Indian Pilot Smit Machchhar Saved 174 Lives: ବିମାନରେ ଆକ୍ରମଣ, ଭାରତୀୟ ପାଇଲଟ୍‌ଙ୍କ ସାହସରେ ଟଳିଲା ବଡ଼ ବିପଦ

Oct 01, 2026 - 19:52
Indian Pilot Smit Machchhar Saved 174 Lives: ବିମାନରେ ଆକ୍ରମଣ, ଭାରତୀୟ ପାଇଲଟ୍‌ଙ୍କ ସାହସରେ ଟଳିଲା ବଡ଼ ବିପଦ

ଇସ୍ରାଏଲରେ ଘଟିଥାନ୍ତା 9/11। ଆମେରିକାରେ ଯେମିତି ୨୦୦୧ ମସିହାରେ ଟ୍ବିନ୍ ଟାୱାରକୁ ଧ୍ବଂସ ବିଧ୍ବଂସ କରାଯାଇଥିଲା, ସେମିତି କିଛି ପ୍ଲାନ୍ ଥିଲା। ହେଲେ ସାହସର ଅନ୍ୟ ନାଁ ଇସ୍ରାଏଲ, ସିଂହର ଦେଶର ସାହସୀ ସାଧାରଣଲୋକେ ମୋଡ଼ି ମକଚି ଦେଲେ ଆତଙ୍କୀ ଆକ୍କାଙ୍କ ସବୁ ପ୍ଲାନ୍। ସ୍ମିତ ମଚ୍ଛାର ଯାହା କଲେ ସେ ସବୁ ଯୁଗ ଯୁଗ ଯାଏ ବୀରତ୍ବର ବହିରେ ରହିବେ। ହେଲେ ତାଙ୍କ ସହ ଥିଲେ ଅନ୍ୟ ୪ ସିଂହଙ୍କ ଉପରେ ଅନ୍ୟ ୪ ସାହସୀ ହିରୋ। ଯେଉଁମାନଙ୍କ ପାଇଁ ଟଳିଗଲା ବଡ ବିପଦ।  

(୧) ୟାନିଭ୍ ହାୟୁନ୍: ପେସାରେ ପ୍ଲମ୍ବର। କିନ୍ତୁ ବିମାନ ଭିତରେ ଏମିତି ଲଢ଼ିଲେ ଯେ, ସତେ ଯେମିତି ଜଣେ ପୋଖତ ଯବାନ। ୟାନିଭ୍ ହିଁ ପ୍ରଥମ ବ୍ୟକ୍ତି ଯିଏ କକପିଟ୍ ଭିତରକୁ ପଶିଥିଲେ। ସିଟ୍ ରେ ବସି କକପିଟ୍ ଖୋଲାଥିବା ଜାଣିବାକୁ ପାଇଥିଲେ ୟାନିଭ୍। ସନ୍ଦେହ ହେଲା, ଆଉ ସିଧା ଭିତରକୁ ଗଲେ। ଦେଖିଳେ ଜଣେ ପାଇଲଟ୍ ଦୁଇଟି ସିଟ୍ ମଝିରେ ବସି କଣ୍ଟ୍ରୋଲ୍ ଧରିଥିଲା। ବାସ୍ ସବୁ ବୁଝି ସାରିଥିଲେ। ସିଧା ଯାଇ ବେକ ପଟୁ ତାକୁ ବାକୁ କଲେ, ଆଉ ତଳେ ପକାଇ ଦେଲେ। ଟାଣି ଟାଣି ବିମାନ ଭିତରକୁ ଅନ୍ୟ ଯାତ୍ରୀଙ୍କ ପାଖକୁ ନେଇ ଆସିଥିଲେ। ଯେଉଁ ସ୍ଥିତିରେ ଆମେ, ଆପଣ ଡରିଯିବା କଥା ସେଭଳି ସମୟରେ ନିଜ ଜୀବନକୁ ବାଜି ଲଗାଇ ସେ ବଞ୍ଚାଇଥିଲେ ଅନ୍ୟଙ୍କୁ। ସେଥିପାଇଁ ତ ସାବାସୀ ଦେଉ ଦେଉ ଅଟକି ନାହାନ୍ତି ଇସ୍ରାଏଲ୍ ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁ।  

(୨) ଆସାଫ୍ ରାଜୁଆନ୍: ପେସାରେ ଜଣେ ବୀମା ଏଜେନ୍ସି ମାଲିକ। ସେ ଥାଇଲାଣ୍ଡରୁ ଛୁଟି କଟାଇ ଫେରୁଥିବା ବେଳେ ବିମାନରେ ଏହି ଭୟଙ୍କର ଘଟଣା ଘଟିଥିଲା। ବିମାନରେ ହଠାତ୍ ଚିତ୍କାର ଶୁଣିଥିଲେ। ବିମାନ ତଳକୁ ଖସିବା, କକପିଟ୍ କବାଟ୍ ଖୋଲାଥିବା ଓ ରକ୍ତ ଦେଖି ସେ ସବୁ କିଛି ବୁଝି ସାରିଥିଲେ। ୟାନିଭଙ୍କ ସହ ଏକାଠି ହୋଇ ପ୍ରାୟ ୫୦ ମିନଟ୍ ଯାଏଁ ଆତଙ୍କବାଦୀକୁ କାବୁ କରିଥିଲେ।
 
(୩) ବିମାନ ଭିତରେ ଚାଲିଥିଲା ଧସ୍ତାଧସ୍ତି ସ୍ଥିତି। ୟାନିଭ ଓ ଆସାଫ୍ ଆତଙ୍କୀକୁ କାବୁ କରିଥିଲେ ଆଉ ଏଥିରେ ଡେଇଁ ସାମିଲ ହୋଇଥିଲେ 
ଜ୍ଭିକା ମାନେସ୍ । ଜାବୁଡ଼ି ଧରିଥିଲେ, ଶେଷ ନିଶ୍ବାସ ଯାଏଁ ଜଗି ରହିଥିଲେ। 

(୪) ଡାକ୍ତର ଶୋଟା ମୁସାଏଭ୍: ବିମାନରେ ଥିବା ଗୋଟିଏ ମାତ୍ର ଡାକ୍ତର। ଘଟଣା ସମୟରେ ଗୁରୁତର ଆହତ ହୋଇଥିବା ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ଚିକିତ୍ସା କରିଥିଲେ। ରକ୍ତସ୍ରାବ ବନ୍ଦ କରାଇଲେ, ଫଳରେ ବୁଜି ଆସୁଥିବା ଆଖି ପୁଣି ବିମାନ ଚଲାଇବାକୁ ସକ୍ଷମ ହୋଇଥିଲା।

ଇସ୍ରାଏଲ୍ ଖୋଜି ଖୋଜି ମାରେ। ଗୋଟି ଗୋଟି ଆତଙ୍କବାଦୀଙ୍କୁ, ସେମାନଙ୍କ ଆକ୍କାକୁ, ଗେମ୍ ପ୍ଲାନ୍ କରିଥିବା ପ୍ରତିଟି ବ୍ୟକ୍ତିକୁ। Operation Wrath of God କୁହନ୍ତୁ ଅବା ପେଜର୍ ହମଲା। ତେଣୁ ଏଇ ସବୁ କାଣ୍ଡ ପଛରେ ଥିବା ମାଷ୍ଟରମାଇଣ୍ଡ ଯେଉଁ ଦେଶରେ ବି ଲୁଚି ରହୁନା କାହିଁକି ଖୋଜି କାଢ଼ିବ ଇସ୍ରାଏଲ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।