Illegal Fishing in Gahirmatha: ଗହୀରମଥାରେ ବେଆଇନ ମାଛଧରା, ୨ ଟ୍ରଲର୍ ସହ ୧୯ ଗିରଫ

Sep 30, 2026 - 09:35
Illegal Fishing in Gahirmatha: ଗହୀରମଥାରେ ବେଆଇନ ମାଛଧରା, ୨ ଟ୍ରଲର୍ ସହ ୧୯ ଗିରଫ

ଗହୀରମଥାରେ ବେଆଇନ ମାଛ ଧରା ଉପରେ ବନ ବିଭାଗର ଚଢ଼ାଉ। ମାଦେଳି ମୁହାଣ ନିକଟରୁ ୨ଟି ଟ୍ରଲର ସହ ୧୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ। ଟ୍ରଲରରୁ ମାଛ, ଜାଲ ଓ VHF ଜବତ କରାଯାଇଛି। ଗହିରମଥାରେ ପାଟ୍ରୋଲିଂ ବେଳେ ମାଦେଳି ମୁହାଣ ନିକଟରେ ବେଆଇନ ଭାବେ ମାଛ ଧରୁଥିବା ୨ଟି ଟ୍ରଲରକୁ ଦେଖିଥିଲା ପାଟ୍ରୋଲିଂ ଟିମ୍। 

ପରେ ଟ୍ରଲର ଦୁଇଟିକୁ ଧରିବା ସହ ଏଥିରେ ଥିବା ୧୯ ଜଣଙ୍କୁ ଗିରଫ କରାଯାଇଛି। ଅଲିଭ୍ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗହିରମଥାର ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ନୋ-ଫିସିଂ ଜୋନ୍ ଘୋଷଣା କରାଯାଇଛି। ଏହାସତ୍ତ୍ୱେ ନିୟମ ଉଲ୍ଲଂଘନ କରି ମାଛ ଧରୁଥିବାରୁ ଟ୍ରଲର ଦୁଇଟିକୁ ଜବତ କରିଛି ବନ ବିଭାଗ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।