INDIA Bloc Leaders Meet President Murmu: ଜ୍ଞାନେଶ କୁମାରଙ୍କ ବିରୋଧରେ ମେଳି, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିରୋଧୀ
CECଙ୍କ ବିରୋଧରେ ଫେରାଦ ପାଇଁ ରାଷ୍ଟ୍ରପତି ଭବନ ମୁହାଁ ଇଣ୍ଡି ବ୍ଲକ ପ୍ରତିନିଧି। ବିରୋଧୀ ମେଣ୍ଟର ଏକ 10 ଜଣିଆ ସାଂସଦଙ୍କ ପ୍ରତିନିଧି ଦଳ ଜ୍ଞାନେଶ କୁମାରଙ୍କୁ ବରଖାସ୍ତ ସହ SIR ପ୍ରକ୍ରିୟାରେ ବନ୍ଦ ପାଇଁ ସ୍ମାରକପତ୍ର ଦେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିବେ। ଏହି ୧୦ ଜଣିଆ ଟିମରେ ଅଛନ୍ତି ରାହୁଲ ଗାନ୍ଧୀ, ମମତା ବାନାର୍ଜୀ ଓ ତେଜସ୍ବୀ ଯାଦବଙ୍କ ଭଳି ନେତା। ଏହା ପୂର୍ବୁର ଆଜି ଭାରତୀୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀର ବିଜୟ ଚୌକରେ ଏକାଠି ହୋଇଥିଲେ ଇଣ୍ଡିଆ ବ୍ଲକ ନେତା।
କଂଗ୍ରେସ କହିଛି, ଲକ୍ଷ୍ୟ ହାସଲ ନ କରିବା ପର୍ଯ୍ୟନ୍ତ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜାରି ରହିବ। ଇଣ୍ଡି ମେଣ୍ଟ ଦାବି କରିଛି ଯେ, ତୁରନ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା, SIRର ନିଲମ୍ବନ ଏବଂ ୧୩.୮ କୋଟି ଲୋକଙ୍କ ନାମ ଭୋଟର ତାଲିକାରେ ପୁନଃସ୍ଥାପିତ କରାଯାଉ। ସେହିଭଳି ବାଲଟ୍ ପେପର୍ ବ୍ୟବହାର କରି ନିର୍ବାଚନ କରିବାକୁ ମେଣ୍ଟ ଦାବି କରିଛି। ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ଇଣ୍ଡି ମେଣ୍ଟ ସଦସ୍ୟ ଦଳର ନେତାମାନେ ଦିଲ୍ଲୀର ସେଣ୍ଟ୍ରାଲ ହଲରେ ବୈଠକ କରି ସହମତି ଭିତ୍ତିରେ ରାଷ୍ଟ୍ରପତିଙ୍କୁ ଦେବାକୁ ଥିବା ଚୂଡ଼ାନ୍ତ ସ୍ମାରକପତ୍ର ପ୍ରସ୍ତୁତ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।