India Create History With Fastest T20I Hundred: ଅଭିଷେକ-ବୈଭବଙ୍କ ରନ୍ ବର୍ଷା, ଚୌକା-ଛକାରେ କମ୍ପିଲା ମୈଦାନ
କ୍ରିକେଟ୍ ମୈଦାନରେ ଭାରତୀୟ ଯୁବ ବ୍ୟାଟରଙ୍କ ମହାବିସ୍ଫୋରଣ।
ବଲ୍ ପଡ଼ିବା ମାତ୍ରେ ବାଉଣ୍ଡରୀ ଓ ଛକାର ବର୍ଷା।
ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂରେ ଦୋହଲିଗଲା ଟି-୨୦ କ୍ରିକେଟ୍ର ରେକର୍ଡ ବୁକ୍।
ମାତ୍ର ୨.୨ ଓଭରରେ ଭାରତ ୫୦ ରନ୍ ପୂରଣ କରି ଇତିହାସ ରଚିଥିବା ବେଳେ, ଏହାପରେ ସବୁଠାରୁ ଦ୍ରୁତ ଗତିରେ ୧୦୦ ରନ୍ ପୂରଣ କରିବାର ବିଶ୍ୱ ରେକର୍ଡ ମଧ୍ୟ ଭାଙ୍ଗିଛି ଟିମ୍ ଇଣ୍ଡିଆ।
Advertisment ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ୧୯୯ ରନ୍ର ଟାର୍ଗେଟ୍ ପିଛା କରୁଥିଲା ଭାରତ।
ଓପନିଂ କରିବାକୁ ଆସିଥିବା ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ।
ନ୍ୟୁଜିଲାଣ୍ଡ ବୋଲରଙ୍କୁ କୌଣସି ସୁଯୋଗ ନଦେଇ ଚୌକା-ଛକାରେ ମୈଦାନ କମ୍ପାଇଥିଲେ ଦୁଇ ଯୁବ ବ୍ୟାଟର।
ଅଭିଷେକ ଶର୍ମା ମାତ୍ର ୧୫ଟି ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ।
ମାତ୍ର ୨ ଓଭର ୨ ବଲ୍ରେ ଭାରତ ୫୦ ରନ୍ ପୂରଣ କରି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଦ୍ରୁତତମ ଦଳଗତ ଅର୍ଦ୍ଧଶତକ ରେକର୍ଡର ସମକକ୍ଷ ହୋଇଥିଲା।
ଏହି ରେକର୍ଡ ପୂର୍ବରୁ ପାପୁଆ ନ୍ୟୁ ଗିନି ଓ ରୋମାନିଆ ନାଁରେ ରହିଥିଲା।
Advertisment କେବଳ ସେତିକି ନୁହେଁ, ଭାରତ ଏହାପରେ ମାତ୍ର ୫ ଓଭର ମଧ୍ୟରେ ୧୦୦ ରନ୍ ପୂରଣ କରି ଦ୍ରୁତତମ ଦଳଗତ ଶତକର ରେକର୍ଡ ଭାଙ୍ଗିଥିଲା।
ଟେଷ୍ଟ ଖେଳୁଥିବା ଦେଶଗୁଡ଼ିକ ମଧ୍ୟରେ ଏତେ କମ୍ ସମୟରେ ୫୦ ରନ୍ ପୂରଣ କରିବାରେ ମଧ୍ୟ ଭାରତ ନୂଆ ଇତିହାସ ରଚିଥିଲା।
ଅଭିଷେକ ଓ ବୈଭବଙ୍କ ଏହି ବିସ୍ଫୋରକ ଆରମ୍ଭ ଏବେ କ୍ରିକେଟ୍ ଜଗତରେ ଚର୍ଚ୍ଚାର ବିଷୟ।
ଆରମ୍ଭରୁ ହିଁ ରନ୍ର ବର୍ଷା କରି ଭାରତୀୟ ଯୁବ ବ୍ୟାଟର ଦେଖାଇଦେଇଛନ୍ତି ନିଜ ଦମ୍।
ଟି-୨୦ କ୍ରିକେଟ୍ରେ ଏହି ରେକର୍ଡ ଭାରତର ଆକ୍ରମଣାତ୍ମକ ବ୍ୟାଟିଂର ଆଉ ଏକ ବଡ଼ ଉଦାହରଣ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।