India bloc: ଇଣ୍ଡିମେଣ୍ଟ ଭାଗ ଭାଗ, ପରାଜୟ ପୂର୍ବରୁ ବାହାନା ଖୋଜୁଛନ୍ତି: ଶିବରାଜ
"ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକୁ ତୀବ୍ର ସମାଲୋଚନା କରିଛି।
ବିଜେପି କହିଛି, ବିରୋଧୀ ଇଣ୍ଡିମେଣ୍ଟ ଲୋକଙ୍କ ମଧ୍ୟରେ ମିଥ୍ୟା ସୂଚନା ପ୍ରସାରଣ କରିବା ସହ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରୁଛି।
କେତେକ ପ୍ରମୁଖ ବିରୋଧୀ ଦଳର ଅନୁପସ୍ଥିତି ପ୍ରସଙ୍ଗ ଉଠାଇ ବିଜେପି କହିଛି ଯେ, ଇଣ୍ଡିମେଣ୍ଟର ଦଳଗୁଡ଼ିକ ମଧ୍ୟରେ ଏକତା ନାହିଁ।Advertisment ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂହ କହିଛନ୍ତି, କଂଗ୍ରେସ ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରୁଥିବାବେଳେ ଆତ୍ମସମୀକ୍ଷା କରିବା ଉଚିତ।
ସେମାନେ ଜିତିଲେ ଗଣତନ୍ତ୍ରର ଜୟଗାନ କରୁଛନ୍ତି, ହାରିଲେ ନିର୍ବାଚନ କମିସନଙ୍କୁ ନିନ୍ଦା କରୁଛନ୍ତି।
ଲଗାତାର ପରାଜୟ ଯୋଗୁ ସେମାନେ ନିରାଶ ହୋଇପଡ଼ିଥିବା ଶିବରାଜ କହିଛନ୍ତି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ସେମାନଙ୍କ ଭୁଲ୍ ପାଇଁ କ୍ଷମା ମାଗିବା ପରିବର୍ତ୍ତେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି ଏବଂ ମିଥ୍ୟା ଓ ମନଗଢ଼ା ଅଭିଯୋଗ ଆଣୁଛନ୍ତି ବୋଲି ସେ କହିଛନ୍ତି।
ବୈଠକ ପୂର୍ବରୁ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ଭାଗ ଭାଗ ହୋଇଥିବା ଦାବି କରି ଶିବରାଜ କହିଛନ୍ତି, ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଡିଏମ୍କେ ସଭାପତି ଏମ୍କେ ଷ୍ଟାଲିନ ଓ ଆମ୍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜ୍ରିୱାଲ ଅନୁପସ୍ଥିତ ଥିଲେ।
ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଭାସୀ ମାଧ୍ୟମରେ ଯୋଗ ଦେବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ।
ଶିବରାଜ ଆହୁରି କହିଛନ୍ତି, ଇଣ୍ଡିମେଣ୍ଟ ରାହୁଲ ଗାନ୍ଧୀଙ୍କୁ ନିଜର ନେତା ମାନିବାକୁ ଚାହୁନାହିଁ ଏବଂ କଂଗ୍ରେସର ମଧ୍ୟ ତାଙ୍କ ଉପରେ ବିଶ୍ୱାସ ନାହିଁ।
Road Accidents: ଛତ୍ରପୁରରେ ବଢୁଛି ସଡ଼କ ଦୁର୍ଘଟଣା: ଦୁର୍ଘଟଣା ରୋକିବାକୁ ଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ପରାଜୟ ବରଣ କରିବା ଆଗରୁ ସେଥିପାଇଁ ବାହାନା ଖୋଜୁଛନ୍ତି ବୋଲି ସେ କହିଛନ୍ତି।
ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ବିରୋଧୀ "ଗଣତନ୍ତ୍ର ବଞ୍ଚାଅ" ଅଭିଯାନ ନୁହେଁ, ବରଂ "ନିଜ ପରିବାର ବଞ୍ଚାଅ" ଅଭିଯାନ କରୁଛନ୍ତି।
ଭୋଟର ପରିବାରବାଦକୁ ସ୍ୱୀକାର ନ କରିବାକୁ ସ୍ଥିର କରିସାରିଛନ୍ତି ବୋଲି ଶିବରାଜ କହିଛନ୍ତି।
ଏକ ସ୍ୱଚ୍ଛ ଭୋଟର ତାଲିକା ଗଣତନ୍ତ୍ରର ଆତ୍ମା ବୋଲି ଦର୍ଶାଇ ଶିବରାଜ କହିଛନ୍ତି, ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଛି କିମ୍ବା ସେ ଦୁଇଟି ସ୍ଥାନରେ ରହୁଛନ୍ତି, ତେବେ ତାଙ୍କ ନାଁ ଗୋଟିଏ ସ୍ଥାନରୁ କଟାଯିବା ଉଚିତ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।