Ind vs NZ: ଅଭିଷେକଙ୍କ ଆଗରେ ମୁଣ୍ଡ ନୁଆଁଇଲା ନ୍ୟୁଜିଲାଣ୍ଡ, ଆଗୁଆ ଶୃଙ୍ଖଳା ଜିତିଲା ଭାରତ

Oct 27, 2026 - 15:59
Ind vs NZ: ଅଭିଷେକଙ୍କ ଆଗରେ ମୁଣ୍ଡ ନୁଆଁଇଲା ନ୍ୟୁଜିଲାଣ୍ଡ, ଆଗୁଆ ଶୃଙ୍ଖଳା ଜିତିଲା ଭାରତ

ୱେଲିଂଟନ୍‌: ନ୍ୟୁଜିଲାଣ୍ଡକୁ ଭାରତ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମୁକାବିଲାରେ ପରାସ୍ତ କରିଛି।

ସ୍ଥାନୀୟ ହେନରୀ ଷ୍ଟାଡିୟମରେ ଭାରତୀୟ ଟିମ୍‌ ୫ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଆରମ୍ଭରୁ ୨ଟି ମ୍ୟାଚ୍‌ ଜିତି ସାରିଥିଲା ବେଳେ ତୃତୀୟ ମୁକାବିଲାରେ ଧାରା ଜାରି ରଖିଛି।

ଫଳରେ ଭାରତ ୩-୦ରେ ଅଗ୍ରଣୀ ହାସଲ କରିଛି।

ଆଜିର ମୁକାବିଲାରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।

ନ୍ୟୁଜିଲାଣ୍ଡର ଟିମ୍‌ ପ୍ରଥମେ ବ୍ୟାଟିଂ କରି ୩ଟି ୱିକେଟ୍‌ରେ ୧୯୮ ରନ୍‌ କରିଥିଲା।

ଭାରତ ୧୩.୨ ଓଭରରେ ୪ଟି ୱିକେଟ୍‌ ହରାଇ ୧୯୯ ରନ୍‌ ସଂଗ୍ରହ କରିଛି।

Advertisment 1️⃣9️⃣9️⃣ chased down in 13.2 overs 💥 📸 #TeamIndia take a 3️⃣-0️⃣ lead and seal the series with a run-chase for the ages 👏 🙌 Updates ▶️ https://t.co/zf4CnZQ8CD #NZvIND pic.twitter.com/pP6zHBmuns — BCCI (@BCCI) October 27, 2026 ଭାରତ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା।

ତେବେ ନ୍ୟୁଜିଲାଣ୍ଡ ଟିମ୍‌ ଅଭିଷେକ ଶର୍ମାଙ୍କ ଆଗରେ ମୁଣ୍ଡ ନୁଆଁଇଥିଲା।

ଅଭିଷେକ ଶର୍ମା ୩୮ଟି ବଲ୍‌ ସମ୍ମୁଖୀନ ହୋଇଥିଲେ।

ସେ ୯ଟି ଚୌକା ଏବଂ ୧୧ଟି ଛକା ବଳରେ ୧୧୩ ରନ୍‌ ସଂଗ୍ରହ କରିଥିଲେ।

ଭାରତୀୟ ସ୍କୋରରେ ବୈଭବ ସୂର୍ଯ୍ୟବଂଶୀଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଥିଲା।

ସେ ୧୯ଟି ବଲ୍‌ ଖେଳି ୪ଟି ଚୌକା ଏବଂ ୪ଟି ଛକା ସହିତ ୪୫ ରନ୍‌ ସଂଗ୍ରହ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।