Imran’s: ଇମ୍ରାନଙ୍କୁ ଭେଟିଲେ ଭଉଣୀ ଓ ପତ୍ନୀ: ସୁପ୍ରିମ‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଡିୟାଲା ଜେଲ ପହଞ୍ଚିଲେ

Aug 19, 2026 - 13:12
Imran’s: ଇମ୍ରାନଙ୍କୁ ଭେଟିଲେ ଭଉଣୀ ଓ ପତ୍ନୀ: ସୁପ୍ରିମ‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଡିୟାଲା ଜେଲ ପହଞ୍ଚିଲେ

"ଇସଲାମାବାଦ: ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ଭଉଣୀ ନୌରିନ ନିୟାଜି ଓ ପତ୍ନୀ ବୁଶରା ବିବି ରାୱଲପିଣ୍ଡିର ଆଡିୟାଲା ଜେଲରେ ଭେଟିଥିଲେ।

ନଅ ମାସ ପରେ ଭଉଣୀ ନୌରିନ ଇମ୍ରାନ ଖାନଙ୍କୁ ଭେଟିଥିଲେ।

୧୫ ମିନିଟର ଏହି ସାକ୍ଷାତ ସମୟରେ ପରିବାର ଲୋକ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଚିକିତ୍ସା ପାଇଁ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଇମ୍ରାନ ପତ୍ନୀ ବୁଶରା ବିବିଙ୍କୁ ପାଖାପାଖି ୩୦ରୁ ୩୫ ମିନିଟ ଧରି ଭେଟିଥିଲେ।

ସାକ୍ଷାତ ପରେ ନୌରିନ୍ ଇମ୍ରାନଙ୍କୁ ଭେଟିଥିବା ସ୍ପଷ୍ଟ କରିଛନ୍ତି।

କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଣମାଧ୍ୟମ ସହିତ ସେ କଥା ହୋଇନଥିଲେ। ‌ନୌରିନ୍ ତାଙ୍କ ଭଉଣୀ ଅଲିମା ଖାନ ଓ ଉଜମା ଖାନଙ୍କ ସହ ଆଡିୟାଲା ଜେଲକୁ ଯିବା ବାଟରେ ଦହଗଲ ଚେକପଏଣ୍ଟରେ ପହଞ୍ଚିଥିଲେ।

ପୁଲିସ ତିନି ଜଣଙ୍କୁ ଅଟକାଇ ଦେଇଥିଲା।

ପରେ କେବଳ ନୌରିନ୍‌ଙ୍କୁ ଇମ୍ରାନଙ୍କୁ ଭେଟିବା ପାଇଁ ଜେଲ ଭିତରକୁ ଅନୁମତି ଦିଆଯାଇଥିଲା।

୧୫ ମିନିଟ୍‌ର ସାକ୍ଷାତ ପରେ ନୌରିନ୍‌ ଇମ୍ରାନଙ୍କୁ ଭେଟିବା ନିଶ୍ଚିତ କରିଥିଲେ।Advertisment ଇମ୍ରାନଙ୍କୁ ତାଙ୍କ ପରିବାର ଭେଟିବା ଏକ ଅନୁଗ୍ରହ ନୁହେଁ ବରଂ ଏକ ମୌଳିକ ଅଧିକାର ତେବେ କୋର୍ଟକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ସେ ଗଣମାଧ୍ୟମ ସହିତ କଥା ହୋଇ ନଥିଲେ।

ସୁପ୍ରିମକୋର୍ଟ ମଙ୍ଗଳବାର ଇମ୍ରାନ ଖାନଙ୍କ ପରିବାରକୁ ସପ୍ତାହକୁ ଥରେ ଭେଟିବାକୁ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟ କହିଛନ୍ତି ଯେ, ଇମ୍ରାନଙ୍କୁ ତାଙ୍କ ପରିବାର ଭେଟିବା ଏକ ଅନୁଗ୍ରହ ନୁହେଁ ବରଂ ଏକ ମୌଳିକ ଅଧିକାର।

କୋର୍ଟ ଗତ ତିନି ବର୍ଷ ମଧ୍ୟରେ ଇମ୍ରାନ ଖାନ ଓ ତାଙ୍କ ଭଉଣୀମାନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତର ରେକର୍ଡ ମଧ୍ୟ ମାଗିଥିଲେ।

ଏହା ସହିତ ତାଙ୍କ ପୁଅମାନଙ୍କ ସହ ହୋଇଥିବା କଥାବାର୍ତ୍ତା ଓ ଫୋନ୍ କଲ୍ ବିଷୟରେ ବିସ୍ତୃତ ବିବରଣୀ ମଧ୍ୟ ମାଗିଥିଲେ।

ଇମ୍ରାନ୍‌ ଖାନ୍‌ ୨୦୧୮ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ।

୨୦୨୨ ମସିହାରେ ସଂସଦୀୟ ଅନାସ୍ଥା ଭୋଟ ମାଧ୍ୟମରେ ତାଙ୍କୁ ବହିଷ୍କାର କରାଯାଇଥିଲା।

ତେବେ ଇମ୍ରାନଙ୍କ ବିରୋଧରେ ଲାଗିଥିବା ମାମଲାଗୁଡ଼ିକ ରାଜନୈତିକ ଭାବରେ ପ୍ରେରିତ ବୋଲି ତାଙ୍କ ସମର୍ଥକ କହିଛନ୍ତି।

ଇମ୍ରାନ ଅଗଷ୍ଟ ୨୦୨୩ ରୁ ଜେଲରେ ଅଛନ୍ତି, ପ୍ରଥମେ ୧୯୦ ନିୟୁତ ପାଉଣ୍ଡ ଦୁର୍ନୀତି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ଇମ୍ରାନଙ୍କୁ ମେ ୯, ୨୦୨୩ ର ପ୍ରତିବାଦକୁ ନେଇ ପାକିସ୍ତାନରେ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ବିଚାରାଧୀନ ମାମଲାର ମଧ୍ୟ ସାମ୍ନା କରିବାକୁ ପଡ଼ିଛି।

Supreme Court: ହର୍ମୁଜ୍ ଆକ୍ରମଣରେ ନିଖୋଜ କ୍ୟାପ୍ଟେନ ଆଶିଷ କୁମାର ଜୀବିତ ଅଛନ୍ତି କି ନାହିଁ?: କେନ୍ଦ୍ର ସରକାରଙ୍କଠାରୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।