India’s Missile Exports Surge: ବିଶ୍ୱ ବଜାରରେ ବଢ଼ିଲା ଭାରତୀୟ କ୍ଷେପଣାସ୍ତ୍ରର ଚାହିଦା, ଅସ୍ତ୍ର ରପ୍ତାନିରେ ନୂଆ ରେକର୍ଡ!
ବିଶ୍ୱ ବଜାରରେ ଭାରତୀୟ ଅସ୍ତ୍ରର ବଢ଼ୁଛି ଚାହିଦା।
ଏବେ ଯୁଦ୍ଧଜାହାଜ ନୁହେଁ, କ୍ଷେପଣାସ୍ତ୍ର ପାଲଟିଛି ଭାରତର ସବୁଠାରୁ ବଡ଼ ପ୍ରମୁଖ ଅସ୍ତ୍ର ରପ୍ତାନି ବର୍ଗ।
ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI)ର ତଥ୍ୟକୁ ଆଧାର କରି ମନିକଣ୍ଟ୍ରୋଲ୍ର ବିଶ୍ଳେଷଣରୁ ଏହା ଜଣାପଡ଼ିଛି।
Advertisment ତଥ୍ୟ ଅନୁସାରେ, ୨୦୨୫ରେ ଭାରତର ମୋଟ ପ୍ରମୁଖ ଅସ୍ତ୍ର ରପ୍ତାନିର ପ୍ରାୟ ୪୧ ପ୍ରତିଶତ ଥିଲା କ୍ଷେପଣାସ୍ତ୍ର।
୨୦୧୪ରୁ ୨୦୧୯ ମଧ୍ୟରେ ଏହି ଅଂଶ ମାତ୍ର ୧.୨ ପ୍ରତିଶତ ଥିଲା।
୨୦୨୫ରେ କ୍ଷେପଣାସ୍ତ୍ର ପରେ ଆର୍ଟିଲେରୀର ଅଂଶ ୩୭ ପ୍ରତିଶତ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଅଂଶ ପ୍ରାୟ ୨୦ ପ୍ରତିଶତ ରହିଛି।
ଏହି ପରିବର୍ତ୍ତନ ଭିତରେ ଭାରତର ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ନେଇ ମଧ୍ୟ ବଡ଼ ଖବର ଆସୁଛି।
ଫିଲିପାଇନ୍ସ ସହ ଆଉ ଏକ ବ୍ରହ୍ମୋସ୍ ଚୁକ୍ତି ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ଥିବା ରିପୋର୍ଟ ହୋଇଛି।
ଏହି ଚୁକ୍ତିର ମୂଲ୍ୟ ୭୦୦ରୁ ୮୦୦ ନିୟୁତ ଡଲାର ହୋଇପାରେ।
ଫିଲିପାଇନ୍ସ ପ୍ରାୟ ୫ଟି ଅତିରିକ୍ତ ବ୍ରହ୍ମୋସ୍ ସିଷ୍ଟମ୍ ଏବଂ ପ୍ରାୟ ୬୦ଟି କ୍ଷେପଣାସ୍ତ୍ର କିଣିବାକୁ ଚାହୁଁଥିବା କୁହାଯାଉଛି।
୨୦୨୨ରେ ଦୁଇ ଦେଶ ମଧ୍ୟରେ ୩୭୫ ନିୟୁତ ଡଲାରର ଚୁକ୍ତି ହୋଇଥିଲା।
Advertisment ଅନ୍ୟପଟେ, ଇଣ୍ଡୋନେସିଆ ଓ ଭିଏତନାମ ସହ ମଧ୍ୟ ବ୍ରହ୍ମୋସ୍ ସମ୍ପର୍କିତ ଚୁକ୍ତି ଘୋଷଣା କରିଛି ଭାରତ।
UAE, ଥାଇଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍ ଭଳି ଦେଶ ସହ ସମ୍ଭାବ୍ୟ ବିକ୍ରି ନେଇ ଆଲୋଚନା ଚାଲିଛି।
ତଥ୍ୟ ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ୩୮ ହଜାର ୪୨୪ କୋଟି ଟଙ୍କାରେ ପହଞ୍ଚିଛି।
ଏକଦା ବିମାନ ଓ ଯୁଦ୍ଧଜାହାଜ ଥିଲା ଭାରତର ଅସ୍ତ୍ର ରପ୍ତାନିର ମୁଖ୍ୟ ଅଂଶ।
ହେଲେ ଏବେ କ୍ଷେପଣାସ୍ତ୍ର, ଆର୍ଟିଲେରୀ ଓ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମିଶି ଦେଶର ପ୍ରମୁଖ ଅସ୍ତ୍ର ରପ୍ତାନିର ୯୭ ପ୍ରତିଶତରୁ ଅଧିକ ଅଂଶ ଦଖଲ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।