India Defeats Pakistan to Secure Gold: ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣିମ ବିଜୟ, ପାକିସ୍ତାନକୁ ୧୯ ରନ୍‌ରେ ହରାଇ ରଚିଲା ଇତିହାସ

Oct 03, 2026 - 13:47
India Defeats Pakistan to Secure Gold: ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣିମ ବିଜୟ, ପାକିସ୍ତାନକୁ ୧୯ ରନ୍‌ରେ ହରାଇ ରଚିଲା ଇତିହାସ

ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣିମ ବିଜୟ। କ୍ରିକେଟରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣପଦକ ହାତେଇଛି ଟିମ୍ ଇଣ୍ଡିଆ। ରୋମାଞ୍ଚକର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ୧୯ ରନ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ। ଏହି ବିଜୟ ସହ ଏସୀୟ କ୍ରୀଡ଼ାରେ କ୍ରିକେଟରେ ଲଗାତାର ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣପଦକ ଜିତିବାର ଗୌରବ ହାସଲ କରିଛି ଟିମ୍ ଇଣ୍ଡିଆ।

ଫାଇନାଲ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍ ହରାଇ ୨୧୧ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଭିଷେକ ଶର୍ମା ୬୧ ରନ୍‌ର ଦମଦାର ଇନିଂସ ଖେଳିଥିବା ବେଳେ ତିଳକ ବର୍ମା ଅପରାଜିତ ୫୧ ରନ୍ କରିଥିଲେ। ଶିବମ ଦୁବେ ମଧ୍ୟ ୨୭ ରନ୍‌ର ଯୋଗଦାନ ଦେଇଥିଲେ।

୨୧୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଭାରତୀୟ ବୋଲରଙ୍କ ସାମ୍ନାରେ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା। ଶେଷରେ ୧୯ ରନ୍‌ରେ ବିଜୟ ହାସଲ କରି ଭାରତ ସ୍ୱର୍ଣ୍ଣପଦକ ହାସଲ କରିଛି ।  

ଏହି ବିଜୟ ସହ ଭାରତୀୟ କ୍ରିକେଟ୍ ଦଳ ଏସୀୟ କ୍ରୀଡ଼ାରେ ନିଜର ସ୍ୱର୍ଣ୍ଣିମ ଅଭିଯାନକୁ ଆଗକୁ ବଢ଼ାଇଛି। ପାକିସ୍ତାନ ବିପକ୍ଷ ଏହି ଐତିହାସିକ ବିଜୟକୁ ନେଇ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।