India gets world's first weekly insulin: ଭାରତରେ ଲଞ୍ଚ ହେଲା ବିଶ୍ୱର ପ୍ରଥମ ସାପ୍ତାହିକ ଇନସୁଲିନ୍

Jul 09, 2026 - 22:42
India gets world's first weekly insulin: ଭାରତରେ ଲଞ୍ଚ ହେଲା ବିଶ୍ୱର ପ୍ରଥମ ସାପ୍ତାହିକ ଇନସୁଲିନ୍

ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। ଏଣିକି ଆଉ ପ୍ରତିଦିନ କଷ୍ଟଦାୟକ ଇଞ୍ଜେକ୍ସନ ନେବାକୁ ପଡ଼ିବ ନାହିଁ। ସପ୍ତାହରେ ଥରେ ନେବେ ଡାଏବେଟିସ୍ ଇନସୁଲିନ୍। ଭାରତୀୟ ବଜାରରେ ପ୍ରବେଶ କରିଛି ବିଶ୍ୱର ପ୍ରଥମ ୱାନ୍ସ ୱିକ୍ ଲି ଇନସୁଲିନ୍। ଡେନମାର୍କର ପ୍ରସିଦ୍ଧ ଔଷଧ ନିର୍ମାତା କମ୍ପାନୀ ପକ୍ଷରୁ ଏହି ଇନସୁଲିନକୁ ଭାରତରେ ଲଞ୍ଚ କରାଯାଇଛି। ଯାହାର ନାମ ରଖାଯାଇଛି 'ଆଭିକଲି'। 

କମ୍ପାନୀ ଦାବି କରିଛି ସାରା ବର୍ଷ ନୁହେଁ, ମାତ୍ର ୫୨ ଥର ଇଞ୍ଜେକ୍ସନ ନେଲେ ନିୟନ୍ତ୍ରଣରେ ରହିବ ବ୍ଲଡ୍ ସୁଗାର୍। ଭାରତରେ ପ୍ରାୟ ୧୦ କୋଟିରୁ ଅଧିକ ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି। ପ୍ରତିଦିନ ଆଉ ଇନସୁଲିନ୍ ନେବାର ଝିନଝଟ ଆଉ ରହିବନି। ସପ୍ତାହରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଏହାକୁ ନେବାକୁ ହେବ । ଏହି ହିସାବରେ ବର୍ଷକୁ ମାତ୍ର ୫୨ଟି ଇନସୁଲିନ୍ ଇଞ୍ଜେକସନ୍ ନେବାକୁ ପଡ଼ିବ। ଏହା ଟାଇପ୍-୧ ଓ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ଚିକିତ୍ସାରେ ଫାଇଦା ଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।