India vs Sri Lanka Test: ବର୍ଷା ଅଟକାଇଲା ଖେଳ; ଶ୍ରୀଲଙ୍କା ୧୬ ରନ୍ରେ ଆଗୁଆ, ୱିକେଟ୍ ଆଶାରେ ଭାରତ
"କଲମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ କଲମ୍ବୋରେ ଜାରି ରହିଛି।
ଆଜି ମୁକାବିଲାର ଚତୁର୍ଥ ଦିନରେ ମଧ୍ୟ ବର୍ଷା ବାଧକ ସାଜିଛି।
ଭାରତର ୫୦୩ ରନ୍ର ଜବାବରେ ଶ୍ରୀଲଙ୍କା ଫଲୋଅନ୍ ପାଇବା ପରେ ଦ୍ବିତୀୟ ପାଳିରେ ବ୍ୟାଟିଂ ଜାରି ରଖିଛି।
ଶ୍ରୀଲଙ୍କା ପ୍ରଥମ ପାଳିରେ ୨୯୦ ରନ୍ରେ ଅଲ୍ଆଉଟ୍ ହୋଇଥିଲା।
ଫଳରେ ଭାରତକୁ ୨୧୩ ରନ୍ର ଅଗ୍ରଣୀ ମିଳିଥିଲା।
ଚତୁର୍ଥ ଦିନରେ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କାର ସ୍କୋର ୬ୱିକେଟ୍ ବିନିମୟରେ ୨୨୯ ରନ୍ ସଂଗ୍ରହ କରିଛି।
ଏଥି ସହିତ ୧୬ ରନ୍ ଅଗ୍ରଣୀଲାଭ କରିଛି।
Advertisment ଭାରତ ପକ୍ଷରୁ ଫଲୋଅନ୍ ଦିଆଯିବା ପରେ ଶ୍ରୀଲଙ୍କାର ଅବସ୍ଥା ଭଲ ନାହିଁ।
ଦଳ ଦ୍ବିତୀୟ ପାଳିରେ ମାତ୍ର ୫ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା।
ଲାହିରୁ ଉଦାରାଙ୍କୁ ମହମ୍ମଦ ସିରାଜ ଆଉଟ୍ କରିଥିଲେ।
ଏହା ପରେ କାମିଲ ମିଶାରା ୩୨ ରନ୍ କରି ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ।
ଏହା ପରେ ପ୍ରସିଦ୍ଧ କୃଷ୍ଣାଙ୍କ ବଲ୍ରେ କାମିନ୍ଦୁ ମେଣ୍ଡିସ (୫୫)ଙ୍କ ୱିକେଟ୍ ପଡ଼ିଥିଲା।
ସେ ଶୁଭମନ ଗିଲ୍ଙ୍କ ହାତରେ କ୍ୟାଚ୍ ହୋଇଥିଲେ।
Cricket: କାନାଡ଼ା କ୍ରିକେଟ୍ରେ ସଂକଟ; ୩ମାସରେ ଇସ୍ତଫା ଦେଲେ ମୁଖ୍ୟ ପ୍ରଶିକ୍ଷକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।