01 NOVEMBER 2026

Welcome!

Unlock your personalized experience.
Sign Up

IND vs NZ T20I: ଶେଷ ମୁକାବିଲା ଜିତିଲା ନ୍ୟୁଜିଲାଣ୍ଡ, ଭାରତ ପୁଣି ନିରାଶ

Nov 01, 2026 - 16:32
IND vs NZ T20I: ଶେଷ ମୁକାବିଲା ଜିତିଲା ନ୍ୟୁଜିଲାଣ୍ଡ, ଭାରତ ପୁଣି ନିରାଶ

ହାମିଲଟନ୍‌: ୫ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତକୁ ନ୍ୟୁଜିଲାଣ୍ଡ ୭ ୱିକେଟ୍‌ରେ ପରାସ୍ତ କରିଛି। ହାମିଲଟନରେ ଖେଳାଯାଇଥିବା ଏହି ମୁକାବିଲାରେ ଟସ୍‌ ନ୍ୟୁଜିଲାଣ୍ଡରେ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ୍‌ ପ୍ରଥମେ ବ୍ୟାଟିଂ କରି ସ୍କୋର ୮ ୱିକେଟ୍‌ ବିନିମୟରେ ୧୯୧ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୩ଟି ୱିକେଟ୍‌ ହରାଇ ୧୮ ଓଭରରେ ୧୯୫ ରନ୍‌ କରିଛି। ଶୃଙ୍ଖଳାର ପ୍ରଥମ ୩ଟି ମ୍ୟାଚ୍‌ ଭାରତୀୟ ଟିମ୍‌ ଜିତିଥିଲେ। ଅନ୍ତିମ ୨ଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ବିଜୟ ମିଳିଥିବା ବେଳେ ଭାରତକୁ ନିରାଶ ହେବାକୁ ପଡ଼ିଛି। 

ଏହି ଶୃଙ୍ଖଳାର ପ୍ରଥମ ଦୁଇ ମୁକାବିଲା କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିଲା। ତୃତୀୟ ମ୍ୟାଚ୍‌ ୱେଲିଂଟନରେ ଭାରତ ଜିତିଥିଲା। କିନ୍ତୁ ଆକଲାଣ୍ଡରେ କିୱି ଦଳ ଫର୍ମକୁ ଫେରି ୮୭ ରନ୍‌ରେ ବିଜୟ ହାସଲ କରିଥିଲା। ସେହିପରି ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୭ ୱିକେଟ୍‌ରେ ବିଜୟ ହାସଲ କରିଛି। 

ନ୍ୟୁଜିଲାଣ୍ଡକୁ ଫିନ୍‌ ଏଲନଙ୍କ ୱିକେଟ୍‌ ନେଇ ଅର୍ଶଦୀପ ସିଂହ ପ୍ରଥମ ଝଟକା ଦେଇଥିଲେ। ଏଲନ୍‌ ୩ଟି ବଲ୍‌ ଖେଳି ୨ ରନ୍‌ ସଂଗ୍ରହ କରିଥିଲେ। ଡେରିଲ ମିଚେଲ ୨୯ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ତାଙ୍କୁ ବରୁଣ ଚକ୍ରବର୍ତ୍ତୀ ଆଉଟ୍‌ କରିଥିଲେ। ଯେତେବେଳେ ନ୍ୟୁଜିଲାଣ୍ଡର ସ୍କୋର ୧୬୮ ରନ୍‌ ଥିଲା ଟିମ୍‌ ସିଫର୍ଡ (୯୩) ଆଉଟ୍‌ ହୋଇଥିଲେ। ସେ ନୀତିଶ ରେଡ୍ଡୀଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। 

Cricket: ଭାରତୀୟ କ୍ରିକେଟ୍‌ରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ

ଭାରତୀୟ ଇନିଂସରେ ଈଶାନ କିଶନ ଏବଂ ଶ୍ରେୟସ ଆୟର ଅର୍ଦ୍ଧଶତକ ହାସଲ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଆଡାମ୍‌ ମିଲ୍‌ନେ ୪ ୱିକେଟ୍‌ ଅକ୍ତିଆର କରିଥିଲେ। ସେହିପରି ନାଥନ ସ୍ମିଥ ଏବଂ ବ୍ଲେୟର ଟିକନରଙ୍କୁ ୨-୨ ୱିକେଟ୍‌ ସଫଳତା ମିଳିଥିଲା। ଭାରତୀୟ ଟିମ୍‌ର ପ୍ରାରମ୍ଭିକ ପ୍ରଦର୍ଶନ ଭଲ ନଥିଲା। ଦ୍ବିତୀୟ ଓଭରରେ ଭାରତ ଅଭିଷେକ ଶର୍ମାଙ୍କୁ ହରାଇଥିଲା। ଅଭିଷେକ ଶର୍ମା ଏକ ରନ୍‌, ସଂଜୁ ସାମସନ ୪ ରନ୍‌ କରି ଆଉଟ୍‌ ହୋଇଥିଲେ। ତିଲକ ବର୍ମା ମଧ୍ୟ ବିପର୍ଯ୍ୟୟର ସାମ୍ନା କରିଥିଲେ। ସେ ମାତ୍ର ୬ ରନ୍‌ରେ ଆଉଟ୍‌ ହୋଇଥିଲେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।