Illegal Enclosures Demolished in Chilika: ଚିଲିକାରୁ ୬୨୦ ଏକର ବେଆଇନ ଘେରି ଉଚ୍ଛେଦ, ମୁତୟନ ହେଲେ ପୋଲିସ ଫୋର୍ସ

Sep 10, 2026 - 17:42
Illegal Enclosures Demolished in Chilika: ଚିଲିକାରୁ ୬୨୦ ଏକର ବେଆଇନ ଘେରି ଉଚ୍ଛେଦ, ମୁତୟନ ହେଲେ ପୋଲିସ ଫୋର୍ସ

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜୋରଦାର ହୋଇଛି। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନରେ ଥିବା ଚିଲିକାରୁ ୬୨୦ ଏକର ବେଆଇନ ଘେରି ଉଚ୍ଛେଦ କରାଯାଇଛି।
ଘେରି ଉଚ୍ଛେଦ ସମୟରେ ସେଠାରେ ବ୍ୟବହାର ହୋଇଥିବା ଜାଲ, ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇ ନଷ୍ଟ କରାଯାଇଛି। କିଛି ସାମଗ୍ରୀରେ ନିଆଁ ଲଗାଇ ତାହାକୁ ନଷ୍ଟ କରାଯାଇଥିବା ଜଣାପଡ଼ିଛି।

ଅଭିଯାନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ ପ୍ରକ୍ରିୟାକୁ ନିୟମିତ ଭାବେ ଜାରି ରଖାଯାଉଛି।
ଚିଲିକାକୁ ସମ୍ପୂର୍ଣ୍ଣ ଭାବେ ବେଆଇନ ଘେରିମୁକ୍ତ କରିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ପଦକ୍ଷେପ ଫଳରେ ଚିଲିକାର ପ୍ରାକୃତିକ ପରିବେଶ ଓ ଜଳଜ ସମ୍ପଦ ସୁରକ୍ଷା ଦିଗରେ ପ୍ରଶାସନର ଅଭିଯାନ ଆହୁରି ତୀବ୍ର ହୋଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।