India A vs Australia A: ପୁଡୁଚେରୀ ଏ’ ଟେଷ୍ଟ୍ ଜିତିଲା ଭାରତ
"ପୁଡ଼ୁଚେରୀ: ଭ୍ରମଣକାରୀ ଅଷ୍ଟ୍ରେଲିଆ-ଏ ବିପକ୍ଷ ପ୍ରଥମ ଅନୌପଚାରିକ ଟେଷ୍ଟ୍କୁ ଭାରତୀୟ-ଏ ଦଳ ୧୬୨ ରନ୍ରେ ଜିତି ନେଇଛି।
ଫଳରେ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଦଳ ୧-୦ରେ ଆଗୁଆ ହୋଇଯାଇଛି।
୩୬୩ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ଶେଷ ଦିନର ମଧ୍ୟାହ୍ନ ବିରତି ପରେ ପରେ ୨୦୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ଶୁକ୍ରବାର ୫୫/୨ରୁ ଖେଳ ଆରମ୍ଭ କରିଥିବା ଭ୍ରମଣକାରୀ ଦଳର ଶେଷ ୮ ୱିକେଟ୍କୁ ଭାରତୀୟ ବୋଲର ୧୪୫ ରନ୍ରେ ନେଇ ଦଳକୁ ବିଜୟ ଭେଟି ଦେଇଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ଫର୍ଗୁସ ଓ"ନିଲ୍ ୪୭ ଓ ନାଥନ ମ୍ୟାକ୍ସ୍ବିନି ୩୬ ରନ୍ କିଛିଟା ଲଢ଼ିଥିଲା ବେଳେ ଭାରତ ପକ୍ଷରୁ ତୁଷାର ଦେଶପାଣ୍ଡେ ଓ ସାମ୍ସ ମୁଲାନି ୩ ଲେଖାଏଁ ଏବଂ ଅଂଶୁଲ କମ୍ବୋଜ ଓ ତନୁଷ କୋଟିଆନ୍ ୨ ଲେଖାଏଁ ୱିକେଟ୍ ନେଇଥିଲେ।
ପୂର୍ବରୁ ଭାରତ ପ୍ରଥମ ପାଳିରେ କୁମାର କୁଶାଗ୍ରାଙ୍କ ଶତକ ବଳରେ ୩୩୪ ରନ୍ କରିଥିଲା ବେଳେ ଅଷ୍ଟ୍ରେଲିଆ ୧୭୧ ରନ୍ କରିଥିଲା।
ଦ୍ବିତୀୟ ପାଳିରେ ଭାରତ ୧୯୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
କୁଶାଗ୍ରା (୧୧୩, ୪୬*) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।