Indian Entrepreneurs: ବିଦେଶରେ ରହିବାକୁ ଚାହୁଛନ୍ତି ୭୪% ଉଦ୍ୟୋଗୀ: ପସନ୍ଦର ଦେଶ ସିଙ୍ଗାପୁର
"ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗୀମାନଙ୍କ ମଧ୍ୟରେ ବିଦେଶରେ ରହିବା କିମ୍ବା ଅତିରିକ୍ତ ରହଣୀ ମାନ୍ୟତା ହାସଲ ନେଇ ଆଗ୍ରହ ବଢ଼ୁଛି।
ଏଚ୍ଏସ୍ବିସିର ଗ୍ଲୋବାଲ ଏଣ୍ଟରପ୍ରେନ୍ୟୁରିଆଲ ୱେଲ୍ଥ ରିପୋର୍ଟ ୨୦୨୬ ଅନୁଯାୟୀ ପ୍ରାୟ ୭୪% ଭାରତୀୟ ଉଦ୍ୟୋଗୀ ବିଦେଶକୁ ସ୍ଥାନାନ୍ତର ହେବା କିମ୍ବା ଆଉ ଏକ ଦେଶରେ ରହଣୀ ମାନ୍ୟତା ନେବାକୁ ଯୋଜନା କରୁଛନ୍ତି।
ବିଶ୍ୱସ୍ତରରେ ଏହି ହାର ୭୦% ରହିଛି।
ବିଦେଶରେ ରହିବା ପାଇଁ ଭାରତୀୟ ଉଦ୍ୟୋଗୀଙ୍କ ପ୍ରଥମ ପସନ୍ଦ ହେଉଛି ସିଙ୍ଗାପୁର।
ସର୍ଭେରେ ୧୪% ଉଦ୍ୟୋଗୀ ସିଙ୍ଗାପୁରକୁ ପସନ୍ଦ କରିଛନ୍ତି।
ଏହା ପରେ ଫ୍ରାନ୍ସ, ବ୍ରିଟେନ୍ ଓ ଆମେରିକା ରହିଛନ୍ତି।
ଏହି ତିନିଟି ଦେଶକୁ ୧୧% ଲେଖାଏଁ ଉଦ୍ୟୋଗୀ ପସନ୍ଦ କରିଛନ୍ତି।Advertisment ବଡ଼ ବ୍ୟବସାୟିକ ପ୍ରାଥମିକତା ପାଲଟିଛି ଏଆଇ ଭାରତୀୟ ଉଦ୍ୟୋଗୀଙ୍କ ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମଧ୍ୟ ବଡ଼ ବ୍ୟବସାୟିକ ପ୍ରାଥମିକତା ପାଲଟିଛି।
୯୯% ଭାରତୀୟ ଉଦ୍ୟୋଗୀ ଏଆଇର ପ୍ରଭାବକୁ ଦୃଷ୍ଟିରେ ରଖି ବ୍ୟବସାୟରେ ପରିବର୍ତ୍ତନ କରିଛନ୍ତି କିମ୍ବା କରିବାକୁ ଯୋଜନା କରୁଛନ୍ତି।
ଆସନ୍ତା ୧୨ ମାସରେ ୫୪% ଉଦ୍ୟୋଗୀ ନିଜ ବ୍ୟବସାୟର ବାର୍ଷିକ ଟର୍ଣ୍ଣଓଭରର ୧୧%ରୁ ୩୦% ପର୍ଯ୍ୟନ୍ତ ଏଆଇରେ ନିବେଶ କରିବାକୁ ଯୋଜନା କରିଛନ୍ତି।
ସର୍ଭେ ଅନୁଯାୟୀ, ୪୫% ଉଦ୍ୟୋଗୀ ଆଗାମୀ ଦୁଇ ବର୍ଷରେ ଏଆଇ ଯୋଗୁଁ କର୍ମଚାରୀ ସଂଖ୍ୟା ବଢ଼ିବ ବୋଲି ଆଶା କରୁଛନ୍ତି।
ଅନ୍ୟପକ୍ଷରେ ୨୫% ଏହା କମିବ ବୋଲି ଭାବୁଛନ୍ତି।
ଏଆଇ ବ୍ୟବହାରରେ ଡାଟା ସୁରକ୍ଷା, କର୍ମଚାରୀଙ୍କ ବିରୋଧ ଓ ପୁରୁଣା ବ୍ୟବସ୍ଥା ସହ ଏଆଇକୁ ଯୋଡ଼ିବା ଭଳି ସମସ୍ୟାକୁ ପ୍ରମୁଖ ଚିନ୍ତା ଭାବେ ଦର୍ଶାଯାଇଛି।
CAFE-3 Rules: ନୂଆ ଇନ୍ଧନ ମିତବ୍ୟୟିତା ନିୟମ: ଓଜନିଆ ଗାଡ଼ି ପାଇଁ ବଡ଼ ଲକ୍ଷ୍ୟ-ଇଭିକୁ ସ୍ବତନ୍ତ୍ର ମାନ୍ୟତା ରିପୋର୍ଟ ଅନୁଯାୟୀ, ୯୭% ଭାରତୀୟ ଉଦ୍ୟୋଗୀ ଆଗାମୀ କିଛି ବର୍ଷରେ ସେମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ବଢ଼ିବ ବୋଲି ଆଶା ରଖିଛନ୍ତି।
ସେହିପରି ୯୭% ନିଜ ବ୍ୟବସାୟର ବର୍ତ୍ତମାନ ଓ ଭବିଷ୍ୟତ ସୁଯୋଗକୁ ନେଇ ସକାରାତ୍ମକ ମତ ଦେଇଛନ୍ତି।
ସର୍ଭେରେ ୩,୦୦୦ରୁ ଅଧିକ ଉଚ୍ଚ ଧନୀ ଉଦ୍ୟୋଗୀଙ୍କୁ ସାମିଲ କରାଯାଇଥିଲା।
ସେମାନଙ୍କ ମଧ୍ୟରେ ସୁନା, ନଗଦ, ରିଅଲ ଇଷ୍ଟେଟ୍ ଫଣ୍ଡ ଓ ପ୍ରାଇଭେଟ୍ ଇକ୍ୱିଟି ପ୍ରମୁଖ ନିବେଶ ମାଧ୍ୟମ ଭାବେ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।