Illegal Gas Trade Under Scanner: ଚୋରା ଗ୍ୟାସ ବେପାରର ମାଷ୍ଟରମାଇଣ୍ଡ କିଏ? ଖୋଜୁଛି ପୋଲିସ

Sep 30, 2026 - 19:04
Illegal Gas Trade Under Scanner: ଚୋରା ଗ୍ୟାସ ବେପାରର ମାଷ୍ଟରମାଇଣ୍ଡ କିଏ? ଖୋଜୁଛି ପୋଲିସ

ବେଧଡକ ବେପାର, ବେଆଇନ ଚାଲାଣ । ଚୋରା ଗ୍ୟାସ ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ଯୋଗାଣ ବିଭାଗ। ଭୁବନେଶ୍ବର ଉପକଣ୍ଠ ହଂସପାଳ ଓ ନହରକଣ୍ଟା ଅଞ୍ଚଳରେ ଚାଲାଣ ବେଳେ ମାଡି ବସିଲା ଟିମ । ୭୯ଟି ସିଲିଣ୍ଡର ସହ ଚୋରା ବେପାରରେ ସମ୍ପୃକ୍ତ ୨ ଗାଡି ଜବତ ହୋଇଛି।

ପଚରାଉଚରା ବେଳେ ବୈଧ ଡକ୍ୟୁମେଣ୍ଟ ଦେଖାଇପାରିଲେ ନାହିଁ ଡ୍ରାଇଭର । ତେବେ ଏହି ଚୋରା କାରବାରର ମାଷ୍ଟରମାଇଣ୍ଡଙ୍କୁ ଖୋଜା ଚାଲିଛି। ପାହାଳ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି। ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ ।.... 

ବେଧଡକ ବେପାର, ବେଆଇନ ଚାଲାଣ
ଚୋରା ଗ୍ୟାସ ଚାଲାଣ ବେଳେ ଚଢାଉ 
ଗୋଡ଼ାଇ ଗୋଡ଼ାଇ ଧରିଲା ଯୋଗାଣ ବିଭାଗ 
ହଂସପାଳ ଓ ନହରକଣ୍ଟା ଅଞ୍ଚଳରୁ ଜବତ 
ରାଜଧାନୀରୁ ୭୯ଟି ସିଲିଣ୍ଡର, ୨ ଗାଡ଼ି ଜବତ 
ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା    


 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।