ଫୋନ୍ ନମ୍ବରକୁ କଲ୍ କରିଥିଲେ।

ଏହାପରେ ବୈଷୟିକ ଯାଞ୍ଚ ମାଧ୍ୟମରେ ପୁଲିସ କ୍ୟାବ୍ ଡ୍ରାଇଭରଙ୍କୁ ଚିହ୍ନଟ କରିଥିଲା।

ଡ୍ରାଇଭର ପୁଲିସକୁ କହିଥିଲେ ଯେ ସେ ତିନି ଜଣ ସନ୍ଦିଗ୍ଧଙ୍କୁ ସୁରଟ ରେଳ ଷ୍ଟେସନରେ ଓହ୍ଲାଇଥିଲେ।

ରେଳଗାଡ଼ିର ସମୟସୂଚୀ, ସଂରକ୍ଷଣ ତାଲିକା ଏବଂ ସୁରଟ ରେଳ ଷ୍ଟେସନରୁ ମିଳିଥିବା ବୈଷୟିକ ତଥ୍ୟକୁ ବିଶ୍ଳେଷଣ କରି ପୁଲିସ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତମାନେ ପୁଣେ-ଜୟପୁର ଏକ୍ସପ୍ରେସ୍ ଟ୍ରେନ୍‌ରେ ରାଜସ୍ଥାନ ଯାଉଥିଲେ।

ଏହାପରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ରାଜସ୍ଥାନ ପୁଲିସ ସହ ଯୋଗାଯୋଗ କରିଥିଲା।

ଉଭୟ ରାଜ୍ୟର ପୁଲିସ ମିଳିତ ଅଭିଯାନ ଚଳାଇ କୋଟା ରେଳ ଷ୍ଟେସନରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ମଙ୍ଗଳବାର ରାତିରେ ପୁଲୁିସ କଡ଼ା ସୁରକ୍ଷା ମଧ୍ୟରେ ରାଜସ୍ଥାନର କୋଟାରୁ ତିନି ଜଣ ଅଭିଯୁକ୍ତଙ୍କୁ ମୁମ୍ବାଇ ଆଣିଛି।

ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ।

ଏହି ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଅଭିଯୁକ୍ତମାନଙ୍କର କଥିତ ସମ୍ପର୍କ, ଅସ୍ତ୍ରଶସ୍ତ୍ରର ଉତ୍ସ ଏବଂ ସେମାନଙ୍କୁ ଆଶ୍ରୟ ଓ ଆର୍ଥିକ ସହାୟତା ଯୋଗାଇଥିବା କଥିତ ସହଯୋଗୀମାନଙ୍କ ବିଷୟରେ ତଦନ୍ତ କରିବା ପାଇଁ ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ।

ଏହି ସବୁ ଘଟଣା ମଧ୍ୟରେ ଆଉ ଏକ ବଡ଼ ଖୁଲାସା ହୋଇଛି।

ରିପୋର୍ଟ ଅନୁସାରେ, ଅଭିଯୁକ୍ତମାନଙ୍କର ପ୍ରକୃତ ଟାର୍ଗେଟ୍ ଟାଇଗର ଶ୍ରଫ୍ ନୁହେଁ, ବରଂ ସଲମାନ ଖାନ୍ ଥିଲେ।

ଅଭିଯୁକ୍ତମାନେ ସଲମାନ ଖାନ୍‌ଙ୍କ ଘର ଉପରେ ମଧ୍ୟ ନଜର ରଖିଥିଲେ।

କିନ୍ତୁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଦେଖି ସେମାନେ ନିଜ ଯୋଜନା ବଦଳାଇ ଦେଇଥିଲେ।

ଏହାପରେ ସୋସିଆଲ ମିଡିଆରୁ ସେମାନେ ଜାଣିବାକୁ ପାଇଥିଲେ ଯେ ଟାଇଗର ଶ୍ରଫ୍ ରବିବାର ଦିନ ବିନା ସୁରକ୍ଷାକର୍ମୀରେ ଜୁହୁର ପୁଷ୍ପା ନରସି ଗ୍ରାଉଣ୍ଡକୁ ଫୁଟବଲ୍ ଖେଳିବାକୁ ଆସନ୍ତି।

ଏହାପରେ ଅଭିଯୁକ୍ତମାନେ ଟାଇଗର ଶ୍ରଫ୍‌ଙ୍କ କାର୍ ଉପରକୁ ଗୁଳିମାଡ଼ କରିଥିଲେ।

ତେବେ ଏହି ଜୀବନଘାତୀ ଆକ୍ରମଣରୁ ଅଭିନେତା ଅଳ୍ପକେ ବର୍ତ୍ତି ଯାଇଥିଲେ।

କିନ୍ତୁ ତାଙ୍କ ଡ୍ରାଇଭର ଏବଂ ଜଣେ ପ୍ରଶଂସକ ଆହତ ହୋଇଥିଲେ।

ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶିଶୁକୁ ବଳପୂର୍ବକ ଚୁମ୍ବନ କରିବା ସ୍ନେହ ନୁହେଁ, ଏହା ଯୌନ ନିର୍ଯାତନା: ମୁମ୍ବାଇ ପୋକ୍ସୋ କୋର୍ଟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।