India Secure Series Win: ପୁରୁଣା ଫର୍ମକୁ ଫେରିଲେ ସଞ୍ଜୁ ସାମସନ, ସିରିଜ୍ ଜିତିଲା ଭାରତ

Sep 16, 2026 - 09:46
India Secure Series Win: ପୁରୁଣା ଫର୍ମକୁ ଫେରିଲେ ସଞ୍ଜୁ ସାମସନ, ସିରିଜ୍ ଜିତିଲା ଭାରତ

ଆଫଗାନିସ୍ତାନ ବିପକ୍ଷ T-20 ସିରିଜ୍ ଜିତିଲା ଭାରତ। ଦ୍ୱିତୀୟ ମ୍ୟାଚ୍କୁ ସହଜରେ ଜିତିନେଇଛି ଟିମ୍ ଇଣ୍ଡିଆ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୧୫୯ ରନ କରିଥିଲା। ଜବାବରେ ମାତ୍ର ୧୪.୫ ଓଭରରେ ୩ ୱିକେଟ ହରାଇ ୧୬୩ ରନ୍ କରି ମ୍ୟାଚ୍ ଜିତି ନେଇଥିଲା ଭାରତ। ଏହି ବିଜୟ ସହ ଭାରତ ସିିରିଜ୍ ବି କବ୍ଜା କରିଛି। ମ୍ୟାଚରେ ପୁରୁଣା ଫର୍ମକୁ ଫେରିଛନ୍ତି ସଞ୍ଜୁ ସାମସନ ।

ସଞ୍ଜୁ ୨୦ ବଲରେ ଅର୍ଦ୍ଧଶତକ ପୂରଣ କରି ଦଳର ବିଜୟକୁ ଏକପ୍ରକାର ନିଶ୍ଚିତ କରିଦେଇଥିଲେ। ସେ ୨୨ଟି ବଲ୍ ଖେଳି ୫୭ ରନ୍ କରିଥିଲେ। ସେହିପରି ଅଭିଷେକ ଶର୍ମା ୧୯ ବଲରେ ୩୯ ଓ ଇଶାନ କିଶନ ୩୮ ରନ୍ କରିଥିଲେ। ବୋଲିଂରେ ନିତିଶ କୁମାର ରେଡ୍ଡୀଙ୍କୁ ୩ ୱିକେଟ ମିଳିଥିବାବେଳେ ଅର୍ଶଦୀପ ଦୁଇଟି ଏବଂ ବୁମରା, ଅକ୍ଷର ପଟେଲ ଓ ରବି ବିଷ୍ଣୋୟୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଆଗକୁ ତୃତୀୟ T-20 ଜିତି ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି ଶ୍ରେୟସ ବାହିନୀ । 

ଆଫଗାନିସ୍ତାନ ବିପକ୍ଷ T-20 ସିରିଜ୍ ଜିତିଲା ଭାରତ
ଦ୍ୱିତୀୟ ମ୍ୟାଚ୍କୁ ସହଜରେ ଜିତିନେଲା ଟିମ୍ ଇଣ୍ଡିଆ 
ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରିଥିଲା ଆଫଗାନିସ୍ତାନ
୧୪.୫ ଓଭରରେ ୧୬୩ ରନ୍ କରି ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ
ଫର୍ମକୁ ଫେରିଲେ ସଞ୍ଜୁ, ୨୦ ବଲ୍ ରେ ଅର୍ଦ୍ଧଶତକ ପୂରଣ
୨୨ଟି ବଲ୍ ଖେଳି ୫୭ ରନ୍ କରିଥିଲେ ସଞ୍ଜୁ
ଅଭିଷେକ ଶର୍ମା ୧୯ ବଲରେ ୩୯ ଓ ଇଶାନ କିଶନ ୩୮ ରନ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।