IND beat WI by 8 wickets: ବିରାଟ-ଗିଲଙ୍କ ଶତକ, ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଲା ଭାରତ

Sep 27, 2026 - 21:55
IND beat WI by 8 wickets: ବିରାଟ-ଗିଲଙ୍କ ଶତକ, ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଲା ଭାରତ

ଥିରୁବନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ୮ ୱିକେଟରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି।

ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୭ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା। ଜଷ୍ଟିନ ଗ୍ରିଭ୍ସ ୧୦୧ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଜନ୍ କ୍ୟାମ୍ପବେଲ ୬୨ ରନ୍ କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ଦମଦାର ବୋଲିଂ କରି ୪ଟି ୱିକେଟ୍ ନେଇଥିଲେ।

୨୯୬ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତର ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ୭୪ ରନର ଭାଗିଦାରୀ କରିଥିଲେ। ରୋହିତ ୩୨ ରନ୍ କରି ଆଉଟ୍ ହେବା ପରେ ବିରାଟ କୋହଲି କ୍ରିଜକୁ ଆସିଥିଲେ।

ଗିଲ୍ ଓ ବିରାଟ ମିଶି ଭାରତକୁ ଲକ୍ଷ୍ୟ ଆଡ଼କୁ ନେଇଥିଲେ। ଗିଲ୍ ଶତକ ହାସଲ କରି ୧୧୦ ରନର ଇନିଂସ ଖେଳିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ୧୦ମ ଶତକ।

ଅନ୍ୟପଟେ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରିବା ସହ ଦିନିକିଆ କ୍ରିକେଟରେ ୧୫ ହଜାର ରନ୍ ପୂରଣ କରିଥିଲେ। ସେ ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ତେବେ ୧୫ ହଜାର ରନ୍ ପୂରଣ କରିବାରେ ବିରାଟ ଦ୍ରୁତତମ ଖେଳାଳି। ଏହାପରେ ବିରାଟ ନିଜର ଶତକ ପୁରଣ କରି ୮୮ ବଲରେ 139 ରନ୍ କରି ଅପରାଜିତ ରହିଥିଲେ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।