Illicit Liquor Seized ପୁଣି ବନ୍ଧାହେଲେ ୧୫ ଦେଶୀ ମଦ ବେପାରୀ, ୧୮ହଜାର ଲିଟର ରନ୍ଧା ମଦ ଓ ମହୁଲପୋଚ ଜବତ
"ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ମହୁଲି ମଦ ପ୍ରସ୍ତୁତି ଓ ଚୋରାଚାଲାଣ ଉପରେ ବ୍ୟାପକ ଚଢଉ କରାଯାଉଛି।
ଆଜି ବିଭିନ୍ନ ସ୍ଥାନରେ ଚଢଉ କରି ୧୬ଟି ଅବକାରୀ ମାମଲା ରୁଜୁ କରିଛି।
ଏହାସହ ୧,୧୭୩ ଲିଟର ବେଆଇନ ଦେଶୀ ରନ୍ଧା ମଦ, ୧୭,୧୫୦ କେଜି ମହୁଲପୋଚ ଜବତ କରାଯାଇଛି।
ମଦ ପ୍ରସ୍ତୁତି ଓ ବିକ୍ରିରେ ସଂପୃକ୍ତ ୧୫ ଜଣଙ୍କୁ ଗିରଫ କରିଛି।
Advertisment Illegal liquor: ରାତିଅଧରେ ମାଫିଆଙ୍କ ୪ ଘଣ୍ଟାର ଦୁଃସାହିକ ଜଳଯାତ୍ରା; ୩୬୦ ଲିଟର ମଦ ଜବତଅଭିଯୁକ୍ତମାନେ ହେଉଛନ୍ତି ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୁକୁଡ଼ା ମଙ୍ଗଳ ବଜାରର ରୀତା ଓରାମ, ରତ୍ନୀ ତିର୍କି ଓ ଜଗନ୍ନାଥ ଓରାମ, ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ନୟାବଜାର ଅଞ୍ଚଳର ନାଲି ସାମନ୍ତ, ରାଇମୁନି ଛତର, ରୁକ୍ମଣୀ ମୁଣ୍ଡା, ରାଜେଶ୍ୱରୀ ଜୟସ୍ବାଲ, ଆଶା ପୂର୍ତ୍ତି, ଶୀତଳ ମୁଣ୍ଡା, ଶ୍ରୀମତି ବାଲମୁଚୁ, ନାମସୀ ହେମ୍ବ୍ରମ, ପିଙ୍କି ସିଙ୍କୁ, ମମତା ସିହ୍ନା, ସାମ୍ବାରୀ ମୁଣ୍ଡା ଓ ଶୀଳା ରାଓ।
ଅବକାରୀ ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ବାଳଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢଉରେ ଏସ୍ଆଇ ଦେବେନ୍ଦ୍ର ବରିହା, ଜ୍ଞାନେଶ୍ବରୀ ବିଶ୍ବାଳ, ରୋହିତ ଡନସନା, ଏଏସ୍ଆଇ ଆଲୋକ ପ୍ରଧାନଙ୍କ ସମେତ ବିଭାଗୀୟ କର୍ମଚାରୀ ସାମିଲ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।