India Announce Squads Against New Zealand: ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଶ୍ରେୟସଙ୍କୁ ବଡ଼ ଦାୟିତ୍ୱ
ନ୍ୟୁଜିଲାଣ୍ଡ ବିପକ୍ଷ ୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ପ୍ରଥମ ୩ଟି ଦିନିକିଆରେ ଶୁବମନ ଗିଲ୍ ଅଧିନାୟକ ରହିବେ। ଶ୍ରେୟସ ଆୟର ଉପଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ। ତେବେ ଶେଷ ୨ଟି ଦିନିକିଆରେ ଶ୍ରେୟସ ଆୟର ଦଳର ନେତୃତ୍ୱ ନେବେ। ଟେଷ୍ଟ ସିରିଜ୍ରେ ମଧ୍ୟ ଶୁବମନ ଗିଲ୍ ଅଧିନାୟକ ରହିବେ।
ଦିନିକିଆ ଦଳରେ ରୋହିତ-କୋହଲି: ଭାରତର ଦୁଇ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ସମସ୍ତ ୫ଟି ଦିନିକିଆ ମ୍ୟାଚ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଶେଷ ୨ଟି ଦିନିକିଆ ପାଇଁ ୱିକେଟକିପର ବ୍ୟାଟର କୁମାର କୁଶାଗ୍ରଙ୍କୁ ପ୍ରଥମ ଥର ଦଳରେ ସୁଯୋଗ ମିଳିଛି। ଯଶପ୍ରୀତ ବୁମ୍ରା ଦିନିକିଆ ସିରିଜ୍ ଖେଳିବେ ନାହିଁ। ତାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିନାହିଁ।
ଟେଷ୍ଟ ଦଳରେ ଆକାଶ ଦୀପ: ଟେଷ୍ଟ ସିରିଜ୍ ପାଇଁ ଶୁବମନ ଗିଲ୍ ଅଧିନାୟକ ଓ କେଏଲ୍ ରାହୁଲ ଉପଅଧିନାୟକ ରହିବେ। ଋଷଭ ପନ୍ତ ଓ ଧ୍ରୁବ ଜୁରେଲଙ୍କୁ ୱିକେଟକିପର ଭାବେ ଦଳରେ ରଖାଯାଇଛି। ତେବେ ଋଷଭ ପନ୍ତଙ୍କ ଖେଳିବା ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସର ଅନୁମତି ଉପରେ ନିର୍ଭର କରିବ। ଦୀର୍ଘ ସମୟ ପରେ ଆକାଶ ଦୀପ ଟେଷ୍ଟ ଦଳକୁ ଫେରିଛନ୍ତି। ପ୍ରସିଦ୍ଧ କୃଷ୍ଣଙ୍କ ଦିନିକିଆ ଦଳରେ ସ୍ଥାନ ଫିଟନେସ୍ ଅନୁମତି ଉପରେ ନିର୍ଭର କରିବ।
ନଭେମ୍ବର ୪ରୁ ଦିନିକିଆ ସିରିଜ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୪ରୁ ୫ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ଏହାପରେ ନଭେମ୍ବର ୧୯ରୁ ୨ଟି ଟେଷ୍ଟ ମ୍ୟାଚ୍ର ସିରିଜ୍ ଆରମ୍ଭ ହେବ। ଏହି ସିରିଜ୍ରେ ଭାରତୀୟ ଦଳର ପ୍ରଦର୍ଶନ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।