IMD Issues Yellow Warning for Two Districts: ଝଡ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

Jul 08, 2026 - 12:06
IMD Issues Yellow Warning for Two Districts: ଝଡ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ରାଜ୍ୟରେ ଶୁଖିଲା ରହିଛି ପାଗ। ବର୍ଷା କମିଯାଇଥିବା ବେଳେ କିଛି କିଛି ସ୍ଥାନରେ ଜମି ରହିଛି ବର୍ଷା ପାଣି। ଆଜି ଝଡ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। 

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସକାଳ ୯ଟା ସୁଦ୍ଧା  ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ୍ ରହିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୬୨ ହଜାର ୭୫୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୩୦ ହଜାର ୪୪ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ଆସନ୍ତା କାଲି ଦିନ ୧୧ ଟା ସମୟ ରେ ହୀରାକୁଦ ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ବନ୍ୟାଜଳ ଛଡାଯିବା ପୂର୍ବରୁ ତଳିଆ ଅଞ୍ଚଳକୁ ସତର୍କ କରାଯାଇଛି।

ସକାଳ ୯ଟା ସୁଦ୍ଧା ୬୧୧.୨୩ ଫୁଟ ରହିଛି ଜଳସ୍ତର
ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୨ ହଜାର ୭୫୫ କ୍ୟୁସେକ୍ ଜଳ ପ୍ରବେଶ
୩୦ ହଜାର ୪୪ କ୍ୟୁସେକ୍ ଜଳ ନିଷ୍କାସିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।