IIT Kanpur: ଆଇଆଇଟି କାନପୁର ପକ୍ଷରୁ ‘ଯୁବ ଉଦ୍ୟୋଗୀ ଚ୍ୟାଲେଞ୍ଜ ୨୦୨୭’

Oct 21, 2026 - 09:21
IIT Kanpur: ଆଇଆଇଟି କାନପୁର ପକ୍ଷରୁ ‘ଯୁବ ଉଦ୍ୟୋଗୀ ଚ୍ୟାଲେଞ୍ଜ ୨୦୨୭’

"କାନପୁର: ନିଜର ନୂଆ ବ୍ୟବସାୟିକ ଧାରଣାକୁ ବଡ଼ ମଞ୍ଚରେ ଉପସ୍ଥାପନ କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଭଲ ସୁଯୋଗ ଆଣିଛି ଆଇଆଇଟି କାନପୁର।

ଏହି ଅନୁଷ୍ଠାନ ପକ୍ଷରୁ "ଯୁବ ଉଦ୍ୟୋଗୀ ଚ୍ୟାଲେଞ୍ଜ ୨୦୨୭" (Youth Entrepreneur Challenge 2027) ଆୟୋଜନ କରାଯାଉଛି।

ଏଥିରେ ଭାଗ ନେଇ ନିଜର ନୂଆ ଚିନ୍ତାଧାରା ଓ ସମାଜର ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ଉଦ୍ଭାବନକୁ ଉପସ୍ଥାପନ କରିପାରିବେ ଯୁବକଯୁବତୀ।

ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରୁଥିବା ଦଳକୁ ୧ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ମିଳିବ।

ଏଥିସହ ମନୋନୀତ ପ୍ରତିଯୋଗୀଙ୍କୁ ଆଇଆଇଟି କାନପୁରର ବିଶେଷଜ୍ଞଙ୍କଠାରୁ ପରାମର୍ଶ ମିଳିବ।

ଏଥିପାଇଁ ଆବେଦନର ଶେଷ ତାରିଖ ହେଉଛି ୨୨ ଅକ୍ଟୋବର ୨୦୨୬।Advertisment ଯୁବ ଉଦ୍ୟୋଗୀ ଚ୍ୟାଲେଞ୍ଜ ୨୦୨୭ଯୁବପିଢ଼ିଙ୍କ ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ଏବଂ ସମାଜର ବିଭିନ୍ନ ସମସ୍ୟାର ସମାଧାନ ଖୋଜିବା ହେଉଛି ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ।

ଏଥିରେ ଯୁବପିଢ଼ି ନିଜର ବ୍ୟବସାୟିକ ଧାରଣା, ନୂଆ ଉଦ୍ଭାବନ ଏବଂ ପ୍ରୋଟୋଟାଇପ୍ ଉପସ୍ଥାପନ କରିବାର ସୁଯୋଗ ପାଇବେ।ଏହି କାର୍ଯ୍ୟକ୍ରମ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର "ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୭" (Viksit Bharat Young Leaders Dialogue 2027) ସହ ଜଡ଼ିତ।

ଏଥିରେ ଆଇଆଇଟି କାନପୁର ଜ୍ଞାନ ସହଯୋଗୀ ଭାବେ କାର୍ଯ୍ୟ କରୁଛି।

କିଏ ଆବେଦନ କରିପାରିବେ?ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ...•  ବୟସ ସୀମା: ୧୮ରୁ ୩୫ ବର୍ଷ ବୟସର ଯୁବକଯୁବତୀ ଆବେଦନ କରିପାରିବେ।• ବ୍ୟକ୍ତିଗତ କିମ୍ବା ଦଳଗତ ଆବେଦନ: ଜଣେ ପ୍ରାର୍ଥୀ ଏକାକୀ ଆବେଦନ କରିପାରିବେ କିମ୍ବା ଟିମ୍ ଲିଡରଙ୍କ ସମେତ ସର୍ବାଧିକ ୩ ଜଣଙ୍କ ଦଳ ଗଠନ କରିପାରିବେ।

ଦଳର ସମସ୍ତ ସଦସ୍ୟଙ୍କ ବୟସ ନିର୍ଦ୍ଧାରିତ ସୀମା ମଧ୍ୟରେ ରହିବା ଆବଶ୍ୟକ।• ଷ୍ଟାର୍ଟଅପ୍ ପ୍ରତିଷ୍ଠାତା: ଷ୍ଟାର୍ଟଅପ୍ ଇଣ୍ଡିଆ ଅଧୀନରେ DPIITର ସ୍ୱୀକୃତି ପାଇଥିବା ଷ୍ଟାର୍ଟଅପ୍ର ପ୍ରତିଷ୍ଠାତାମାନେ ମଧ୍ୟ ଆବେଦନ କରିପାରିବେ।

ଏଥିପାଇଁ ଉଦ୍ୟୋଗଟି MSME ଭାବେ ପଞ୍ଜୀକୃତ ହେବା ସମ୍ପର୍କିତ ନିୟମ ମଧ୍ୟ ପୂରଣ କରିବାକୁ ପଡ଼ିବ।• ଚାକିରି କରୁଥିବା ବ୍ୟକ୍ତି: ସରକାରୀ ବିଭାଗ, ଘରୋଇ ସଂସ୍ଥା, ଏନ୍ଜିଓ କିମ୍ବା ଶିକ୍ଷାନୁଷ୍ଠାନରେ କାମ କରୁଥିବା ଯୋଗ୍ୟ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ତେବେ ନିଜ ନିଯୁକ୍ତିଦାତାଙ୍କଠାରୁ ଅନାପତ୍ତି ପ୍ରମାଣପତ୍ର (NOC) ଦାଖଲ କରିବାକୁ ପଡ଼ିପାରେ।ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ସରକାରୀ ପୋର୍ଟାଲରେ ଦିଆଯାଇଥିବା ସମସ୍ତ ଯୋଗ୍ୟତା ଓ ସର୍ତ୍ତାବଳୀ ଯାଞ୍ଚ କରିନେବା ଉଚିତ।

କେଉଁ ବିଷୟରେ ଦେଇପାରିବେ ନିଜର ଧାରଣା?ସମାଜର ବାସ୍ତବ ସମସ୍ୟାର ସମାଧାନ କରିପାରୁଥିବା ନୂଆ ଧାରଣାକୁ ଏହି ପ୍ରତିଯୋଗିତାରେ ଉପସ୍ଥାପନ କରାଯାଇପାରିବ।

ଏଥିରେ ମୁଖ୍ୟତଃ ନିମ୍ନଲିଖିତ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି।•    ସ୍ୱାସ୍ଥ୍ୟସେବା ଓ ଶିକ୍ଷା•    କୃଷି ଓ ପରିବେଶ ସୁରକ୍ଷା•    ମହିଳା ସଶକ୍ତିକରଣ•    ସରକାରୀ ସେବା ଓ ସୁଶାସନ•    ବିପର୍ଯ୍ୟୟ ପରିଚାଳନା•    କୃତ୍ରିମ ବୁଦ୍ଧିମତ୍ତା (AI)•    ଅନ୍ୟାନ୍ୟ ସାମାଜିକ ସମସ୍ୟାର ସମାଧାନ।ପ୍ରାର୍ଥୀଙ୍କ ଧାରଣା କେଉଁ ସମସ୍ୟାର ସମାଧାନ କରିବ ଏବଂ ଏହା ଲୋକଙ୍କ ପାଇଁ କିପରି ଉପଯୋଗୀ ହେବ, ସେ ବିଷୟରେ ଆବେଦନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ପଡ଼ିବ।ଏହି ପ୍ରତିଯୋଗିତାରେ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ୫ଟି ଦଳକୁ ନଗଦ ପୁରସ୍କାର ଦିଆଯିବ।

କେବଳ ନଗଦ ପୁରସ୍କାର ନୁହେଁ, ମନୋନୀତ ପ୍ରତିଯୋଗୀମାନେ ଆଇଆଇଟି କାନପୁରର ବିଶେଷଜ୍ଞଙ୍କଠାରୁ ଅନଲାଇନ୍ ଓ ଅଫ୍ଲାଇନ୍ ରେ ପରାମର୍ଶ ପାଇବାର ସୁଯୋଗ ମଧ୍ୟ ପାଇବେ।

ଏହା ସେମାନଙ୍କ ଧାରଣାକୁ ଆଗକୁ ବଢ଼ାଇବା ଏବଂ ଭବିଷ୍ୟତରେ ଏକ ସଫଳ ଉଦ୍ୟୋଗ ଗଢ଼ିବାରେ ସହାୟକ ହୋଇପାରିବ।

କିପରି କରିବେ ଆବେଦନ?ଏହି ଚ୍ୟାଲେଞ୍ଜରେ ଭାଗ ନେବାକୁ ଇଚ୍ଛୁକ ପ୍ରାର୍ଥୀମାନେ MY Bharatର ସରକାରୀ ୱେବସାଇଟ୍ https://mybharat.gov.in/କୁ ଯାଇ କରିପାରିବେ।

ସେଠାରେ ଯୁବ ଉଦ୍ୟୋଗୀ ଚ୍ୟାଲେଞ୍ଜ ୨୦୨୭ ସମ୍ପର୍କିତ ସୂଚନା ଖୋଜି ଆବେଦନ ପ୍ରକ୍ରିୟା, ଆବଶ୍ୟକ କାଗଜପତ୍ର ଓ ନିୟମାବଳୀ ଜାଣିପାରିବେ।

RMS Admission: ଜାତୀୟ ସାମରିକ ବିଦ୍ୟାଳୟରେ ନାମଲେଖା ସୁଯୋଗ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।