India's largest district: ଭାରତର ବୃହତ୍ତମ ଜିଲ୍ଲା

Oct 28, 2026 - 09:26
India's largest district: ଭାରତର ବୃହତ୍ତମ ଜିଲ୍ଲା

ଆମ ଦେଶ ଭାରତ ଏକ ବିଶାଳ ଦେଶ।

ଏହାରି ଭିତରେ ବିଭିନ୍ନ ଆକାରର ଶହଶହ ଜିଲ୍ଲା ଥିବାବେଳେ ତା' ଭିତରୁ ଗୋଟିଏ ଏହାର ଅସାଧାରଣ ଭୌଗୋଳିକ ବିସ୍ତାର ଯୋଗୁଁ ସ୍ୱତନ୍ତ୍ର।

ସେହି ଜିଲ୍ଲାଟି ହେଉଛି ଗୁଜରାଟର କଚ୍ଛ।

କ୍ଷେତ୍ରଫଳ ଅନୁସାରେ, ଏହା ଦେଶର ସର୍ବବୃହତ୍‌ ଜିଲ୍ଲା।

ଏହି ଜିଲ୍ଲା ଗୁଜରାଟ ରାଜ୍ୟର ମୋଟ୍‌ ଭୌଗୋଳିକ କ୍ଷେତ୍ରଫଳର ପ୍ରାୟ ୨୩ ପ୍ରତିଶତ ଓ ଏହା ପ୍ରାୟ ୪୫,୬୭୪ ବର୍ଗ କିଲୋମିଟର୍‌ରେ ପରିବ୍ୟାପ୍ତ।

ଜିଲ୍ଲାଟି ଆକାରରେ ହରିୟାଣା ଓ କେରଳମ୍ ଭଳି ରାଜ୍ୟ ଅପେକ୍ଷା ମଧ୍ୟ ବଡ଼।

ଭୌଗୋଳିକ କ୍ଷେତ୍ରଫଳ ଦୃଷ୍ଟିରୁ ଏହା ଡେନ୍‌ମାର୍କ, ନେଦରଲାଣ୍ଡ୍‌ସ, ସ୍ୱିଜରଲାଣ୍ଡ୍‌ ଓ ଭୁଟାନ ଭଳି ଦେଶଠାରୁ ଆକାରରେ ବଡ଼।

ଆକୃତିରେ ବିଶେଷତ୍ବ ବହନ କରୁଥିବା କଚ୍ଛ ଏହାର ବିଶାଳ ଭୂଚିତ୍ର, ଯେମିତିକି ଲୁଣି ମରୁଭୂମି ତଥା ଲୁଣି ସମତଳ ଅଞ୍ଚଳ ଓ ବନ୍ୟପ୍ରାଣୀ ପାଇଁ ପ୍ରସିଦ୍ଧ।

ସେହିଭଳି ଐତିହାସିକ ତଥା ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ଏହା ଅନେକ ଗୁରୁତ୍ବ ବହନ କରେ।

Advertisment Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା କଚ୍ଛର ସବୁଠାରୁ ବଡ଼ ଆକର୍ଷଣ ମଧ୍ୟରୁ ଗୋଟିଏ ହେଉଛି, ଏଠାରେ ଥିବା ବିଶ୍ୱର ଅନ୍ୟତମ ବିଶାଳ ଲୁଣି ମରୁଭୂମି।

ଋତୁ ପରିବର୍ତ୍ତନ ସହ ଏହାର ଭୂଚିତ୍ର ନାଟକୀୟ ଭାବେ ବଦଳିଯାଏ।

ମୌସୁମୀ ଋତୁରେ ନିମ୍ନ ଲୁଣା ଜଳାଶୟର କିଛି ଅଂଶ ପାଣିରେ ବୁଡ଼ି ରହିଥାଏ ଆଉ ଗ୍ରୀଷ୍ମ ସମୟରେ ପାଣି କମିଯିବାରୁ ଏକ ବିସ୍ତୃତ ଲୁଣର ଧଳା ଆସ୍ତରଣ ବିଛେଇ ହୋଇଯାଏ।

ଏହି ସମୟରେ ଏଠାରେ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମେ।

କଚ୍ଛ ଜିଲ୍ଲାର ସଦର ମହକୁମା ଭୁଜ୍‌ ମଧ୍ୟ ଏକ ଐତିହାସିକ ସହର।

ଏହି ସହର ପ୍ରାଚୀନ ପ୍ରାସାଦ, ଐତିହ୍ୟ ଓ ପାରମ୍ପରିକ ହସ୍ତଶିଳ୍ପ ପାଇଁ ଜଣାଶୁଣା।

ସେହିପରି କଚ୍ଛର ଧୋଲାବୀରା ପ୍ରାଚୀନ ହରପ୍‌ପା ସଭ୍ୟତା ସହ ଜଡ଼ିତ ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ।

ଏହା ହେଉଛି ବିଶ୍ୱର ପ୍ରାଚୀନତମ ସହରୀ ସଭ୍ୟତା ମଧ୍ୟରୁ ଗୋଟିଏ।

ସେହିପରି କଚ୍ଛ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ବାସସ୍ଥାନ ଭାବେ ପ୍ରସିଦ୍ଧ।

ବିଶେଷକରି ଏଠାକାର ଭାରତୀୟ ବନ୍ୟ ଗଧ ଅଭୟାରଣ୍ୟ ଖୁବ୍‌ ଜଣାଶୁଣା।

ଏହାର ଆର୍ଦ୍ରଭୂମି ଫ୍ଲେମିଙ୍ଗୋ ସମେତ ଅନ୍ୟ ବିଦେଶୀ ପକ୍ଷୀଙ୍କୁ ଆକର୍ଷିତ କରେ।

କଚ୍ଛରେ ନିର୍ମାଣ ହେଉଥିବା 'ଗୁଜରାଟ ହାଇବ୍ରିଡ୍‌ ରିନ୍ୟୁଏବ୍‌ଲ ଏନର୍ଜି ପାର୍କ' ପୃଥିବୀର ସର୍ବବୃହତ୍‌ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ କେନ୍ଦ୍ର ହେବାକୁ ଯାଉଛି।

କଚ୍ଛ ନିକଟରେ ବି ରହିଛି ପାକିସ୍ତାନ ଓ ଭାରତର ଅନ୍ତର୍ଜାତୀୟ ସୀମା।

ଏହିସବୁ କଚ୍ଛ ଜିଲ୍ଲାକୁ ଭାରତ ମାନଚିତ୍ରରେ ସ୍ୱତନ୍ତ୍ର କରିଥାଏ।

Foreign exchange: ଟଙ୍କା ପାଇଁ ଅତ୍ୟଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ କରନି: ରାଜନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।